ETV Bharat / technology

Loan Lending App: ଅନଧିକୃତ ଆପ୍‌ରୁ ଋଣ ନେଉଛନ୍ତି କି ? ହୋଇପାରନ୍ତି ଠକାମିର ଶିକାର, ଆପଣାନ୍ତୁ ଏହି ରାସ୍ତା - Borrowing from unauthorized Apps

author img

By ETV Bharat Tech Team

Published : Sep 5, 2024, 1:53 PM IST

Loan Lending App: ସମ୍ପ୍ରତି ଟଙ୍କା ଧାର ନେବା ବହୁତ ସହଜ ହେଲାଣି । ଲୋକେ ଆବଶ୍ୟକ ବେଳେ EMIs ଓ ଋଣ ନେଇ ନିଜ କାମ କରୁଛନ୍ତି । ଏହାର ସୁଯୋଗ ନେଇ କିଛି ଆପ୍‌ ଠକେଇ ମଧ୍ୟ କରୁଛନ୍ତି । ତେବେ ଆପଣ ଋଣ ଭାରରୁ କିପରି ବର୍ତ୍ତିବେ ? କେଉଁଠୁ ଋଣ ନେବେ ଆସନ୍ତୁ ଜାଣିବା...

Loan Lending App
Loan Lending App (ETV Bharat)

ହାଇଦ୍ରାବାଦ: ସମ୍ପ୍ରତି ଋଣ ନେବା ବହୁତ ସହଜ । ଆପଣଙ୍କ ଆଙ୍ଗୁଠି ଟିପରେ ଏହା ସମ୍ଭବ ହୋଇପାରୁଛି । ଆବଶ୍ୟକ ବେଳେ ବନ୍ଧୁ କିମ୍ବା ଆତ୍ମୀୟସ୍ବଜନଙ୍କଠାରୁ ଟଙ୍କା ଧାର ନେବା ପରିବର୍ତ୍ତେ ବିଭିନ୍ନା ଆପ୍‌ରୁ ଋଣ ନେଉଛନ୍ତି । ଆପଣ ଅଧିକୃତ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ନେଲେ ମଧ୍ୟ କୌଣସି ଅସୁବିଧା ନାହିଁ । କିନ୍ତୁ ଯଦି ଆପଣ ଅନଧିକୃତ ଆପ୍‌ରୁ ଟଙ୍କା ଧାର ନେଉଛନ୍ତି, ତେବେ ଆପଣ ଠକାମିର ଶିକାର ହୋଇପାରନ୍ତି ଏବଂ ଆପଣଙ୍କୁ ଋଣ ସୁଝିବା ମହଙ୍ଗା ପଡ଼ିପାରେ ।

କେମିତି ଋଣ ପ୍ରକ୍ରିୟା କାମ କରେ ? : ଯଦି ଆପଣ ଅନଲାଇନରେ ବ୍ୟାଙ୍କରୁ ଋଣ ନେବା ଲାଗି ସର୍ଚ୍ଚ କରୁଛନ୍ତି, ଏହାପରେ ଋଣ ନେବା ସହ ଜଡ଼ିତ ଅନେକ ବିଜ୍ଞାପନ ଆପଣଙ୍କ ମୋବାଇଲକୁ ଆସିଥାଏ । ବେଳେବେଳେ ଆପଣଙ୍କୁ ମୋବାଇଲ ନମ୍ବରକୁ ମଧ୍ୟ ଏପରି ବିଜ୍ଞାପନ ଆସିଥାଏ । ଏହି ବିଜ୍ଞାପନଗୁଡ଼ିକ ଉଭୟ ଅଫିସିଆଲ ଓ ଅନଅଫିସିଆଲ ଆପ୍‌ରୁ ଆସିଥାଏ । ଆପଣ ଯଦି କିଛି ଅନଧିକୃତ ଆପ୍‌ରୁ ଋଣ ନେଉଛନ୍ତି ତେବେ ଆପଣ ବଡ଼ ଠକାମିର ଶିକାର ହୋଇପାରନ୍ତି ।

ଆପଣଙ୍କ ସମସ୍ତ ତଥ୍ୟ ସେମାନଙ୍କ ନିକଟକୁ ଚାଲିଯାଏ:-

ଆପଣ ଉକ୍ତ ଆପ୍‌ଗୁଡ଼ିକ ନିଜ ମୋବାଇଲ ଡାଉନଲୋଡ କରିବା ମାତ୍ରେ ସେମାନେ ଅନେକ ତଥ୍ୟ ମାଗିଥାନ୍ତି । ଯେପରିକି ମୋବାଇଲ ନମ୍ବର, ଗ୍ୟାଲେରୀ, SMS ଓ କଲ୍‌ ରେକର୍ଡ ଆକ୍ସେସ ପାଇଁ ଆପଣଙ୍କ ଅନୁମତି ଲୋଡ଼ନ୍ତି । ଆପଣ ଅନ୍ୟମନସ୍କ ବା ତରବର ହୋଇ ଏହାକୁ କ୍ଲିକ କରିବା ମାତ୍ରେ ଆପଣଙ୍କ ସମସ୍ତ ତଥ୍ୟ ସେମାନଙ୍କ ନିକଟକୁ ଚାଲିଯାଏ ।

