ETV Bharat / technology

Flipkart Big Billion Days sale: ସେପ୍ଟେମ୍ବର ଏହି ତାରିଖରୁ ଆରମ୍ଭ ଫ୍ଲିପକାର୍ଟ ସେଲ୍‌; ମିଳିବ 80% ଡିସକାଉଣ୍ଟ - Big Billion Days sale Date Out

author img

By ETV Bharat Tech Team

Published : Sep 6, 2024, 10:37 AM IST

Flipkart Big Billion Days sale Date Out: ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଶେଷରେ ଭାରତରେ ବିଗ୍‌ ବିଲିଅନ ସେଲ୍‌ ତାରିଖର ଖୁଲାସା କରିଛି । ଚଳିତ ମାସ ଏହି ଦିନଠୁ ସେଲ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ ପ୍ରଡକ୍ଟ ଉପରେ ମିଳିବ ଆକର୍ଷଣୀୟ ଅଫର । ଅଧିକ ପଢନ୍ତୁ

Flipkart Big Billion Days sale
Flipkart Big Billion Days sale (ETV Bharat Tech Team)

ହାଇଦ୍ରାବାଦ: ଘରକୁ ଜିନିଷ କିଣିବାକୁ ହେଲେ ଅଧିକାଂଶ ଗ୍ରାହକ ଅନଲାଇନ ସପିଂ ପ୍ଲାଟଫର୍ମର ଅଫରକୁ ଚାହିଁ ବସିଥାନ୍ତି । ତେବେ ଚଳିତ ବର୍ଷର ପୂଜା ଅଫର ଭାରତର ଲୋକପ୍ରିୟ ଅନଲାଇନ ସପିଂ ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଛି । ଦେଶରେ ଅନ୍ୟତମ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ବିଗ୍‌ ବିଲିଅନ ସେଲ୍‌ ତାରିଖ ଘୋଷଣା କରିଛି । ଏହି ସେଲ୍‌ ଫ୍ଲିପକାର୍ଟର ସବୁଠୁ ବଡ଼ ସେଲ୍‌ ବୋଲି କୁହାଯାଏ। ଯେଉଁଥିରେ ଗ୍ରାହକଙ୍କ ଲାଗି ବିଭିନ୍ନ ପ୍ରଡକ୍ଟ ଉପରେ ଦମଦାର ଅଫର ପ୍ରଦାନ କରାଯାଏ ।

Flipkart Big Billion Days sale
Flipkart Big Billion Days sale (Flipkart)

Flipkart Big Billion Days ସେଲ୍‌ ତାରିଖ:-

ଫ୍ଲିପକାର୍ଟ ବିଗ ବିଲିଅନ ଡେଜ ସେଲ ଫ୍ଲିପକାର୍ଟ ପ୍ଲସ ମେମ୍ବରଙ୍କ ଲାଗି ସେପ୍ଟେମ୍ବର 29 ତାରିଖଠାରୁ ଆରମ୍ଭ ହେଉଛି । ଅନ୍ୟ ଗ୍ରାହକଙ୍କ ଲାଗି ଗୋଟିଏ ଦିନ ପରେ ଅର୍ଥାତ ସେପ୍ଟେମ୍ବର 30 ତାରିଖଠାରୁ ଆରମ୍ଭ ହେବ । ୟୁଜର୍ସଙ୍କୁ ପ୍ରତି ଅର୍ଡର ଉପରେ 2X ସୁପର କଏନ ବି ମିଳିବ ।

ଫ୍ଲିପକାର୍ଟ ବିଗ୍‌ ବିଲିଅନ ଡେଜ୍‌ 2024 ଡିଲ୍‌:-

  • ଫ୍ଲିପକାର୍ଟ ସେଲ ଉପରେ ପ୍ରସ୍ତୁତ ହୋଇଥିବା ମାଇକ୍ରୋସାଇଟ୍‌ ଅନୁସାରେ, ଗ୍ରାହକ ଇଲେକ୍ଟ୍ରୋନିକ୍ସ ଓ ଆକ୍ସେସରିଜ ଉପରେ 80 ପ୍ରତିଶତ ରିହାତି ପାଇବେ ।
  • ଯଦି ଆପଣ ଟିଭି କିଣିବା ଲାଗି ଯୋଜନା କରୁଛନ୍ତି ତେବେ ଆପଣଙ୍କୁ 4K ଟିଭି ଉପରେ 70 ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ।
  • ଏପରିକି ଏହି ସେଲ୍‌ରେ iPhone 15 ଓ iPhone 14 ଉପରେ ମଧ୍ୟ ଭଲ ଡିସକାଉଣ୍ଟ ମିଳିବ ।
  • ଏହାବାଦ ସାମସଙ୍ଗ, ରେଡମି, ସୋମି, ରିଅଲମି, ୱାନପ୍ଲସ ଭଳି ବ୍ରାଣ୍ଡର ଫୋନର ମୂଲ୍ୟ ମଧ୍ୟ ଖସିବ ବୋଲି ଆଶା କରାଯାଉଛି ।
  • ଫ୍ଲିପକାର୍ଟ ନୋ-କଷ୍ଟ EMI, ବ୍ୟାଙ୍କ ଅଫର, କ୍ୟାସବ୍ୟାକ୍‌, କୁପନ ଓ ଅନ୍ୟ ଅପସନ ମଧ୍ୟ ପ୍ରଦାନ କରିବ ।
  • ଏହାସହିତ ଫ୍ଲିପକାର୍ଟ ସେଲ୍‌ରେ ଲ୍ୟାପଟପ୍‌, ଟ୍ୟାବଲେଟ୍‌, ଇଅରବଡ୍‌, ହେଡଫୋନ, ସ୍ମାର୍ଟୱାଚ ଆଦି ବହୁତ ଶସ୍ତା ଦାମରେ ମିଳିବ ।

କେମିତି କରିବେ ସ୍ମାର୍ଟ ସପିଂ ?

