ETV Bharat / technology

Budget DSLR Cameras: 1ଲକ୍ଷ ଭିତରେ ଭଲ DSLR କ୍ୟାମେରା ଚାହୁଁଛନ୍ତି କି ? ଏହି 5 ଅପସନ ଉପରେ ନଜର ପକାନ୍ତୁ - BEST DSLR CAMERAS UNDER 1 LAKH

author img

By ETV Bharat Tech Team

Published : Sep 3, 2024, 3:58 PM IST

BUDGET DSLR CAMERAS: ଆପଣ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କି ? ଆପଣଙ୍କୁ ବଜେଟ ଭିତରେ ଭଲ କ୍ୟାମେରା ସହିତ DSLR କ୍ୟାମେରା ଆବଶ୍ୟକ କି ? ଏହି ଆର୍ଟିକିଲରେ ଆମେ ଆପଣଙ୍କୁ 5ଟି ବେଷ୍ଟ କ୍ୟାମେରା ସମ୍ପର୍କରେ କହିବୁ, ଯାହାକି ଆପଣଙ୍କ ପାଇଁ ଭଲ ଅପସନ ହୋଇପାରେ । ଅଧିକ ପଢନ୍ତୁ

BUDGET DSLR CAMERAS
BUDGET DSLR CAMERAS (ETV Bharat Tech Team)

ହାଇଦ୍ରାବାଦ: ଆଜିକାଲି ଯୁବପିଢି ଫଟୋ ବାୟା । ଅର୍ଥାତ ଯେକୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଆନ୍ତୁ କି କୌଣସି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚାହାନ୍ତି, ତେବେ ଫଟୋ ଉଠାଇବା ନିହାତି ଆବଶ୍ୟକ । ତାହା ପୁଣି ଭଲ କ୍ବାଲିଟିର ଫଟୋ ହୋଇଥିବା ଦରକାର । ଆଜିକାଲି ମୋବାଇଲରେ ଭଲ କ୍ବାଲିଟିର ଫଟୋ ଆସୁଥିବା ବେଳେ ମଧ୍ୟ କ୍ୟାମେରା ଫଟୋର ବିଶେଷତା ରହିଛି । ତେବେ ଏଥିଲାଗି ଆବଶ୍ୟକ ଏକ ଭଲ କ୍ୟାମେରା । ହେଲେ ପକେଟକୁ ସୁହାଇବା ଭଳି କ୍ୟାମେରା ଖୋଜୁଥିଲେ, ଆମେ ଆପଣଙ୍କୁ କିଛି ଅପସନ ଦେବୁ । ଯାହାକି ବଜେଟ ଭିତରେ ଆପଣଙ୍କ ପାଇଁ ଭଲ କ୍ୟାମେରା ହୋଇପାରେ ।

Canon EOS 200D Mark II
Canon EOS 200D Mark II (Canon)

1. Canon EOS 200D Mark II: ବଜେଟ ଭିତରେ 'Canon EOS 200D Mark 2' କ୍ୟାମେରା ଆପଣଙ୍କ ପାଇଁ ବେଷ୍ଟ ହୋଇପାରେ । ଯେଉଁମାନେ ପ୍ରଥମ କରି ଡିଏସଏଲଆର କ୍ୟାମେରା କିଣିବାକୁ ଚାହୁଁଛନ୍ତି, ତେବେ ଏହା ବେଷ୍ଟ ଚଏସ ହୋଇପାରେ । ଏହାର ଦାମ 55ହଜାରରୁ 60ହଜାର ମଧ୍ୟରେ ମାର୍କେଟରେ ବିକ୍ରି ହେଉଛି । ଅନଲାଇନ ଅପେକ୍ଷା ଅଫଲାଇନରେ ଏହା କମ ଦାମରେ ମଧ୍ୟ ଉପଲବ୍ଧ ।

ଫିଚର୍ସ:

  • 24.1 MP
  • CMOS ସେନ୍ସର
  • APS-C କ୍ରପ ସେନ୍ସର
  • 4K ଭିଡିଓ ସପୋର୍ଟ

କଣ ଭଲ କଣ ଖରାପ ?

ଏହାର HDMI ଆଉଟପୁଟ୍‌ କ୍ଲିନ ନୁହେଁ । ଏଥିଲାଗି live stream ଏହା କଷ୍ଟକର ହୋଇପାରେ । କିନ୍ତୁ ଯେଉଁମାନେ ଭିଡିଓ ସୁଟ୍‌ କରିବାକୁ ଚାହୁଁଛନ୍ତି, ତେବେ ଏହା ଭଲ ଅପସନ ହୋଇପାରେ । ଏଥିରେ ଇଲେକ୍ଟ୍ରୋନିକ ଇମେଜ ଷ୍ଟାବିଲାଇଜେନ ଫିଚର ରହିଛି । ଯାହାଦ୍ବାରା ଆପଣଙ୍କ ଫଟୋ କିମ୍ବା ଭିଡିଓ ବିନା ସେକିଂରେ ଭଲ ଆଉଟପୁଟ୍‌ ପ୍ରଦାନ କରିବ ।

