ETV Bharat / technology

ବିନା SIM କାର୍ଡରେ କରିହେବ ମେସେଜ ଓ ଫୋନକଲ୍‌; BSNL ଆଣୁଛି ନୂଆ ସେବା - BSNL DIRECT TO DEVICE SERVICE

ଫୋନକଲ୍‌ ବା ମେସେଜ ଲାଗି ଆଉ ଆବଶ୍ୟକ ହେବ ନାହିଁ ସିମକାର୍ଡ । ସରକାରୀ ଟେଲିକମ କମ୍ପାନୀ BSNL ନୂଆ ସେବା ଆଣିବାକୁ ଯାଉଛି । କେମିତି ଏହା ସମ୍ଭବ ଜାଣନ୍ତୁ...

BSNL introduces Direct to Device (D2D) service
BSNL introduces Direct to Device (D2D) service (Photo- ETV Bharat)
author img

By ETV Bharat Tech Team

Published : Nov 7, 2024, 12:35 PM IST

ହାଇଦ୍ରାବାଦ: ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ (BSNL) ନିଜର ଲୋଗୋ ଓ ନୂଆ ସ୍ଲୋଗାନ ପ୍ରାୟ 24ବର୍ଷ ପରେ ଲଞ୍ଚ କରିଥିଲା । ଏହା ବ୍ୟତୀତ କମ୍ପାନୀ 7ଟି ନୂଆ ସେବା ଘୋଷଣା କରିଥିଲା, ଯେଉଁଥିରେ ଗୋଟିଏ ସେବା ହେଉଛି ବିନା ସିମକାର୍ଡରେ ଫୋନକଲ୍‌ ଓ ମେସେଜ ସୁବିଧା । ଏହି ସେବାର ନାମ ଡାଇରେକ୍ଟ-ଟୁ-ଡିଭାଇସ (Direct to Device) ନାମ ଦିଆଯାଇଛି ।

ପୂରା ହେଲା ଟ୍ରାଏଲ ପ୍ରକ୍ରିୟା:-

D2D କଲିଂର ଶୁଭାରମ୍ଭ ସରକାରୀ କମ୍ପାନୀ ବିଏସଏନଏଲ ଦ୍ବାରା ହେବ । BSNL D2D କଲିଂର ପରୀକ୍ଷଣ ମଧ୍ୟ ସମାପ୍ତ କରିଛି । D2D କଲିଂ ସୁବିଧା ପାଇଁ BSNL ଗ୍ଲୋବାଲ ସାଟେଲାଇଟ ଯୋଗାଯୋଗ ସଂସ୍ଥା ଭାଏସାଟ (Viasat) ସହିତ ସହଭାଗିତା ହୋଇଛି । D2D କଲିଂ ଦ୍ବାରା ଉପଭୋକ୍ତାମାନେ ପରସ୍ପରକୁ ସିମ୍‌କାର୍ଡ କିମ୍ବା ଅତିରିକ୍ତ ନେଟୱାର୍କ ବିନା ଅଡିଓ ଓ ଭିଡିଓ କଲ୍‌ କରିପାରିବେ । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟତୀତ ଅନେକ ସ୍ମାର୍ଟ ଡିଭାଇସ୍ ସହିତ D2D ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ ଯେଉଁଥିରେ ସ୍ମାର୍ଟୱାଚ୍ ମଧ୍ୟ ସାମିଲ । ସବୁଠୁ ଖାସ କଥା ହେଉଛି D2D ଟେକ୍ନୋଲୋଜି ସେହି କ୍ଷେତ୍ରରେ ମଧ୍ୟ କାମ କରିବ ଯେଉଁଠାରେ କୌଣସି ନେଟୱାର୍କ ଉପଲବ୍ଧ ନାହିଁ ।

ଏହା ବି ପଢନ୍ତୁ
  1. Jio ଓ Airtelକୁ ଟକ୍କର ଦେବାକୁ ତୟାର BSNL; ଖୁବଶୀଘ୍ର ଆଣୁଛି 5G ସେବା
  2. BSNLର ନୂଆ ଆରମ୍ଭ; 24ବର୍ଷ ପରେ ବଦଳାଇଲା LOGO, ଆଣିଲା 7 ନୂଆ ସର୍ଭିସ
  3. "BSNL କି ଘର ଓ୍ବାପସି", ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ

କିପରି କାମ କରିବ D2D ?

Viasat ଡାଇରେକ୍ଟ-ଟୁ-ଡିଭାଇସ୍ କନେକ୍ଟିଭିଟି ହେଉଛି ଏକ ବୈପ୍ଳବିକ ଟେକନିକ୍‌ ଯାହା ମୋବାଇଲ, ସ୍ମାର୍ଟ ୱାଚ୍ ଏପରିକି କାରଗୁଡ଼ିକୁ ସାଟେଲାଇଟ୍‌ ନେଟୱାର୍କ ସହିତ ସିଧାସଳଖ ସଂଯୋଗ କରିବାକୁ ସକ୍ଷମ ହେବ । ଏହି ଟେକ୍ନୋଲୋଜି ଉଭୟ ବ୍ୟକ୍ତିଗତ ଏବଂ ଡିଭାଇସ ଯୋଗାଯୋଗ ପାଇଁ ଡିଜାଇନ୍ ହୋଇଛି । ଯାହାକି ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳରୁ ବିଶ୍ବସନୀୟ କନେକ୍ଟିଭିଟି ପ୍ରଦାନ କରିଥାଏ ।

ଅନ୍ୟ କମ୍ପାନୀ ବି ଚଲାଇଛନ୍ତି ଉଦ୍ୟମ:-

ରିପୋର୍ଟ ଅନୁସାରେ BSNL ବ୍ୟତୀତ, ଅନ୍ୟ ପ୍ରମୁଖ ଟେଲିକମ ଅପରେଟର କମ୍ପାନୀ ଯେପରିକି Airtel, Jio ଓ Vodafone-Idea ସାଟେଲାଇଟ କନେକ୍ଟିଭିଟି ସେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅନ୍ୟପଟେ ଏହି ନେଟୱାର୍କ ପ୍ରଦାନକାରୀମାନେ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ (Starlink) ସହିତ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି, ଯାହା ପୃଥିବୀ ବାୟୁମଣ୍ଡଳରେ ହଜାର ହଜାର ସାଟେଲାଇଟ ଲଞ୍ଚ କରିଛି ଏବଂ ଏହା ପୂର୍ବରୁ ବିଶ୍ବର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.