ETV Bharat / technology

ଓଡିଶା ଉପକୂଳରେ DRDOର ବଡ ପରୀକ୍ଷଣ: ପୃଥ୍ଵୀ-୨କୁ ସଠିକ ଲକ୍ଷ୍ୟଭେଦ କଲା ଇଣ୍ଟରସେପ୍ଟର - Interceptor Missile fire

author img

By ETV Bharat Odisha Team

Published : Jul 24, 2024, 8:21 PM IST

Updated : Jul 24, 2024, 8:50 PM IST

Interceptor Missile Successfully hits Prithvi-2: ଓଡିଶା ଉପକୂଳରେ ବଡ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ । ‘ପୃଥ୍ଵୀ-୨’କୁ ସଠିକ ଲକ୍ଷ୍ୟଭେଦ କରି ବଙ୍ଗୋପସାଗରରେ ଖସାଇଲା ଅଟୋମେଟିକ୍‌ ‘ଇଣ୍ଟରସେପ୍ଟର’ । ପରୀକ୍ଷଣ ପାଇଁ ସ୍ଥାନାନ୍ତରିତ ହୋଇଥିଲେ ଚାନ୍ଦିପୁରର 10 ହଜାରରୁ ଅଧିକ ଲୋକ । ଅଧିକ ପଢନ୍ତୁ

DRDOର ବଡ ସଫଳତା: ପୃଥ୍ଵୀ-୨ କୁ ସଠିକ ଲକ୍ଷ୍ୟଭେଦ କଲା ଇଣ୍ଟରସେପ୍ଟର
DRDOର ବଡ ସଫଳତା: ପୃଥ୍ଵୀ-୨ କୁ ସଠିକ ଲକ୍ଷ୍ୟଭେଦ କଲା ଇଣ୍ଟରସେପ୍ଟର (ETV Bharat Odisha)

ବାଲେଶ୍ବର: ସଫଳ ହେଲା ‘ଡିଆରଡିଓ’ର ପରୀକ୍ଷଣ । ସଠିକତାର ସହ ଟାର୍ଗେଟକୁ ହିଟ୍‌ କଲା ‘ଇଣ୍ଟରସେପ୍ଟର’ ମିସାଇଲ । ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର (ଆଇଟିଆର)ର 3ନଂ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଥିବା ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ ଧାମରା ନିକଟବର୍ତ୍ତୀ ଅବଦୁଲ କାଲାମ ଦ୍ବୀପରୁ ଉତକ୍ଷେପଣ ହୋଇଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ୍‌ ଲକ୍ଷ୍ୟଭେଦ କରିଛି । ଅପରାହ୍ନ 4ଟା 15 ମିନିଟ୍‌ରେ ଏହି ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି । ଏହି ପରୀକ୍ଷଣ ପାଇଁ ଆଜି ଚାନ୍ଦିପୁର ଉପକୂଳବର୍ତ୍ତୀ ଏରିଆରୁ ପ୍ରାୟ 10 ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପଡିଥିଲା ।

କେମିତି ଥିଲା ପରୀକ୍ଷଣ:-

ସୂଚନା ଅନୁସାରେ, ପ୍ରଥମେ ଅପରାହ୍ନ 4ଟା 15 ମିନିଟ୍‌ରେ ‘ଆଇଟିଆର’ 3ନଂ ଲଞ୍ଚପ୍ୟାଡ଼ରୁ ମୋଡ଼ିଫାଏଡ଼ ପୃଥ୍ବୀ-2 ମିସାଇଲକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହାର ମାତ୍ର କିଛି ସମୟ ବ୍ୟବଧାନରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଇଣ୍ଟସେପ୍ଟର ସ୍ବୟଂଚାଳିତ ଭାବେ ଉତ୍‌କ୍ଷେପିତ ହୋଇଥିଲା । ପୂର୍ବ ଆକଳନ ଅନୁସାରେ, ସଠିକ ସମୟରେ ଇଣ୍ଟରସେପ୍ଟର ବଙ୍ଗୋପସାଗର ସମୁଦ୍ର ଭିତରେ ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଲା ।

ସ୍ଥାନାନ୍ତରିତ ହୋଇଥିଲେ 10 ହଜାର ଉପକୂଳବାସୀ :-

ଏହି ପରୀକ୍ଷଣ ପାଇଁ 3ନଂ ଲଞ୍ଚପ୍ୟାଡର ସାଢେ 3 କିଲୋମିଟର ଦୂରତା ମଧ୍ୟରେ ଥିବା ଏରିଆରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା । ଜୟଦେବକସବା, ଭିମପୁର, ସାହାଜାନଗର, କୁସୁମୁଳୀ, ଖଡୁପାହି, ତୁଣ୍ଡୁରା, ଛଚିନା, ଦୋମୁହାଁପାଟଣା, କଣ୍ଡର୍ଦ୍ଦା ଓ ବର୍ଦ୍ଧନପୁର ଗାଁର ମୋଟ 10,581 ଲୋକଙ୍କୁ ଭିମପୁର, ବର୍ଦ୍ଧନପୁର,କଳାମାଟିଆ ଓ ନିଧିପଡା ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା । ଉତକ୍ଷେପଣ ହେବା ପୂର୍ବରୁ ଡିଆରଡିଓର ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ଏହି ସ୍ଥାନାନ୍ତରଣ ଶେଷ କରିଥିଲା । ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପ୍ରାପ୍ତବୟସ୍କଙ୍କ ପାଇଁ 300 ଓ ନାବାଳକ/ ନାବାଳିକାଙ୍କ ପାଇଁ 150 ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପ୍ରତିରକ୍ଷା ବିଭାଗ ଘୋଷଣା କରିଥିଲା । ତେବେ ଅପରାହ୍ନରେ ଏହି ପରୀକ୍ଷଣ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଆଜି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ; 10 ହଜାର ଲୋକଙ୍କୁ ସ୍ଥାନାନ୍ତର, ଜାଣନ୍ତୁ କେତେ ମାରାତ୍ମକ ଏହି ମିସାଇଲ୍, କାହିଁକି ଗାଁ ଛାଡିଲେ ଲୋକେ - Missile Test In Chandipur

କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରଶାସନ ପକ୍ଷରୁ ଗତକାଲିଠାରୁ (ମଙ୍ଗଳବାର) ସେହି ଅଞ୍ଚଳଗୁଡିକରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସ୍ଥାନାନ୍ତର ପାଇଁ ସଚେତନ କରାଯାଇଥିଲା । ଅସ୍ଥାୟୀ ଶିବିର ଗୁଡିକରେ ନାମ ପଞ୍ଜିକୃତ ହୋଇଥିଲା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରାଯାଇଥିଲା । ଏବେ ପ୍ରଶାସନ ପୂର୍ବ ପ୍ରତିଶ୍ରୁତି ଅନୁସାରେ,ସେମାନଙ୍କ ଅର୍ଥରାଶି ପ୍ରଦାନ କରିବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Jul 24, 2024, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.