ETV Bharat / technology

ପୃଥିବୀ ଫେରିବାକୁ ସଜବାଜ ବୋଇଙ୍ଗ ଷ୍ଟାରଲାଇନର; ସେପ୍ଟେମ୍ବର 6ରେ ଅବତରଣ, ଆସିବେ ନାହିଁ ସୁନୀତା - Boeing Starliner to return to Earth

author img

By ETV Bharat Tech Team

Published : Aug 31, 2024, 11:21 AM IST

BOEING STARLINER TO RETURN TO EARTH: ଦୀର୍ଘ 2ମାସ ପରେ ପୃଥିବୀ ଫେରିବାକୁ ସଜବାଜ ହେଲାଣି ବୋଇଙ୍ଗ ଷ୍ଟାରଲାଇନର ସ୍ପେସକ୍ରାଫ୍ଟ । ଜୁନ 5ତାରିଖରେ ମହାକାଶକୁ ଯାଇଥିବା ଏହି ମହାକାଶଯାନ ଆସନ୍ତା ସେପ୍ଟେମ୍ବର 6 ତାରିଖରେ ଫେରିଆସିବ । ହେଲେ ଫେରିବେ ନାହିଁ ଭାରତୀୟ ବଂଶୋବ୍ଦଭ ମହାକାଶଚାରୀ ସୁନୀତା କି ତାଙ୍କ ସାଥୀ ବ୍ୟାରି ୱିଲମୋର । ଅଧିକ ପଢନ୍ତୁ

BOEING STARLINER
BOEING STARLINER (NASA)

ହାଇଦ୍ରାବାଦ: ପ୍ରାୟ 60ରୁ ଅଧିକ ଦିନ ପରେ ପୃଥିବୀ ଫେରିଆସିବାକୁ ସଜବାଜ ହେଲାଣି ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନ । ଭାରତୀୟ ବଂଶୋବ୍ଦଭ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସାଥୀ ବ୍ୟାରି ୱିଲମୋରଙ୍କୁ ନେଇ ଏହି ଯାନଟି ମହାକାଶ ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଯାନଟି ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ (ISS) ଫସି ରହିଛି । ଆସନ୍ତା ସେପ୍ଟେମ୍ବର 6 ତାରିଖରେ ଏହି ଯାନଟି ପୃଥିବୀପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଏ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଘୋଷଣା କରାଯାଇଛି ।

ବୋଇଙ୍ଗ ଷ୍ଟାରଲାଇନର ମହାକାଶଯାନ
ବୋଇଙ୍ଗ ଷ୍ଟାରଲାଇନର ମହାକାଶଯାନ (NASA)

କେତେବେଳେ ଫେରିବ ମହାକାଶଯାନ ?

ଗୁରୁବାର ସନ୍ଧ୍ୟାରେ, ନାସା ପକ୍ଷରୁ କୁହାଯାଇଥିଲା ଯେ ଏହି ମହାକାଶଯାନଟି ସେପ୍ଟେମ୍ବର 6 ତାରିଖରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ ଛାଡ଼ିବ । ପାଣିପାଗ ସ୍ଥିତି ଓ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାନଗଲେ, ଏହା ସଫଳତାର ସହିତ ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡ କରିବ । ଯଦି ସବୁକିଛି ଠିକ ରହେ, ତେବେ ସେପ୍ଟେମ୍ବର 6 ତାରିଖ ଭାରତୀୟ ସମୟ ଅପରାହ୍ନ 3ଟା 30ରେ ଏହା ସ୍ପେଶ ଷ୍ଟେସନରୁ ବାହାରିବ । ପ୍ରାୟ 6ଘଣ୍ଟା ପରେ ଏହା ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ୍ସ ସ୍ପେଶ ହାର୍ବରଠାରେ ଅବତରଣ କରିବ ।

