ETV Bharat / technology

A17 ଚିପ୍‌ ବାଲା iPad Mini ବନାମ M2 ଚିପ୍‌ iPad Air; କେଉଁଟା କିଣିବେ ?

ନିକଟରେ ଆପଲ୍‌ iPad Mini ଲଞ୍ଚ କରିଛି । ଯାହାକି ଚଳିତ ବର୍ଷ ପ୍ରାରମ୍ଭରୁ ଲଞ୍ଚ ହୋଇଥିବା iPad Airକୁ ଟକ୍କର ଦେଉଛି । ତେବେ ଆପଣଙ୍କ ପାଇଁ କେଉଁଟା ଭଲ ?

author img

By ETV Bharat Tech Team

Published : 9 hours ago

Apple iPad Mini Vs Apple iPad Air
Apple iPad Mini Vs Apple iPad Air (Photo- Apple)

ହାଇଦ୍ରାବାଦ: ଆପଲ୍‌ ନିକଟରେ ନିଜର ଟାବଲେଟ୍‌ ଲାଇନଅପକୁ ଆଗକୁ ବଢାଇ A17 ଚିପ୍‌ ବାଲା ଆଇପ୍ୟାଡ ମିନି (iPad Mini)ର ବଜାର ପ୍ରବେଶ କରିଛି । ଯାହାର ଦାମ ମଧ୍ୟ ବେଶ ସୁଲଭ ରହିଛି । ଏଥିରେ ଗ୍ରାହକଙ୍କୁ ଆପଲ୍‌ ଇଣ୍ଟେଲିଜେନ୍ସ ଓ ଆପଲ୍‌ ପେନସିଲ ପ୍ରୋ ସପୋର୍ଟ ମିଳିବ । ତେବେ iPad Miniର ଅନେକ ଫିଚର M2 ଚିପ୍‌ iPad Air ସହିତ ସମାନ ଥିବା ବେଳେ ଉଭୟ ପ୍ରଡକ୍ଟର ଦାମ ମଧ୍ୟ ପାଖାପାଖି ରହିଛି । ଫଳରେ ଏହି 2ଟିରୁ କେଉଁଟା କିଣିବା ଉଚିତ ସେ ନେଇ ଗ୍ରାହକ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।

ଉଭୟ ପ୍ରଡକ୍ଟ ମଧ୍ୟରେ ତୁଳନାର ଆଉ ଏକ କାରଣ:-

ଆଇପ୍ୟାଡ୍‌ ମିନିର ଦାମ 49,000 ଟଙ୍କା ଥିବା ବେଳେ M2 ଚିପ୍‌ ସହିତ ଆସୁଥିବା iPad Airର ଦାମ 11 ଇଞ୍ଚ ଭାରିଏଣ୍ଟ ଲାଗି 59,000 ଟଙ୍କା ଓ 13-ଇଞ୍ଚ ମଡେଲ ଲାଗି 79,000ଟଙ୍କା ରହିଛି । ଉଭୟଙ୍କ ମଧ୍ୟରେ କିଛି ବିଶେଷତା ରହିଛି ସତ, ହେଲେ ଅନେକ ଫିଚର ସମାନ ରହିଛି । ଏଣୁ ଗ୍ରାହକ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।

iPad Mini ବନାମ iPad Air

  • ଡିସପ୍ଲେ ଓ କ୍ବାଲିଟି:- ଆଇପ୍ୟାଡ ମିନି 8.3 ଇଞ୍ଚ ଲିକ୍ବିଡ ରେଟିନା ଡିସପ୍ଲେ ସହିତ ଆସିଛି । ସେପଟେ iPad Air 2ଟି ଭାରିଏଣ୍ଟ ସହିତ ଆସିଛି । ଏଥିରେ ଗ୍ରାହକଙ୍କୁ 11 ଇଞ୍ଚ ଓ 13 ଇଞ୍ଚ ଲିକ୍ବିଡ ରେଟିନା ଡିସପ୍ଲେ ମିଳିବ ।
  • ପ୍ରୋସେସର କାର୍ଯ୍ୟଦକ୍ଷତା:- ଆଇପ୍ୟାଡ୍ ମିନି ଆପଲର A17 ପ୍ରୋ ଚିପ୍ ଆପଲର ଶକ୍ତିଶାଳୀ ଆଇଫୋନ୍ 15 ପ୍ରୋରେ ମଧ୍ୟ ରହିଛି । ଏହି ଚିପ୍ ଦୈନନ୍ଦିନ କାର୍ଯ୍ୟ ଏବଂ କାଜୁଆଲ୍ ଗେମିଂ ପାଇଁ ସୁଗମ ଏବଂ ଦ୍ରୁତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ । ଅନ୍ୟପଟେ ଆଇପ୍ୟାଡ୍ ଏୟାର ଆପଲର M2 ଚିପ୍ ବ୍ୟକ୍ତିଗତ କମ୍ପ୍ୟୁଟର ଏବଂ ହାଇ ଏଣ୍ଡ ଟ୍ୟାବଲେଟ୍ ପାଇଁ ତିଆରି କରାଯାଇଥିଲା । ଏହାର ଗୋଟିଏ 8-କୋର CPU ଓ 9-କୋର GPU ଅଛି । ଯାହାକି ଭିଡିଓ ଏଡିଟିଂ, ଗ୍ରାଫିକ୍ ଡିଜାଇନ୍ ଏବଂ ଗେମିଂ ପାଇଁ ଉପଯୁକ୍ତ ।
  • କ୍ୟାମେରା:- ଉଭୟ ଆଇପ୍ୟାଡ ମିନି ଓ ଆଇପ୍ୟାଡ ଏୟାରରେ 12MP ୱାଇଡ କ୍ୟାମେରା ଯାହାକି 4K ଭିଡିଓ ସୁଟିଂ କରିବାର ଦକ୍ଷତା ରଖିଥାଏ । ଏହାସହତ 12MP ଅଲଟ୍ରା ୱାଇଡ ଫ୍ରଣ୍ଟ କ୍ୟାମେରା ରହିଛି । କହିବାକୁ ଗଲେ ଦୁଇଟି ପ୍ରଡକ୍ଟର କ୍ୟାମେରା ପ୍ରାୟତଃ ସମାନ ରହିଛି ।
  • କନେକ୍ଟିଭିଟି:- ଉଭୟ ପ୍ରଡକ୍ଟରେ Wi-Fi 6E ଓ 5G ସେଲ୍ୟୁଲାର ସପୋର୍ଟ କରେ । ଉଭୟ USB-C ଫାଷ୍ଟ ଚାର୍ଜିଂ, ଆପଲ୍‌ ପେନସିଲ ଓ ବ୍ଲୁଟୁଥ କିବୋର୍ଡକୁ ସପୋର୍ଟ କରିଥାଏ ।
Specifications iPad Mini (A17 Pro) iPad (Air M2)
ପରିମାପ195.4 x 134.8 x 6.3 mm247 x 178.5 x 6.1mm
ଓଜନ297 ଗ୍ରାମ462 ଗ୍ରାମ
ସ୍କ୍ରିନ

