ETV Bharat / technology

ଫୋଲ୍ଡେବଲ ଫୋନ ଉପରେ ଆସିଲା ଦମଦାର ଅଫର; ମିଳିବ 30ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ - Foldable Mobile Offers

author img

By ETV Bharat Tech Team

Published : Sep 13, 2024, 2:20 PM IST

Foldable Phone Offers: ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ ଓ ୱାନପ୍ଲସ୍ ଫୋଲ୍ଡେବଲ୍ ଫୋନ୍ କ୍ରୟ ଉପରେ ଏକ ବଡ଼ ରିହାତି ପାଉଛନ୍ତି । ଏ ନେଇ ଉଭୟ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି । ତେବେ ଫୋନ୍ କିଣିବାରେ ଆପଣ କେତେ ରିହାତି ପାଇବେ ଓ ଏହାର ଫିଚରଗୁଡିକ କ’ଣ ? ଜାଣନ୍ତୁ...

Foldable Phone Offers
Foldable Phone Offers (ETV Bharat)

ହାଇଦ୍ରାବାଦ: ପାର୍ବଣ ଋତୁକୁ ଆଖି ଆଗରେ ରଖି ବିଭିନ୍ନ କମ୍ପାନୀ ନିଜ ପ୍ରଡକ୍ଟ ଉପରେ ରିହାତି ପ୍ରଦାନ କରୁଛନ୍ତି । କିଛି ରିହାତି ଗ୍ରାହକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । କାରଣ ଏହି ଅଫରରେ ଗ୍ରାହକଙ୍କୁ ଏକ ଭଲ ଡିଲ୍‌ ମିଳୁଛି । ଏହି କ୍ରମରେ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଓ ଚାଇନିଜ କମ୍ପାନୀ ୱାନପ୍ଲସ ଫୋଲ୍ଡେବଲ ସ୍ମାର୍ଟଫୋନ ଉପରେ ଦମଦାର ଅଫର ପ୍ରଦାନ କରୁଛି । ଏହି ଫୋଲ୍ଡେବଲ ଫୋନର ନାମ ହେଉଛି ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ 5 (Samsung Galaxy Z Fold 5) ଓ ୱାନପ୍ଲସ ଓପେନ (OnePlus Open) ।

Samsung Galaxy Z Fold 5
Samsung Galaxy Z Fold 5 (Samsung)

Samsung Galaxy Z Fold 5:-

ସାମସଙ୍ଗର ୱେବସାଇଟରେ ଏହି ଫୋଲ୍ଡେବଲ୍ ଫୋନର ମୂଲ୍ୟ 1 ଲକ୍ଷ 64 ହଜାର 999 ଟଙ୍କା ରହିଛି । ଯଦି ଆପଣ ଏହି ଫୋନ୍ କିଣିବା ପାଇଁ ଏକ HDFC ବ୍ୟାଙ୍କ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ 15,000 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହା ବ୍ୟତୀତ ଗ୍ରାହକମାନଙ୍କୁ ଏହି ଫୋନରେ 15,000 ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ୍ ବୋନସ୍ ମଧ୍ୟ ଦିଆଯାଉଛି । ତେଣୁ ମୋଟ ରିହାତିକୁ ମିଶାଇଲେ ଏହି ଫୋନ ଉପରେ 30,000 ଟଙ୍କା ଦିଆଯାଉଛି ।

Samsung Galaxy Z Fold 5
Samsung Galaxy Z Fold 5 (Samsung)

ଫିଚର୍ସ କଣ ? : ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ 5 ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର୍‌ ରହିଛି । ଯାହାକି ୟୁଜରଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବ ।