Sony Alpha A6000
Sony Alpha A6000 (Sony)

2. Sony Alpha A6000: ମିଡିଅମ ବଜେଟରେ ଯେଉଁମାନେ ଭଲ କ୍ୟାମେରା ଚାହୁଁଛନ୍ତି ତେବେ ଏହା ସେମାନଙ୍କ ଲାଗି ଭଲ ଅପସନ ହୋଇପାରେ । ଏହା ଆପଣଙ୍କୁ ବଜାରରେ 65ହଜାରରୁ 70ହଜାର ଟଙ୍କା ମଧ୍ୟରେ ମିଳିଯିବ ।

ଫିଚର୍ସ:

  • 24.2 MP
  • CMOS ସେନ୍ସର
  • APS-C କ୍ରପ ସେନ୍ସର

କଣ ଭଲ କଣ ଖରାପ ?

ଏହି କ୍ୟାମେରାରେ ଆପଣ କ୍ଲିନ HDMI ଆଉଟପୁଟ୍‌ ପାଇପାରିବେ । ପ୍ରତି ସେକେଣ୍ଡରେ 60 ଫ୍ରେମ ସହିତ ଆପଣ Full HD ଭିଡିଓ ସୁଟ୍‌ କରିପାରିବେ । କିନ୍ତୁ ଏଥିରେ ଇମେଜ ଷ୍ଟାବିଲାଇଜେନ ସୁବିଧା ନାହିଁ । ଏଥିଲାଗି ଆପଣଙ୍କୁ କୌଣସି ଫଟୋ କିମ୍ବା ଭିଡିଓ ସୁଟ୍‌ କରିବାକୁ ହେଲେ ଆପଣଙ୍କୁ ଆବଶ୍ୟକ ଏକ ଟ୍ରାଇପଡ୍‌ ।

Canon M50 Mark II
Canon M50 Mark II (Canon)

3. Canon M50 Mark II: ବଜାରରେ ଏହି କ୍ୟାମେରା ଆପଣଙ୍କୁ 58ହଜାରରୁ ଆରମ୍ଭ କରି 60ହଜାର ମଧ୍ୟରେ ମିଳିଯିବ । ଏହା ଏକ ମିରରଲେସ କ୍ୟାମେରା । ଏହା କ୍ରପ ସେନ୍ସର ସହିତ ଆସିଥାଏ ।

ଫିଚର୍ସ:

  • 24-ମେଗାପିକ୍ସେଲ
  • CMOS ସେନ୍ସର
  • APS-C କ୍ରପ ସେନ୍ସର

କଣ ଭଲ କଣ ଖରାପ ?

ଏହି କ୍ୟାମେରାକୁ ବ୍ୟବହାର କରି ଆପଣ 4K ଭିଡିଓ ଉତ୍ତୋଳନ କରିପାରିବେ । ପ୍ରତି ସେକେଣ୍ଡରେ 30 ଫ୍ରେମ ଭିଡିଓ ଉତ୍ତୋଳନ କରିପାରିବେ । Full HD ଭିଡିଓ ଉତ୍ତୋଳନ କରିପାରିବେ । ଏଥିରେ କ୍ଲିନ HDMI ଆଉଟପୁଟ୍‌ ରହିଛି । ଫଳରେ ଆପଣ ଲାଇଭ ଭିଡିଓ ଉତ୍ତୋଳନ କରିପାରିବେ । ଏଥିରେ ଡିଜିଟାଲ ଭିଡିଓ ଷ୍ଟାବିଲାଇଜେନ ମଧ୍ୟ ରହିଛି । ଏଣୁ ଆପଣ ବିନା ସେକ୍‌ରେ ଫଟୋ ଓ ଭିଡିଓ ସୁଟ୍‌ କରିପାରିବେ ।

Sony Alpha ZV-E10
Sony Alpha ZV-E10 (Sony)

4. Sony Alpha ZV-E10: କମ ଦାମରେ ଯେଉଁମାନେ ସୋନି କମ୍ପାନୀର କ୍ୟାମେରା କିଣିବାକୁ ଚାହୁଁଛନ୍ତି ତେବେ ଏହା ସେମାନଙ୍କ ଲାଗି ଭଲ ଅପସନ ହୋଇପାରେ । ଏହା ଆପଣଙ୍କୁ ବଜାରରେ 52ହଜାରରୁ 55ହଜାର ଟଙ୍କା ମଧ୍ୟରେ ମିଳିଯିବ ।

ଫିଚର୍ସ:

  • 24.2 MP
  • CMOS ସେନ୍ସର
  • APS-C କ୍ରପ ସେନ୍ସର

କଣ ଭଲ କଣ ଖରାପ ?

