ETV Bharat / technology

ହ୍ବାଟ୍ସଆପ ୟୁଜର ସାବଧାନ ! ଏପରି ନମ୍ବରରୁ କଲ କରି ଖାଲି କରିଦେବେ ଆକାଉଣ୍ଟ

author img

By ETV Bharat Odisha Team

Published : Jan 24, 2024, 11:43 AM IST

Updated : Jan 24, 2024, 11:51 AM IST

Whatsapp Call Scam: +254, +63, +1(218) ଏଭଲି ନମ୍ବରରୁ କଲ୍ ଆସୁଥିଲେ ସାବଧାନ ! ହୋଇପାରନ୍ତି ଠକେଇର ଶିକାର । ଅଧିକ ପଢନ୍ତୁ

ହ୍ବାଟ୍ସଆପ ସ୍କାମ୍
Whatsapp Call Scam

ହାଇଦ୍ରାବାଦ: ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜିର ବିକାଶ ହେଉଛି । ଏହାସହ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି ଅନଲାଇନ ଠକେଇ । ସାଇବର ଅପରାଧୀମାନେ ଠକେଇ ପାଇଁ କୌଣସି ଗୋଟିଏ ମଧ୍ୟ ସୁଯୋଗ ଛାଡୁ ନାହାନ୍ତି । ଯଦି କହିବା ବର୍ତ୍ତମାନ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଥିବା ବେଳେ ସମସ୍ତ ହ୍ବାଟ୍ସଆପର ବ୍ୟବହାର କରୁଛନ୍ତି । ଅନ୍ୟପଟେ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ହ୍ବାଟ୍ସଆପକୁ ଅଧିକ ଫୋକସ କରୁଛନ୍ତି ଅପରାଧୀ । ଏଭଳି ସ୍ଥଳେ ହ୍ବାଟ୍ସଆପ ବ୍ୟବହାରକାରୀ ସତର୍କ ରହିବା ଆବଶ୍ୟକ ବୋଲି ସଚେତନା କରାଯାଉଛି ।

ବର୍ତ୍ତମାନ ସମୟରେ ହ୍ବାଟ୍ସଆପ ଫ୍ରଡ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟତଃ ଠକେଇ ହେବା ସମୟରେ ପ୍ରଥମେ ଅଜଣା ନମ୍ବରରୁ ହ୍ବାଟ୍ସଆପ କଲ୍ ଆସିଥାଏ । କିନ୍ତୁ କଲ୍ ନହୋଇ ମିସକଲ୍ ହୋଇଥାଏ । ଦୁଇ କିମ୍ବା 3ଟି ରିଙ୍ଗ୍ ପରେ କଲ୍ କଟିଯାଇଥାଏ । ତେବେ ସକ୍ରିୟ ଉପଭୋକ୍ତାକୁ ଚିହ୍ନଟ କରିବା ପାଇଁ ହ୍ୟାକର୍ସମାନେ ଏଭଳି କରିଥିବା ନେଇ ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ (BPRD) ପକ୍ଷରୁ କୁହାଯାଇଛି । ମିସକଲ୍ ପ୍ରାୟତଃ +254, +63, +1(218) ଏଭଳି ନମ୍ବରରୁ ଆସିଥାଏ । ଭିଏତନାମ, କେନିଆ, ଇଥିଓପିଆ ଏବଂ ମାଲେସିଆରର ହୋଇଥିବା ନେଇ ବିପିଆରଡି ପକ୍ଷରୁ କୁହାଯାଇଛି । ଯଦି ଆପଣଙ୍କୁ ମଧ୍ୟ ଏଭଳି ନମ୍ବରକୁ ହ୍ବାଟ୍ସଆପ କଲ୍ କିମ୍ବା ମେସେଜ ଆସୁଛି, ତାହେଲେ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି । ନମ୍ବର ସହିତ ଫୋନଠାରୁ ଦୂରରେ ରହିବାକୁ କୁହାଯାଇଛି ।

