ETV Bharat / technology

Free Aadhaar Update: ଆଉ ରହିଲା 9ଦିନ, ତୁରନ୍ତ ଘରେ ବସି କରନ୍ତୁ ଆଧାର କାର୍ଡ ଅପଡେଟ - 9 Days left for Free Aadhaar Update - 9 DAYS LEFT FOR FREE AADHAAR UPDATE

How to Update Aadhar Card in Mobile Phone: ଆଧାର ଫ୍ରି ଅପଡେଟ ପାଇଁ ଆଉ ରହିଲା ମାତ୍ର 9ଦିନ । ଏଣୁ ତୁରନ୍ତ ନିଜ ଘରେ ବସି କରନ୍ତୁ ଅପଡେଟ । ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ । କିଛି ସହଜ ପ୍ରକ୍ରିୟା ସହିତ ଆପଣ ଘରେ ବସି ମାଗଣାରେ ଆଧାର ଅପଡେଟ କରିପାରିବେ । ଅଧିକ ପଢନ୍ତୁ

Free Aadhaar Update
Free Aadhaar Update (ETV Bharat)
author img

By ETV Bharat Tech Team

Published : Sep 5, 2024, 3:02 PM IST

ହାଇଦ୍ରାବାଦ: ଯେକୌଣସି କାର୍ଯ୍ୟ ଲାଗି ଏବେ ଆଧାର କାର୍ଡ ନିହାତି ଆବଶ୍ୟକ । ଆଧାର କାର୍ଡରେ ଛୋଟ ଭୁଲ ଥିଲେ ବିଭିନ୍ନ ପ୍ରକାର ଅସୁବିଧା ଭୋଗିବାକୁ ପଡ଼ିଥାଏ । ତେବେ ଆଧାର କାର୍ଡ ମାଗଣାରେ ଅପଡେଟ କରିବା ଲାଗି ଶେଷ ତାରିଖ ସେପ୍ଟେମ୍ବର 14 ତାରିଖ ରହିଛି । ଏଣୁ ଆପଣଙ୍କ ହାତରେ ଆଧାର କାର୍ଡ ଅପଡେଟ କରିବା ଲାଗି ମାତ୍ର 9ଦିନ ସମୟ । ଯଦି ଆପଣ ଘରେ ବସି ଆଧାର କାର୍ଡ ଅପଡେଟ କରିପାରିବେ ନାହିଁ, ତେବେ ନିକଟସ୍ଥ ଆଧାର ସେଣ୍ଟର ଯାଆନ୍ତୁ । ସେଠାରେ ଆପଣଙ୍କୁ ଟଙ୍କା ଦେଇ ଆଧାର ଅପଡେଟ କରାଇବାକୁ ପଡ଼ିବ । କିନ୍ତୁ ଆମେ ଆପଣଙ୍କୁ କିଛି ସହଜ ଷ୍ଟେପ କହିବୁ, ଯାହାଦ୍ବାରା ଆପଣ ଘରେ ବସି ଆଧାର କାର୍ଡ ଅପଡେଟ କରିପାରିବେ ।

ଫ୍ରି ଆଧାର କାର୍ଡ ଅପଡେଟ ପାଇଁ ପ୍ରକ୍ରିୟା:-

  • Step 1: ଆଧାର କାର୍ଡ ଅପଡେଟ କରିବା ଲାଗି ପ୍ରଥମେ udai portal https://myaadhaar.uidai.gov.in/portalକୁ ଯାଆନ୍ତୁ ।
  • Step 2: ଏହାପରେ Enter ଅପସନ ଉପରେ କ୍ଲିକ କରନ୍ତୁ । ଏହାପରେ ନିଜ ଆଧାର ନମ୍ବର, captcha code ଓ 'Send OTP' ଅପସନକୁ ପ୍ରେସ କରନ୍ତୁ । ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ OTP ଆସିବା ପରେ ଏହି ନମ୍ବରକୁ ଦେବା ପରେ Enter ଅପସନ ଉପରେ କ୍ଲିକ କରନ୍ତୁ ।
  • Step 3: ଏହାପରେ ଡକ୍ୟୁମେଣ୍ଟ ଅପଡେଟ ଅପସନ ଉପରେ କ୍ଲିକ କରନ୍ତୁ ।
  • Step 4: ଦିଆଯାଇଥିବା ଇନଷ୍ଟ୍ରକ୍ସନକୁ ପଢିବା ପରେ ପରବର୍ତ୍ତୀ ଅପସନ ଉପରେ କ୍ଲିକ କରନ୍ତୁ ।
  • Step 5: ନିଜର ସମସ୍ତ ତଥ୍ୟକୁ ଥରେ ଯାଞ୍ଚ କରି ନିଅନ୍ତୁ ଓ ଏହାପରେ 'I Verify Above Details are Correct' କ୍ଲିକ କରନ୍ତୁ । ଏହାପରେ ପରବର୍ତ୍ତୀ ଅପସନକୁ ଯାଆନ୍ତୁ ।
  • Step 6: ଏହାପରେ ID ପାଇଁ କୁହାଯାଇଥିବା ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଓ ଏହାପରେ Submit ବଟନ୍‌ ଉପରେ କ୍ଲିକ କରନ୍ତୁ ।

ଉପରୋକ୍ତ ଷ୍ଟେପଗୁଡ଼ିକୁ ଅନୁସରଣ କରି ଆପଣ ଘରେ ବସି ଖୁବ ସହଜରେ ଆଧାର ଅପଡେଟ କରିପାରିବେ । ଏହି ପ୍ରକ୍ରିୟା କରିବାର 7ଦିନ କାର୍ଯ୍ୟ ଦିବସ ମଧ୍ୟରେ ଆପଣଙ୍କୁ ଅପଡେଟେଡ ଆଧାର କାର୍ଡ ମିଳିଯିବ ।

କେବେ ଶେଷ ତାରିଖ ?

୧୦ବର୍ଷ ଭିତରେ ଆଧାର ଅପଡେଟ୍‌ କରିବା ନିହାତି ଜରୁରୀ । ମାଗଣାରେ ଅପଡେଟ୍‌ ପାଇଁ ଶେଷ ତାରିଖ ରହିଛି ସେପ୍ଟେମ୍ୱର ୧୪ । ଏହା ପରେ ବି ଅପଡେଟ୍‌ କରିବା ପ୍ରକ୍ରିୟା ଚାଲୁ ରହିବ । ମାତ୍ର ଏଥିପାଇଁ ୫୦ଟଙ୍କା ଦେୟ ଦେବାକୁ ପଡ଼ିବ ।

ପଢନ୍ତୁ ଅନ୍ୟ କିଛି ଖବର

SUBHADRA Yojana; ସୁଭଦ୍ରା ଫର୍ମ, ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼; ଭୁବନେଶ୍ୱରରେ ବିମୁଦ୍ରାକରଣ ଭଳି ସ୍ଥିତି ! ସୋରରେ ଡାକଘର ଆଗରେ ପରିସ୍ଥିତି ଅଣାୟତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.