ETV Bharat / technology

ଆଜି ଆକାଶରେ ଘଟିବ ଅଦ୍ଭୁତ ଘଟଣା; ରାତିରେ କଳା ହୋଇଯିବ ଜହ୍ନ - BLACK MOON 2024

ଆକାଶରେ ଆଜି ଦିଶିବ ମହାଜାଗତିକ ଦୃଶ୍ୟ । ଧଳା ପରିବର୍ତ୍ତେ କଳା ହୋଇଯିବ ଜହ୍ନ । କଣ ଏହି 'ବ୍ଲାକ୍‌ ମୁନ୍‌' ଓ ଭାରତରେ କେବେ ଦୃଶ୍ୟମାନ ହେବ ଜାଣନ୍ତୁ..

Black Moon 2024
Black Moon 2024 (ETV Bharat)
author img

By ETV Bharat Tech Team

Published : Dec 30, 2024, 1:52 PM IST

ହାଇଦ୍ରାବାଦ: ବ୍ରହ୍ମାଣ୍ଡରେ ଅନେକ ଅଦ୍ଭୁତ ଘଟଣା ଘଟେ । କିଛି ଆମ ସାମ୍ନାକୁ ଆସେ ଆଉ କିଛି ମଣିଷ ସମାଜର ଆଢୁଆଳରେ ହୁଏ । ଆକାଶରେ ଆପଣ ଜହ୍ନର ଅନେକ ରଙ୍ଗ ଦେଖିଥିବେ । କେତେବେଳେ ଉଜ୍ଜ୍ବଳମୟ ଧଳା ତ କେତେବେଳେ ନାଲି ଓ ଗୋଲାପି । କିନ୍ତୁ ବର୍ଷ 2024ର ଶେଷରେ ଡିସେମ୍ବର 30 ତାରିଖ ଆଜି ଆକାଶରେ କିଛି ବିରଳ ଘଟଣା ଘଟିବ । ଆଜି ଆମେରିକାର ଆକାଶରେ ଦିଶିବ ବ୍ଲାକ୍‌ ମୁନ୍‌ ବା କଳା ଜହ୍ନ । ଆସନ୍ତାକାଲି ଭାରତ ସମେତ ୟୁରୋପ ଓ ଆଫ୍ରିକାରେ ଏହି ବିରଳ ଦୃଶ୍ୟକୁ ଦେଖିହେବ ।

କେମିତି କଳା ହୁଏ ଜହ୍ନ ?

ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ସମାନ ଦିଗରେ ସମାନ୍ତରାଳ ହୋଇଥାନ୍ତି ସେତେବେଳେ ଅମାବାସ୍ୟା ହୋଇଥାଏ ଏବଂ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀଠାରୁ ଦୂରରେ ରହିଥାଏ । ଯାହାଦ୍ବାରା ଏହା ଖାଲି ଆଖିରେ ଅଦୃଶ୍ୟ ଦିଶିଥାଏ ଏବଂ ଆକାଶ କଳା ଦେଖାଯାଏ । ଚନ୍ଦ୍ରକୁ ପୃଥିବୀ ଚାରିପଟେ ଥରେ ଘୂରିବାକୁ ହାରାହାରି 29.5 ଦିନ ଲାଗିଥାଏ, ଏଥିଲାଗି ବେଳେବେଳେ ଗୋଟିଏ ମାସରେ ଦୁଇଟି ନୂଆ ଜହ୍ନ ଦେଖାଯାଏ । ଫଳରେ ଆକାଶରେ କଳା ଜହ୍ନ ଦିଶେ । ଆକାଶରେ ବ୍ଲାକ୍‌ ମୁନ୍‌ ଦିଶିବା, ବ୍ଲୁ ମୁନ୍‌ ପରି ଏକ ମହାଜାଗତିକ ଘଟଣା, ଯାହା ଅତ୍ୟନ୍ତ ବିରଳ ବୋଲି ବିବେଚନା କରାଯାଏ ।

Rare Celestial Event of 2024
Rare Celestial Event of 2024 (Photo Credit- NASA)

ବ୍ଲାକ୍‌ ମୁନ୍‌ କଣ ?

କଳା ଚନ୍ଦ୍ର କହିଲେ ଏହା ବ୍ଲୁ ମୁନ୍‌ ବା ନୀଳ ଜହ୍ନ ପରି ହୋଇଥାଏ । ଯେତେବେଳେ ନୀଳ ଜହ୍ନର ସମ୍ପର୍କ ପୂର୍ଣ୍ଣିମା ସହିତ ହୋଇଥାଏ, ସେତେବେଳେ କଳା ଜହ୍ନର ସମ୍ବନ୍ଧ ନୂଆ ଜହ୍ନ ବା ଅମାବାସ୍ୟାର ପର ରାତି ସହିତ ହୋଇଥାଏ । ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ ଏହି ରାତି ହେଉଛି ଶୁକ୍ଲ ପକ୍ଷ ପ୍ରତୀପଦା ରାତ୍ରି ଯାହାକି ନୂଆ ଚନ୍ଦ୍ର ନାମରେ ମଧ୍ୟ ଜଣାଶୁଣା । କ୍ୟାଲେଣ୍ଡର ଅନୁଯାୟୀ ଯଦି ଗୋଟିଏ ଋତୁରେ 4ଟି ନୂତନ ଚନ୍ଦ୍ର ଥାଏ ତେବେ ତୃତୀୟ ଅମାବାସ୍ୟାକୁ ବ୍ଲାକ୍‌ ମୁନ୍‌ କୁହାଯାଏ । ଏହାର ଅର୍ଥ ହେଉଛି ଗୋଟିଏ ମାସରେ ଦ୍ବିତୀୟ ଅମାବାସ୍ୟା ପଡ଼ିଥାଏ । ବାସ୍ତବରେ କଳା ଜହ୍ନ ଖୁବ୍‌ କମ ଦେଖାଯାଏ । ଏହା ପ୍ରାୟ ପ୍ରତି 29 ମାସରେ ଥରେ ଆସେ ।

ସତରେ କଣ କଳା ହୋଇଯାଏ ଜହ୍ନ ?