ମହାକାଶଚାରୀଙ୍କୁ ନେଇ ଯାଇଥିଲା ବୋଇଙ୍ଗ ଷ୍ଟାରଲାଇନର:-

ଗତ ଜୁନ 5 ତାରିଖରେ ଷ୍ଟାରଲାଇନର ସଫଳତାର ସହିତ 2 ମହାକାଶଚାରୀଙ୍କୁ ନେଇ ମହାକାଶ ଗସ୍ତ କରିଥିଲା । ଏଥିରେ ଭାରତୀୟ ବଂଶୋବ୍ଦଭ ମହାକାଶଚାରୀ ସୁନୀତା ଓ ତାଙ୍କ ସାଥୀ ବ୍ୟାରି ୱିଲମୋର ଥିଲେ । ପ୍ରାୟ ଦିନେ ପରେ ଏମାନେ ସଫଳତାର ସହିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଥିଲେ । କ୍ରୁ ଫ୍ଲାଇଟ ଟେଷ୍ଟ (CFT) ମିସନ ଯୋଗୁଁ ଏହି 2 ମହାକାଶଚାରୀ ମହାକାଶ ଗସ୍ତ କରିଥିଲେ । ମିସନ ସଫଳ ମଧ୍ୟ ହେଲା । କିନ୍ତୁ ମହାକାଶରେ ପହଞ୍ଚିବା ପରେ ହିଲିୟମ ଗ୍ୟାସ ଲିକ୍‌ ଓ ଅନ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶରେ ଫସି ରହିଛନ୍ତି ମହାକାଶଚାରୀ ।

ଏହା ବି ପଢନ୍ତୁ- ମହାକାଶରେ ଧିରେ ଧିରେ ବଢେ ବୟସ; ଗୋଟିଏ ଦିନରେ ହୁଏ 16 ଥର ସୂର୍ଯ୍ୟୋଦୟ,ଏଇଠି ଫସିଛନ୍ତି ଆଷ୍ଟ୍ରୋନଟ୍‌ ସୁନୀତା ୱିଲିୟମ୍ସ

କେବେ ଫେରିବେ 2 ମହାକାଶଚାରୀ ?

ସୁନୀତା ଓ ବ୍ୟାରି ୱିଲମର ମହାକାଶକୁ ଗସ୍ତ କରିବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲା । ଅଗଷ୍ଟ 25 ତାରିଖରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ନାସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି ଯେ ଏଲନ ମସ୍କଙ୍କ SpaceX କ୍ରୁ ଡ୍ରାଗନ ମହାକାଶୟାନ ସହାୟତାରେ ଏହି 2 ମହାକାଶଚାରୀ ଆସନ୍ତା ବର୍ଷ ଅର୍ଥାତ 2025ରେ ପ୍ରାରମ୍ଭରେ ପୃଥିବୀକୁ ଫେରିବେ ।

କେମିତି ଅଛନ୍ତି ସୁନୀତା ଓ ସାଥୀ ମହାକାଶଚାରୀ ?

ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସୁନୀତା ଓ ତାଙ୍କ ସାଥୀ ମହାକାଶଚାରୀ ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ଏମାନେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ଅନ୍ୟ ମହାକାଶଚାରୀଙ୍କ ସହିତ ବିଭିନ୍ନ ଗବେଷଣା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏଲନ ମସ୍କଙ୍କ ସ୍ପେଶ ଏକ୍ସ ଡ୍ରାଗନ ଆସନ୍ତା ମାସ ଲଞ୍ଚ କରାଯିବ । ଏହା ସୁନୀତା ଓ ୱିଲମୋରଙ୍କୁ ନେଇ 2025 ଫେବୃଆରୀରେ ପୃଥିବୀପୃଷ୍ଠରେ ଅବତରଣ କରିବ । ଏହି ମହାକାଶଯାନରେ 4ଟି ସିଟ୍‌ ରହିଛି । ଏଥିମଧ୍ୟରୁ 2ଟି ସିଟ୍‌ ସୁନୀତା ଓ ୱିଲମୋରଙ୍କ ଲାଗି ଖାଲି ରହିବ ।

ଏହା ବି ପଢନ୍ତୁ- 2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.