ETV Bharat / technology

Safety Gadgets: ମହିଳାଙ୍କୁ ସୁରକ୍ଷିତ ରଖିବ ଏହି ଗ୍ୟାଜେଟ୍‌; ବିପଦ ଆସିବା ପୂର୍ବରୁ ଜାଣିନିଅନ୍ତୁ - Women Safety Gadgets

author img

By ETV Bharat Tech Team

Published : Sep 5, 2024, 11:29 AM IST

WOMEN SAFETY GADGETS: ଦେଶରେ ମହିଳାଙ୍କ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ସଭ୍ୟ ସମାଜରେ ଦିନକୁ ଦିନ ଯେଉଁ ଘଟଣାମାନ ଘଟୁଛି ତାହା ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘରୁ ବାହାରକୁ ଗୋଡ଼ କାଢିବା ପରେ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ଚିନ୍ତିତ ରହୁଛନ୍ତି ଉଭୟ ମହିଳା ଓ ପରିବାର । ତେବେ ଆମେ ଆଜି ଆପଣଙ୍କୁ କିଛି ଗ୍ୟାଜେଟ ସମ୍ପର୍କରେ କହିବୁ ଯାହା ମହିଳାଙ୍କ ଲାଗି ରକ୍ଷାକବଚ ସାଜିବ । ଅଧିକ ପଢନ୍ତୁ

WOMEN SAFETY GADGETS
WOMEN SAFETY GADGETS (ETV Bharat Tech Team)

ହାଇଦ୍ରାବାଦ: ଦେଶରେ ମହିଳାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଖବର ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଆମେ ବିଜ୍ଞାନ କ୍ଷେତ୍ରରେ ଆଗେଇଲେ ମଧ୍ୟ ଅପରାଧିକ କାର୍ଯ୍ୟକଳାପକୁ ରୋକିବାରେ ହୁଏତ ସକ୍ଷମ ହେଉନାହିୁଁ । ଏଥିଲାଗି ଆଜି ବି ଏପରି ଘଟଣା ଘଟୁଛି । ତେବେ ଏବେ ସମୟ ଆସିଛି ମହିଳାମାନେ ନିଜ ସୁରକ୍ଷା ନିଜେ କରିବେ । ବଜାରରେ ଏପରି ଅନେକ ଗ୍ୟାଜେଟ ଉପଲବ୍ଧ ରହିଛି ଯାହା ଆପଣଙ୍କ ଲାଗି ସୁରକ୍ଷାକବଚ ସାଜିବ । ବିପଦ ବେଳେ ଆପଣଙ୍କୁ ରକ୍ଷା କରିବ । ତେବେ ଏଗୁଡ଼ିକ କଣ ଓ ଏହା କିପରି କରିଥାଏ ଆସନ୍ତୁ ଜାଣିବା ।