ମିଡିଆ ରିପୋର୍ଟ ଅନୁସାରେ, କଳା ଚନ୍ଦ୍ରର ଅର୍ଥ ନୁହେଁ ଯେ ଚନ୍ଦ୍ରର ରଙ୍ଗ କଳା ହୋଇଯାଏ, ଏହା ଚନ୍ଦ୍ରର ଚକ୍ରର ବିରଳ ପ୍ରତୀକ ଅଟେ । ଏହା ପୂର୍ଣ୍ଣିମାର ନୀଳ ଚନ୍ଦ୍ର ପରି ହେବ, କିନ୍ତୁ ଏଥିରେ ଚନ୍ଦ୍ର ପୃଥିବୀରୁ ଅଦୃଶ୍ୟ ହୋଇଯିବ, କାରଣ ଆଜି ଅମାବାସ୍ୟା ରାତି । ଆଜି ରାତିରେ ଚନ୍ଦ୍ର ସୂର୍ଯ୍ୟ ଆଡକୁ ରହିବ, ଯେଉଁ କାରଣରୁ ସୂର୍ଯ୍ୟ କିରଣ ଜହ୍ନ ଉପରେ ପଡ଼ିବ ନାହିଁ ଏବଂ ଏହା ଉଜ୍ଜ୍ବଳ ଆଲୋକ ପ୍ରଦାନ କରିବ ନାହିଁ ।

ଆଜି ରାତିରେ ଦିଶିବ ଶୁକ୍ର ଗ୍ରହ

ଆଜି ରାତିର ଆକାଶ ଉପରେ ଏହାର ପ୍ରଭାବ ରହିବ । ଅନ୍ଧାର ରାତିରେ ଚନ୍ଦ୍ରର କେବଳ ଏକ ଭଗ୍ନାଂଶ ଦୃଶ୍ୟମାନ ହେବ ଯାହା ବହୁତ କମ୍ । ଆକାଶରେ ଆଜି ତାରା, ଗ୍ରହ ଏବଂ ଏପରିକି ଦୂର ଗ୍ୟାଲେକ୍ସିଗୁଡିକର ଭଲ ଭାବେ ଦୃଶ୍ୟମାନ ହୋଇପାରେ । ବୃହସ୍ପତି ଗ୍ରହ ଦେଖିବା ପାଇଁ ବାଇନାକୁଲର କିମ୍ବା ଟେଲିସ୍କୋପ ବ୍ୟବହାର କରାଯାଇପାରିବ ଯାହା ରାତିସାରା ଦୃଶ୍ୟମାନ ହେବ ଏବଂ ଶୁକ୍ର ଯାହା ସନ୍ଧ୍ୟାରେ ଉଜ୍ଜ୍ବଳ ଦେଖାଯିବ ।

କେତେବେଳେ ଦିଶିବ ବ୍ଲାକ୍‌ ମୁନ୍‌ ?

ଡିସେମ୍ବର ମାସର ଏହି ଦ୍ବିତୀୟ ଅମାବାସ୍ୟା ଆମେରିକାବାସୀଙ୍କ ଲାଗି ଡିସେମ୍ବର 30 ଆଜି ଦୃଶ୍ୟମାନ ହେବ । କିନ୍ତୁ 31 ଡିସେମ୍ବରରେ ୟୁରୋପ, ଆଫ୍ରିକା ଏବଂ ଏସିଆରେ ଦୃଶ୍ୟମାନ ହେବ । ଫଳରେ ଭାରତୀୟମାନେ ଡିସେମ୍ବର 31 ତାରିଖ ଭୋର 3:57ରେ କଳା ଜହ୍ନ ଦେଖିପାରିବେ । ସୂଚନା ଥାଉ କି 2025ରେ ବ୍ଲାକ୍‌ ମୁନ୍‌ 23 ଅଗଷ୍ଟ ଓ 31 ଅଗଷ୍ଟରେ ଦୃଶ୍ୟମାନ ହେବ ।

ଏହା ବି ପଢନ୍ତୁ
  1. ଆଜି ବର୍ଷର ପ୍ରଥମ ସୁପରବ୍ଲୁମୁନ୍‌; ଏହି ସମୟରେ ଆକାଶରେ ହେବ ଦୃଶ୍ୟମାନ, ରାକ୍ଷୀ ପୂର୍ଣ୍ଣିମାରେ କେଉଁ ରାଶି ପାଇଁ ଶୁଭ ? ଦେଖିଲେ ବଦଳି ଯିବ ଭାଗ୍ୟ
  2. ଜହ୍ନ ନଥିଲେ କଣ ହୋଇଥାନ୍ତା ? ଜହ୍ନ ଆମ ନିଦକୁ ନିୟନ୍ତ୍ରଣ କରେ କି ?
  3. 2025ରେ କେବେ ଲାଗିବ ପ୍ରଥମ ସୂର୍ଯ୍ୟପରାଗ; କ’ଣ ଭାରତରେ ହେବ ଦୃଶ୍ୟମାନ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.