ଏମିତି ହୁଏ ଠକେଇ:-

ଉଦାହରଣ ସ୍ବରୂପ, ଯଦି ଆପଣ 5 ହଜାର ଟଙ୍କା ଋଣ ନିଅନ୍ତି, ପ୍ରକ୍ରିୟାକରଣ ଶୁଳ୍କ (processing fees) ସହିତ ବିଭିନ୍ନ ଚାର୍ଜ ଆପଣଙ୍କ ଆକାଉଣ୍ଟରୁ କଟାଯାଇଥାଏ । ଏହା ପରେ 3500ରୁ 4,000 ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା ହୁଏ । ପ୍ରାୟତଃ ସେମାନେ ଋଣ ପରିଶୋଧ କରିବାକୁ ଅଳ୍ପ ଦିନ ସମୟ ଦିଅନ୍ତି । ଏହି ଦିନଗୁଡ଼ିକରେ ପ୍ରତିଦିନ ସୁଧ ବୃଦ୍ଧି ପାଇଥାଏ । ଯଦିଓ ଆପଣ କିସ୍ତି ପୈଠ (Installment) କରିଛନ୍ତି ଏହାପରେ ମଧ୍ୟ ଆପଣଙ୍କ ନିକଟକୁ ଏକାଧିକ ଫୋନ୍ କଲ ଆସି ଆପଣଙ୍କୁ ହଇରାଣ କରାଯାଏ ।

ଟଙ୍କା ପାଇଁ ଧମକ:-

ଏହାପରେ ସେମାନେ ଆପଣଙ୍କୁ ବାରମ୍ବାର ଟଙ୍କା ମାଗିଥାନ୍ତି । ଯେହେତୁ ସେମାନଙ୍କ ନିକଟରେ ଆପଣଙ୍କ ମୋବାଇଲରୁ ବହୁ ତଥ୍ୟ ରହିଥାଏ, ସେମାନେ ଆପଣଙ୍କ କଣ୍ଟାକ୍ଟ ନମ୍ବରକୁ ଆପତ୍ତିଜନକ ମେସେଜ ପଠାଇଥାନ୍ତି । ଯାହାକି ଆପଣଙ୍କୁ ଚିନ୍ତାରେ ପକାଏ । ନଚେତ ଆପଣଙ୍କ ବ୍ୟକ୍ତିଗତ ଫଟୋ ମୋବାଇଲରୁ ନେଇ ଆପଣଙ୍କୁ ଧମକ ଚମକ ଦେଇଥାନ୍ତି ।

ଏମିତି ହେଲେ କଣ କରିବେ ?

ଯଦି ଆପଣ ଏପରି କୌଣସି ଅନଧିକୃତ ଆପ୍‌ କବଳରେ ପଡ଼ି ଯାଉଛନ୍ତି, ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ଏ ସମ୍ପର୍କରେ ପ୍ରଥମେ ନିଜ ବନ୍ଧୁ, ପରିବାର ଓ ଆତ୍ମୀୟସ୍ବଜନଙ୍କୁ ଜଣାନ୍ତୁ । ଏହାପରେ ଆପଣ ଭାରତ ସରକାରଙ୍କ ସାଇବର କ୍ରାଇମ ବିଭାଗର https://cybercrime.gov.in/ ୱେବସାଇଟରେ ଅଭିଯୋଗ କରନ୍ତୁ । ନଚେତ ଆପଣ ସାଇବର ପୋଲିସ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ କରିପାରିବେ ।

କଣ କରିବେ ନାହିଁ ? : ଧ୍ୟାନ ଦେବା କଥା ହେଉଛି ଆପଣ ସାଇବର ଠକଙ୍କ ଧମକୁ ବର୍ତ୍ତନ୍ତୁ । ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଉପଯୋଗ କରି ଟଙ୍କା ମାଗିପାରନ୍ତି । ଆପଣ ଟଙ୍କାଟିଏ ବି ଦିଅନ୍ତୁ ନାହିଁ କି ଭୟଭୀତ ହୁଅନ୍ତୁ ନାହିଁ । ତୁରନ୍ତ ସାଇବର ପୋଲିସକୁ ଏ ସମ୍ପର୍କରେ ଜଣାନ୍ତୁ ।

ଠକେଇ ଆପ୍‌କୁ କିପରି ଚିହ୍ନିବେ ?

ଏଭଳି ଠକେଇ ଆପ୍‌ (cheating apps)କୁ ଚିହ୍ନଟ କରିବା ଲାଗି ଭାରତ ସରକାର କାମ କରୁଛନ୍ତି । ଏହି କ୍ରମରେ କିଛି ଚାଇନିଜ ଠକେଇ ଆପ୍‌କୁ ଭାରତରେ ବ୍ଲକ୍‌ କରାଯାଇଛି । ଏହି ଆପ୍‌ଗୁଡ଼ିକର ଚେର ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଲମ୍ବିଛି । ଏଣୁ କୌଣସି ଆପ୍‌ଠାରୁ ଋଣ ନିଅନ୍ତୁ ନାହିଁ । କାରଣ ପରବର୍ତ୍ତୀ ସମୟରେ ସେମାନେ ଆପଣଙ୍କଠାରୁ ଅଧିକ ସୁଧ ମାଗିପାରନ୍ତି ।

କେଉଁ ପଦକ୍ଷେପ ନେଉଛି RBI ? : ଭାରତରେ ଏପରି ଅନଲାଇନ ଠକେଇକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ କାମ କରୁଛି । ପ୍ରଥମ ପର୍ଯ୍ୟାୟରେ ଆରବିଆଇ ଅଧିକୃତ ଆପ୍ଲିକେସନ ସମ୍ପର୍କରେ ସୂଚନା ଦେବା ଉପରେ ଏକ ପ୍ଲାଟଫର୍ମ ସୃଷ୍ଟି କରିଛି ।

ପଢନ୍ତୁ ଅନ୍ୟ କିଛି ଖବର

Loan app scam ମାଧ୍ୟମରେ ଚୀନକୁ ଯାଇଛି ୫ ଶହ କୋଟି, ୨୨ ଗିରଫ

ଆରବିଆଇର ଚେତାବନୀ, ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଜରୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.