ଫ୍ଲିପକାର୍ଟ ବିଗ ବିଲିଅନ ଡେଜ୍‌ ସେଲର ଭରପୂର ଲାଭ ଉଠାଇବାକୁ ଚାହୁଁଥିଲେ ଗ୍ରାହକଙ୍କୁ କିଛି ଟିପ୍ସକୁ ଅନୁସରଣ କରିବାକୁ ପଡ଼ିବ । ଯାହାଦ୍ବାରା ସ୍ମାର୍ଟ ଉପାୟରେ ଗ୍ରାହକ ସମସ୍ତ ଅଫରର ପୂରା ଲାଭ ଉଠାଇବାରେ ସକ୍ଷମ ହେବେ ।

  • ଫ୍ଲିପକାର୍ଟ Plus ମେମ୍ବରସିପ ଆକ୍ଟିଭେଟ କରନ୍ତୁ:- ଯଦି ଆପଣ ଫ୍ଲିପକାର୍ଟର ପ୍ଲସ ମେମ୍ବରସିପକୁ ଆକ୍ଟିଭେଟ କରିବେ ତେବେ ଆପଣ ସମସ୍ତଙ୍କ ଆଗରୁ ଏହି ସେଲ୍‌ର ଲାଭ ଉଠାଇପାରିବେ । ହାଇ-ଡିମାଣ୍ଡ ସେଲ୍‌ ଉପରେ ମଧ୍ୟ ପ୍ଲସ ମେମ୍ବରମାନଙ୍କୁ ଭଲ ରିହାତି ମିଳିଥାଏ ।
  • Create a Wishlist: ଆପଣ ଯେଉଁ ପ୍ରଡକ୍ଟକୁ କିଣିବାକୁ ଚାହୁଁଛନ୍ତି ତାହାକୁ ଦେଖିବା ମାତ୍ରେ ୱିସଲିଷ୍ଟରେ ଆଡ୍‌ କରନ୍ତୁ । ଏହାଦ୍ବାରା କିଣିବାକୁ ଯିବା ସମୟରେ ଆପଣଙ୍କୁ ଆଉ ଥରେ ଏହାକୁ ସର୍ଚ୍ଚ କରିବାକୁ ପଡ଼ିବ ନାହିଁ । କାରଣ ସେଲ୍‌ ସମୟରେ ସଙ୍ଗେ ସଙ୍ଗେ ଏହା Out Of Stock ହୋଇଯାଏ । ଯେହେତୁ ଗୋଟିଏ ସମୟରେ ଅନେକ ଗ୍ରାହକ ଡିସକାଉଣ୍ଟର ଲାଭ ଉଠାଇବା ଲାଗି ପ୍ରଡକ୍ଟକୁ କିଣିନିଅନ୍ତି । ଏଣୁ ୱିସଲିଷ୍ଟରେ ଆଡ କଲେ ଆପଣ ସେଲ୍‌ ଲାଇଭ ହେବା ମାତ୍ରେ ତୁରନ୍ତ ଏହାକୁ କିଣିପାରିବେ ।
  • Updated ରୁହନ୍ତୁ: ଏହାସହିତ ଆପଣଙ୍କୁ ସେଲ୍‌ ସମ୍ପର୍କରେ ଅପ-ଟୁ-ଡେଟ୍‌ ରହିବା ଆବଶ୍ୟକ । ଏଥିଲାଗି ଆପଣ ଫ୍ଲିପକାର୍ଟ ବିଗ୍‌ ବିଲିଅନ ଡେଜ୍‌ ମାଇକ୍ରୋସାଇଟରେ ମଧ୍ୟ ଲାଟେଷ୍ଟ ଅପଡେଟ ପାଇପାରିବେ ।

ପଢନ୍ତୁ ଅନ୍ୟ କିଛି ଖବର

Jio 8th Anniversary Offer: ୟୁଜର୍ସଙ୍କ ଲାଗି ଦମଦାର ଅଫର ଆଣିଲେ ମୁକେଶ ଅମ୍ବାନୀ, ଏହି 3 ପ୍ଲାନ ସହିତ ଫ୍ରି ମିଳିବ ଗିଫ୍ଟ

Budget DSLR Cameras: 1ଲକ୍ଷ ଭିତରେ ଭଲ DSLR କ୍ୟାମେରା ଚାହୁଁଛନ୍ତି କି ? ଏହି 5 ଅପସନ ଉପରେ ନଜର ପକାନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.