ETV Bharat / technology

Q3 2024ରେ ହ୍ରାସ ପାଇଲା ଗ୍ଲୋବାଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ - GLOBAL FOLDABLE MARKET DECLINES

2024 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଫେଲ୍‌ ମାରିଛି ଫୋଲ୍ଡେବଲ ସ୍ମାର୍ଟଫୋନ । ହ୍ରାସ ପାଇଛି ଗ୍ଲୋବାଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ । ଅଧିକ ପଢନ୍ତୁ

Foldable Phones
Foldable Phones (File Photo)
author img

By ETV Bharat Tech Team

Published : Nov 29, 2024, 6:12 PM IST

ହାଇଦ୍ରାବାଦ: ମାର୍କେଟ ରିସର୍ଚ୍ଚ କମ୍ପାନୀ କାଉଣ୍ଟରପଏଣ୍ଟର ଏକ ନୂତନ ରିପୋର୍ଟ ଅନୁଯାୟୀ 2024ର ଦ୍ବିତୀୟ ତ୍ରୟ ମାସିକରେ (Q2) ଏକ ଶକ୍ତିଶାଳୀ ପ୍ରଦର୍ଶନ ପରେ ଗ୍ଲୋବାଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିପମେଣ୍ଟରେ ହ୍ରାସ ଘଟିଛି । ଦ୍ବିତୀୟ ତ୍ରୟ ମାସରେ 48 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ତୃତୀୟ ତ୍ରୟ ମାସରେ 1 ପ୍ରତିଶତ ହ୍ରାସ ଘଟିଛି । ସାମସଙ୍ଗ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ସୁଦ୍ଧା ଏହାର ମାର୍କେଟ ସେୟାର Galaxy Z Fold 6 ଓ Galaxy Z Flip 6 ଲଞ୍ଚ୍‌ ପରେ ବି ହ୍ରାସ ପାଇଛି ।

ଗ୍ଲୋବାଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ ହ୍ରାସ

  • କାଉଣ୍ଟପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଦକ୍ଷିଣ କୋରିଆ ଟେକ୍‌ ଜାଏଣ୍ଟ ସାମସଙ୍ଗ 56 ପ୍ରତିଶତ ମାର୍କେଟ ସେୟାର ସହିତ ଶୀର୍ଷ ସ୍ଥାନ ବଜାୟ ରଖିଛି । ହେଲେ ଏହାର ୟୁନିଟ୍ ସିପମେଣ୍ଟ ପୂର୍ବ ବର୍ଷ ତୁଳନାରେ 21 ପ୍ରତିଶତ ହ୍ରାସ ପାଇଛି ।
  • ରିପୋର୍ଟ ଅନୁସାରେ Samsung Galaxy Z Fold 6 ମଧ୍ୟମ ଧରଣର ସଫଳତା ହାସଲ କରିଛି । ହେଲେ ପୂର୍ବ ମଡେଲ ତୁଳନାରେ Galaxy Z Flip 6ର ସେଲ୍‌ ହ୍ରାସ ପାଇଛି ।
  • ଚୀନରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ଯୋଗୁଁ ସାମସଙ୍ଗର ମାର୍କେଟ ସେୟାର ହ୍ରାସ ପାଇଛି । ତୃତୀୟ ତ୍ରୟ ମାସରେ ଚୀନରେ 8ପ୍ରତିଶତ ମାର୍କେଟ ସେୟାର ଥିବା ବେଳେ ଚୀନ ବାହାରେ 82 ପ୍ରତିଶତ ସେୟାର ରହିଛି ।
  • ଚାଇନିଜ୍‌ ବ୍ରାଣ୍ଡ Huawei ଫ୍ଲୋଡେବଲ ସିପମେଣ୍ଟରେ ଅଭିବୃଦ୍ଧି ହାସଲ କରିଛି । Huawei Mate X5 ଓ Pocket 2ର ଚାହିଦା ବଢିଛି ।
  • Xiaomi ସର୍ବାଧିକ YoY ସିପମେଣ୍ଟ ଅଭିବୃଦ୍ଧି 185 ପ୍ରତିଶତରେ ରେକର୍ଡ କରିଛି ଏବଂ 2024ର ତୃତୀୟ ତ୍ରୟ ମାସିକରେ ଏହାର ଗ୍ଲୋବାଲ ସିପମେଣ୍ଟ ଅଂଶ 6 ପ୍ରତିଶତରେ ପହଞ୍ଚିଛି ।
  • ସେପଟେ Motorola ଓ Honor ଫୋଲ୍ଡେବଲ ମାର୍କେଟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି । ଏହାର ଫ୍ଲାଗସିପ 2024 ମଧ୍ୟରେ ଲଞ୍ଚ୍‌ ହୋଇଥିଲା ।
Global Foldable market declines in Q3 2024
Global Foldable market declines in Q3 2024 (Counterpoint Research)
ଏହା ବି ପଢନ୍ତୁ
  1. iPhone 15 ବିଶ୍ବରେ 3ୟ ତ୍ରୟମାସରେ ବେଷ୍ଟ ସେଲିଂ ସ୍ମାର୍ଟଫୋନ, ଦେଖନ୍ତୁ ଟପ୍‌-10 ତାଲିକା
  2. ଖୁବଶୀଘ୍ର ଲଞ୍ଚ ହେବ Samsung Galaxy S25 ସିରିଜ; ଲିକ୍‌ ହେଲା Galaxy S25 Ultra ଫଟୋ

ଗ୍ଲୋବାଲ ମାର୍କେଟରେ କିଏ କେଉଁ ସ୍ଥାନରେ ?

ସାମସଙ୍ଗ ଗ୍ଲୋବାଲ ମାର୍କେଟ ଲିଡର ହୋଇଛି । ଦ୍ବିତୀୟରେ ଚାଇନିଜ୍‌ ବ୍ରାଣ୍ଡ Huawei 15 ପ୍ରତିଶତ ସେୟାର ସହିତ ରହିଛି । ପୂର୍ବବର୍ଷ ଏହାର ସେୟାର 13 ପ୍ରତିଶତ ଥିଲା । Honor ଓ Honor ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏମାନଙ୍କର ମାର୍କେଟ ସେୟାର ଯଥାକ୍ରମେ 10 ଓ 7 ପ୍ରତିଶତ ରହିଛି । 185 ପ୍ରତିଶତ ମାର୍କେଟ ସେୟାର ସହିତ ଫୋଲ୍ଡେବଲ ବ୍ରାଣ୍ଡ ସିପମେଣ୍ଟରେ ସାଓମି ଶୀର୍ଷରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.