8.3 ଇଞ୍ଚ LCD

60Hz

11 ଓ 13 ଇଞ୍ଚ

60 Hz

ଦାମRs. 49,000Rs. 59,000
କ୍ୟାମେରା

12MP F1.8

12MP ଫ୍ରଣ୍ଟ, ଅଲଟ୍ରା-ୱାଇଡ, f/2.4

12MP F1.8

12MP ଫ୍ରଣ୍ଟ, ଅଲଟ୍ରା-ୱାଇଡ, f/2.4

ବ୍ୟାଟେରୀ5708mAh7606mAh, 9705 mAh
ଚାର୍ଜିଂ ସପୋର୍ଟ

20W ୱେୟାର୍ଡ

USB-C

20W ୱେୟାର୍ଡ

USB-C

ପ୍ରୋସେସରApple A17 Pro (3nm)Apple M2 (5nm)

ଦାମ କେତେ ?

ବର୍ତ୍ତମାନ ଉଭୟ ପ୍ରଡକ୍ଟର ଦାମ କଥା କହିବାକୁ ଗଲେ iPad Mini ୱାଇ-ଫାଇ ମଡେଲ ଲାଗି 49,000ଟଙ୍କାରେ ଉପଲବ୍ଧ ଥିବା ବେଳେ ୱାଇଫାଇ ପ୍ଲସ ସେଲ୍ୟୁଲାର ଅପସନ ଲାଗି 64,900 ଟଙ୍କା ରହିଛି । ସେପଟେ ଆଇପ୍ୟାଡ ଏୟାର 11 ଇଞ୍ଚ ଭାରିଏଣ୍ଟ ଲାଗି 59,900 ଟଙ୍କା ଥିବା ବେଳେ 13 ଇଞ୍ଚ ଲାଗି 79,900 ଟଙ୍କା ରହିଛି ।

କେଉଁଟା କିଣିବେ ?

ଆକାରକୁ ଆସିଲେ ଆଇପ୍ୟାଡ୍ ଏୟାର ପ୍ରାୟତଃ ଲାପଟପ୍ ପରି । ଯେଉଁମାନେ ବଡ଼ ଗ୍ୟାଜେଟ୍ ପସନ୍ଦ କରନ୍ତି ନାହିଁ ସେମାନେ ନିଶ୍ଚିତ ଭାବରେ ଆଇପ୍ୟାଡ୍ ମିନିକୁ କିଣିପାରିବେ, ଯାହାକି 300 ଗ୍ରାମରୁ କମ୍ ଓଜନ ବିଶିଷ୍ଟ । କିନ୍ତୁ ସେହି ସମୟରେ ଯଦି ଆପଣ ବଡ଼ ସ୍କ୍ରିନକୁ ପସନ୍ଦ କରନ୍ତି ଏବଂ ଅନେକ ଭିଡିଓ ଦେଖନ୍ତି ବା କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଲ୍ୟାପଟପରେ କରନ୍ତି, ତେବେ ଆପଣ ଆଇପ୍ୟାଡ୍ ଏୟାର ପାଇଁ ଯିବା ଉଚିତ ।

Also Read: ଭାରତରେ ଲଞ୍ଚ ହେଲା ଆପଲ୍‌ iPad Mini, କେତେ ଦାମ ଓ କଣ ମିଳିବ ଫିଚର୍‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.