  • 7.6-ଇଞ୍ଚ QXGA+ ଡାଇନାମିକ ଡିସପ୍ଲେ
  • 6.2 ଇଞ୍ଚ ସେକେଣ୍ଡ କଭର ଡିସପ୍ଲେ
  • ମିନି ଟ୍ୟାବଲେଟ୍‌ର ଅନୁଭବ ପ୍ରଦାନ କରିବ
  • 120Hz ରିଫ୍ରେସ ରେଟ୍‌
  • ମେନ୍‌ ବ୍ୟାକ୍‌ କ୍ୟାମେରା 5MP
  • 4400mAh ବ୍ୟାଟେରୀ
  • 25W ଫାଷ୍ଟ ଚାର୍ଜିଂ ସପୋର୍ଟ
    Samsung Galaxy Z Fold 5
    Samsung Galaxy Z Fold 5 (Samsung)

Also Read: ଥରେ ଚାର୍ଜ କଲେ 3ଦିନ ନନଷ୍ଟପ୍‌ ଚାଲିବ Realmeର ଏହି ଟ୍ୟାବଲେଟ୍‌; ଆଜି ଲଞ୍ଚ

Also Read: ଗୁଗଲ ପିକ୍ସେଲ 9 ବନାମ ଆଇଫୋନ 16; କେଉଁଟା ଭଲ ? - iPhone 16 VS Google Pixel 9

OnePlus Open
OnePlus Open (OnePlus)

OnePlus Open ସ୍ମାର୍ଟଫୋନ:-

ୱାନପ୍ଲସର ୱେବସାଇଟରେ ଏହି ଫୋନର ମୂଲ୍ୟ 1 ଲକ୍ଷ 39 ହଜାର 999ଟଙ୍କା ରହିଛି, ଯେଉଁଥିରେ ଗ୍ରାହକ 16 ଜିବି ରାମ୍ ଏବଂ 512 ଜିବି ଷ୍ଟୋରେଜ୍ ପାଇପାରିବେ। ଯଦି ମନୋନୀତ ବ୍ୟାଙ୍କଗୁଡିକ ମାଧ୍ୟମରେ ଦେୟ ପ୍ରଦାନ କରାଯାଏ ତେବେ ଏହି ଫୋନରେ 20ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏହା ବ୍ୟତୀତ ଯଦି ଆପଣ ଜିଓର ପୋଷ୍ଟପେଡ୍ ଉପଭୋକ୍ତା, ତେବେ ଆପଣ 699 ଟଙ୍କା ଜିଓ ପୋଷ୍ଟପେଡ୍ ପ୍ଲସ୍ ଯୋଜନାରେ 15,000 ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ଏହି ଫୋନ କିଣିବା ପରେ ହିଁ ଏହି ସୁବିଧା ଉପଲବ୍ଧ ହେବ । ଏହା ବ୍ୟତୀତ କମ୍ପାନୀ ଏହି ଫୋନରେ 8,000 ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ ବୋନସ ପ୍ରଦାନ କରୁଛି । ତେଣୁ ଉପଭୋକ୍ତାମାନେ ଏହି ଫୋନରେ 43,000 ଟଙ୍କା ପର୍ଯ୍ୟନ୍ତ ମୋଟ ରିହାତି ପାଇପାରିବେ ।

OnePlus Open
OnePlus Open (OnePlus)

କଣ ରହିଛି ଫିଚର୍ସ ?

  • 7.82-ଇଞ୍ଚ 2K ଫ୍ଲେକ୍ସି ଫ୍ଲୁଇଜ LTPO 3.0 AMOLED ସ୍କ୍ରିନ
  • 6.31 ଇଞ୍ଚ କଭର ଡିସପ୍ଲେ
  • 120Hz ରିଫ୍ରେସ ରେଟ୍‌
  • ମେନ୍‌ କ୍ୟାମେରା 48MP
  • 64MP ଟେଲିଫଟୋ ଲେନ୍ସ
  • 48MP ଅଲଟ୍ରାୱାଇଡ ଆଙ୍ଗଲ ଲେନ୍ସ
  • 20MP ଫ୍ରଣ୍ଟ କ୍ୟାମେରା
  • 4800mAh ବ୍ୟାଟେରୀ
  • 67W ଫାଷ୍ଟ ଚାର୍ଜିଂ ସପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.