ଚାକିରି ନାଁରେ ଠକେଇ: ଅନେକ ସମୟରେ ଚାକିରିର ଲୋଭ ଦେଖାଇ ଠକେଇ କରିଥାଆନ୍ତି ସାଇବର ଠକ । ଭଲ ଦରମା ସହିତ ଚାକିରିର ପ୍ରତିଜ୍ଞା ଦେଇ ମେସେଜ ପଠାଇ ଥାଆନ୍ତି । ଫୁଲ୍ ଟାଇମ୍, ପାର୍ଟ ଟାଇମ୍, ୱାର୍କ ଫର୍ମ ହୋମ୍ ନାମରେ ଅନେକ ମେସେଜ ଆସୁଛି । ତେବେ ଏଭଳି ସ୍ଥଳେ ମେସେଜର କୌଣସି ପ୍ରତିଉତ୍ତର ନଦେବା ପାଇଁ ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ : ହ୍ବାଟ୍ସଆପ୍‌ ଭିଡିଓ କଲରେ ଲୁଟିନେଲେ 19 ଲକ୍ଷ, ଜାଣନ୍ତୁ ବର୍ତ୍ତିବାର ଉପାୟ

ଚୋରି ହେଉଛି ବ୍ୟାଙ୍କ ତଥ୍ୟ: ହ୍ବାଟ୍ସଆପରେ ରୋଲଆଉଟ ହୋଇଛି ସ୍କ୍ରିନ ସେୟାରିଂ ଫିଚର । ଭିଡିଓ କଲରେ ରହିବା ସମୟରେ ଏହି ଫିଚରକୁ ବ୍ୟବହାର କରିପାରିବେ ୟୁଜର୍ସ । ଏହାର ଅର୍ଥ ଅନ୍ୟ ଜଣେ ବ୍ୟକ୍ତି ଆପଣଙ୍କର ସ୍କ୍ରିନକୁ ଦେଖିପାରିବ । ତେବେ ବୋକା ବନାଇ ସାଇବର ଅପରାଧୀମାନେ ଏଭଳି କରି ବ୍ୟାଙ୍କ ତଥ୍ୟ ଚୋରି କରିଥାଆନ୍ତି । ଏହାସହିତ ଅନ୍ୟ କିଛି ଆପ ଇନଷ୍ଟଲ କରି ତଥ୍ୟ ଚୋରି କରିଥାଆନ୍ତି ।

ଟଙ୍କା ଲୋଭ ଦେଖାଇ ଠକେଇ: ସାଇବର ଠକମାନେ ଠକାମୀ ପାଇଁ ଅନେକ ବାଟ ଆପଣାଇଥାଆନ୍ତି । ଅଳ୍ପ ପରିମାଣର ଟଙ୍କା ବିନିଯୋଗ କରିବା ଦ୍ବାରା ଅଧିକ ଲାଭ ମିଳିବାର ଲୋଭ ଦେଖାଇ ଥାଆନ୍ତି । ଅନେକ ଆପ୍ଲିକେସନ ଡାଉନଲୋଡ କରିବା ସହିତ ସେଥିରେ ଟଙ୍କା ବିନିଯୋଗ କରିବା ପାଇଁ ସୁପାରିସ କରିଥାଆନ୍ତି । ଫଳରେ କିଛି ବ୍ୟକ୍ତି ଅଧିକ ଟଙ୍କା ବିନିଯୋଗ କରିଥାଆନ୍ତି । ପ୍ରଥମେ ଅଳ୍ପ ପରିମାଣର ଟଙ୍କା ଦେଇ ପରେ ଅଧିକ ଟଙ୍କା ଠକେଇ କରିଥାଆନ୍ତି । ତେଣୁ ଟଙ୍କା ଲୋଭ ଦେଖାଯାଉଥିବା କଲ୍ ଏବଂ ମେସେଜ ଠାରୁ ଦୂରେଇ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2024, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.