ଏହି ସୋନି କ୍ୟାମେରା ବ୍ୟବହାର କରି ଆପଣ ସେକେଣ୍ଡକୁ 30 ଫ୍ରେମ ସହିତ 4K ଭିଡିଓ ଉତ୍ତୋଳନ କରିପାରିବେ । ଏହାସହିତ Full HD ଭିଡିଓ ଉତ୍ତୋଳନ କରିପାରିବେ । ଏଥିରେ କ୍ଲିନ HDMI ଆଉଟପୁଟ୍ ସୁବିଧା ଥିବାରୁ ଆପଣ ଲାଇଭ ଭିଡିଓ ଉତ୍ତୋଳନ କରିପାରିବେ । ଏଥିରେ ଇଲେକ୍ଟ୍ରୋନିକ ଭିଡିଓ ଷ୍ଟାବିଲାଇଜେନ ଥିବାରୁ ଆପଣ ବିନା ସେକିଂରେ ଫଟୋ ଓ ଭିଡିଓ ଉତ୍ତୋଳନ କରିପାରିବେ । ଅର୍ଥାତ ଆପଣଙ୍କ ଫଟୋ ବ୍ଲର (Blur) ଆସିବ ନାହିଁ ।

Panasonic LUMIX G7
Panasonic LUMIX G7 (Panasonic)

5. Panasonic LUMIX G7: 50 ହଜାର ଟଙ୍କା ଭିତରେ ଆପଣ ଏକ ଭଲ DSLR କ୍ୟାମେରା କିଣିବାକୁ ଚାହୁଁଥିଲେ ଏହା ଆପଣଙ୍କ ଲାଗି ଭଲ ଅପସନ ହୋଇପାରେ । ଏହି କ୍ୟାମେରାଟି ଆପଣଙ୍କୁ ବଜାରରେ 42ହଜାରରୁ ଆରମ୍ଭ କରି 45ହଜାର ଟଙ୍କା ମଧ୍ୟରେ ମିଳିଯିବ । କାରଣ ଏହା ଏକ ପୁରୁଣା ମଡେଲ । କିନ୍ତୁ ଏହାର ପରଫର୍ମାନ୍ସ ଭଲ ଯୋଗୁଁ ଏହାକୁ ଗ୍ରାହକ ଏବେ ବି ବହୁତ ପସନ୍ଦ କରିଥାନ୍ତି ।

ଫିଚର୍ସ:

  • 16-megapixel
  • CMOS ସେନ୍ସର
  • APS-C କ୍ରପ ସେନ୍ସର

କଣ ଭଲ କଣ ଖରାପ ?

ଏହି କ୍ୟାମେରା ବ୍ୟବହାର କରି ଆପଣ 4K ଓ full HD ଭିଡିଓ ସୁଟ୍‌ କରିପାରିବେ । ଏଥିରେ ଆପଣଙ୍କୁ କ୍ଲିନ HDMI ଆଉଟପୁଟ୍‌ ମିଳିଯିବ । କିନ୍ତୁ ଏଥିରେ ଆପଣଙ୍କୁ ଭିଡିଓ ଷ୍ଟାବିଲାଇଜେନ ମିଳିବ ନାହିଁ । ଫଳରେ ଆପଣଙ୍କ ବ୍ଲର ଫଟୋ ଉଠିବାର ସମ୍ଭାବନା ରହିଛି ।

ବି:ଦ୍ର:- ଉପରେ ଉଲ୍ଲେଖ କରାଯାଇଥିବା କ୍ୟାମେରାର ଦାମ ସବୁବେଳେ ସମାନ ରହିନଥାଏ । କମ୍ପାନୀ ନିଜ ଆବଶ୍ୟକତା ଅନୁସାରେ କିମ୍ବା ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଫର ପ୍ରଦାନ କରିଥାଏ । ଫଳରେ କ୍ୟାମେରାର ଦାମ କମ ଅଧିକ ହୋଇଥାଏ । ଏଣୁ ଆପଣ କୌଣସି କ୍ୟାମେରା କିଣିବା ପୂର୍ବରୁ ଉଭୟ ଅଫଲାଇନ ଓ ଅନଲାଇନ ପ୍ରାଇସ ଚେକ୍‌ କରିବା ଆବଶ୍ୟକ । ଯାହାଦ୍ବାରା ଆପଣ ଏକ ଭଲ ବଜେଟରେ ନିଜ ମନ ପସନ୍ଦର DSLR କ୍ୟାମେରା କିଣିପାରିବେ ।

ପଢନ୍ତୁ ଅନ୍ୟ କିଛି ଖବର

25ହଜାର ଭିତରେ କିଣନ୍ତୁ ବେଷ୍ଟ ଗେମିଂ ସ୍ମାର୍ଟଫୋନ; ଗରମ ଚିନ୍ତାକୁ କରନ୍ତୁ ବାଏ ବାଏ

boAt Smartwatchରେ ଏବେ କରିପାରିବେ ଅନଲାଇନ ପେମେଣ୍ଟ, ଛୁଇଁଲେ କଟିଯିବ ଟଙ୍କା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.