Alarm Keychain
Alarm Keychain (AMAZON)
  • Alarm Keychain: ଯେତେବେଳେ ମହିଳା ଏକାକୀ ଘରୁ ଗୋଡ଼ କାଢୁଛନ୍ତି ତେବେ ନିଜ ପାଖରେ ଏହି ଆଲାର୍ମ କିଚେନ୍‌ ରଖିବା ଆବଶ୍ୟକ । ଯେତେବେଳେ ଆକ୍ରମଣକାରୀ ଆପଣଙ୍କୁ ଆକ୍ରମଣ କରିବେ ସେତେବେଳେ ଏହା ନିଶ୍ଚିତ କାମରେ ଆସିବ । ଏପରି ସ୍ଥିତିରେ ଆପଣ ଏହି କିଚେନ୍‌ର ଚାବିକୁ ଟାଣିବେ ଓ ଫ୍ରଣ୍ଟ ବଟନ୍‌କୁ 2ଥର ପ୍ରେସ କରିବେ, ତେବେ ଏକ ଆଲାର୍ମ ବାଜିବ । ଯାହାଦ୍ବାରା ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଆସିବ । ଯଦି ଆପଣଙ୍କ ଆଖପାଖରେ କେହି ନାହାନ୍ତି, ତେବେ ଆପଣ କିଚେନ୍‌ର ଆଉ ଏକ ବଟନ୍‌ ପ୍ରେସ କଲେ, ଏକ LED ଲାଇଟ୍‌ ଜଳିବ । ଆପଣଙ୍କୁ ସାହାଯ୍ୟ ଆବଶ୍ୟକ ବୋଲି ଲୋକେ ଜାଣିପାରିବେ ।
    Pepper Spray
    Pepper Spray (X)
  • Pepper Spray: ମହିଳା ନିଜ ସୁରକ୍ଷା ନିଜେ କରିବା ଦିଗରେ ପେପର ସ୍ପ୍ରେ ବହୁତ କାମରେ ଆସିଥାଏ । ଯଦି ଆପଣଙ୍କୁ କେହି ଆକ୍ରମଣ କରୁଛି ବା ଅସଦାଚରଣ କରୁଛି ସେହି ସମୟରେ ଉକ୍ତ ଆକ୍ରମଣକାରୀ ଆଖିରେ ଆପଣ ଏହାକୁ ସ୍ପ୍ରେ କରିପାରିବେ । ଯାହାଦ୍ବାରା ଦୁର୍ବୃତ୍ତର ଆଖି କୁଣ୍ଡେଇ ହେବା ସହ ଜୋରରେ ଜ୍ବଳନ ହେବ । ଏହି ସମୟର ଫାଇଦା ନେଇ ଆପଣ ଉକ୍ତ ସ୍ଥାନରୁ ଖସି ପଳାଇବାରେ ସକ୍ଷମ ହୋଇପାରିବେ । ମହିଳା ଓ ସ୍କୁଲ ଛାତ୍ରଛାତ୍ରୀ ନିଜ ବ୍ୟାଗରେ ଏହି ସ୍ପ୍ରେ ରଖିବା ଆବଶ୍ୟକ । ଆକ୍ରମଣକାରୀ ଉପରକୁ ଏହି ସ୍ପ୍ରେ କରିବା ସମୟରେ ନିଜର ଆଖି ଓ ନାକକୁ ବନ୍ଦ କରିବା ଆବଶ୍ୟକ । ନଚେତ ଆପଣଙ୍କ ଆଖି ଓ ନାକରେ ଏହି ଜ୍ବଳନ ପଦାର୍ଥ ପଶିଯିବାର ସମ୍ଭାବନା ରହିଥାଏ ।
    Finger tip rings
    Finger tip rings (AMAZON)
  • Finger tip rings: ବିପଦ ହଠାତ ଆସିଥାଏ । ଆଉ ସେହି ସମୟରେ ଆପଣ କଣ କରିବେ ଜାଣିପାରନ୍ତି ନାହିଁ । ଏପରି ସମୟରେ ଏହି ଫିଙ୍ଗର ଟିପ ମୁଦି ଆପଣଙ୍କୁ ସାହାଯ୍ୟ କରିପାରେ । ଏହାକୁ ଆପଣ ହାତର ଆଙ୍ଗୁଠିରେ ପିନ୍ଧିବେ । ଏଥିରେ ଏକ କଣ୍ଟା ଭଳି ରହିଥାଏ । ଯେତେବେଳେ ଆକ୍ରମଣକାରୀ ଆପଣଙ୍କୁ ଆକ୍ରମଣ କରୁଛନ୍ତି, ସେତେବେଳେ ଆପଣ ନିଜର ସୁରକ୍ଷା ଲାଗି ତାଙ୍କୁ ପ୍ରତି ଆକ୍ରମଣ କରିପାରିବେ ।
    Stealodeal Chain
    Stealodeal Chain (Amazon)
  • Stealodeal Chain: ମହିଳାଙ୍କ ଲାଗି ଏହି କିଚେନ୍‌ ବେଶ ଉପକାରୀ । ଏଥିରେ ଅନେକ ପ୍ରକାର ଟୁଲ୍ସ ରହିଛି, ଯେପରିକି ଟର୍ଚ୍ଚ, ସ୍କ୍ରୁ ଡ୍ରାଇଭର, ଛୁରୀ, ବଟଲ୍‌ ଓପେନର । ଏହାର ଓଜନ ବହୁତ ହାଲକା ଥିବା ବେଳେ ଆପଣ ଏହାକୁ ନିଜ ସହିତ ବିଭିନ୍ନ ସ୍ଥାନକୁ ନେଇପାରିବେ । ମହିଳାମାନେ ନିଜ ସୁରକ୍ଷା ଲାଗି ଏହାକୁ ବ୍ୟବହାର କରିପାରିବେ ।
    Red Chilli Spray
    Red Chilli Spray (AMAZON/FLIPKART)
  • Red Chilli Spray: ମହିଳା ଓ ଯୁବତୀମାନେ ବାହାରକୁ ଯିବା ମାତ୍ରେ ନିଜ ପାଖରେ ରେଡ୍‌ ଚିଲ୍ଲି ସ୍ପ୍ରେ ରଖିବା ଆବଶ୍ୟକ । ଯଦି ଆପଣ ରାତିରେ ଯାତ୍ରା କରୁଛନ୍ତି ଏବଂ କୌଣସି ଆକ୍ରମଣର ଶିକାର ହେଉଛନ୍ତି ତେବେ ସେହି ସମୟରେ ଆପଣ ଆକ୍ରମଣକାରୀର ଆଖିରେ ସ୍ପ୍ରେ କରି ତୁରନ୍ତ ସେଠାରୁ ଖସି ପଳାଇପାରନ୍ତି ।

ଏହା ବି ପଢନ୍ତୁ- ସୁରକ୍ଷାକୁ ପ୍ରାଥମିକତା; ପ୍ରତି ମହିଳା ଜାଣିନିଅନ୍ତୁ ଏହି ସେଫ୍ଟି APPs, ବିପଦ ବେଳେ ପାଖରେ ପହଞ୍ଚିବ ପୋଲିସ - SAFETY APPS FOR WOMEN

ମହିଳାମାନେ ନିଜ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଯଦି କୌଣସି ବିପଦରେ ପଡୁଛନ୍ତି ତେବେ ସେଠାରେ କିଏ ପହଞ୍ଚିବା ପୂର୍ବରୁ ନିଜ ସୁରକ୍ଷା ଲାଗି ଚିନ୍ତା କରିବା ଆବଶ୍ୟକ । ଆଉ ଏଥିଲାଗି ପାଖରେ ଏପରି ସେଫ୍ଟି ଗ୍ୟାଜେଟ ରହିଲେ ମହିଳାମାନେ ବିପଦରୁ ଖସି ପଳାଇବାରେ ସକ୍ଷମ ହେବେ । ଏହି ସମସ୍ତ ସେଫ୍ଟି ଗ୍ୟାଜେଟ ଅନଲାଇନ ସପିଂ ପ୍ଲାଟଫର୍ମରେ ଉପଲବ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.