ETV Bharat / technology

ଭାରତରେ ଲଞ୍ଚ୍‌ ହେଲା 2024 Maruti Dzire; ମିଳିଛି 5-ଷ୍ଟାର ସେଫ୍ଟି ରେଟିଂ, ଦାମ ଏତିକି - 2024 NEW MARUTI DZIRE LAUNCH

ଶେଷରେ ଭାରତରେ ଲଞ୍ଚ୍‌ ହେଲା Maruti Suzukiର ଚତୁର୍ଥ ଜେନେରେସନ Maruti Dzire ସେଡାନ । ନିକଟରେ ମିଳିଥିଲା 5-ଷ୍ଟାର ସେଫ୍ଟିଂ ରେଟିଂ । ଅଧିକ ପଢନ୍ତୁ

2024 New Maruti Dzire India Launch
2024 New Maruti Dzire India Launch (Credit- Maruti Suzuki)
author img

By ETV Bharat Tech Team

Published : Nov 11, 2024, 1:29 PM IST

Updated : Nov 11, 2024, 2:34 PM IST

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା ମାରୁତି ସୁଜୁକି ଏହାର ଚତୁର୍ଥ ଜେନେରେସନର ମାରୁତି ଡିଜାୟାର କମ୍ପାକ୍ଟ ସେଡାନକୁ ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ସେଡାନକୁ ପ୍ରାରମ୍ଭିକ ମୂଲ୍ୟରେ 6.79 ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ଲଞ୍ଚ କରିଛି । ମାରୁତି ନୂତନ ଜେନେରେସନ ମାରୁତି ଡିଜାୟାରକୁ ଏକ ସମ୍ପୂର୍ଣ୍ଣ ନୂତନ ରୂପ ଦିଆଯାଇଥିବା ବେଳେ ପୂର୍ବ ମଡେଲ ତୁଳନାରେ ଏହାକୁ ଅଧିକ ଆଗ୍ରେସିଭ ଏବଂ ସ୍ପୋର୍ଟି ଲୁକ୍‌ ଦିଆଯାଇଛି । ଯେତେବେଳେ କି ଏହାର ଟପ୍ ମଡେଲର ମୂଲ୍ୟ 10.14 ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରେ ରଖାଯାଇଛି ।

2024 Maruti Dzire
2024 Maruti Dzire କଲର ଅପସନ (Credit- Maruti Suzuki)
  • 7ଟି କଲର ଅପସନ ଓ 4ଟି ଭାରିଏଣ୍ଟରେ ଉପଲବ୍ଧ
  • କମ୍ପାନୀର ଦାବି ଅନୁସାରେ ମିଳିବ 33.73 km/kg ମାଇଲେଜ୍‌

2024 Maruti Dzireର ପରିମାପ:-

ଚତୁର୍ଥ ପିଢି ମାରୁତି ଡିଜାୟାରର ଲମ୍ବ 4 ମିଟରରୁ କମ୍ । ଏହାର ଲମ୍ବ 3995 ମିମି, ମୋଟେଇ 1735 ମିମି ଏବଂ ଉଚ୍ଚତା 1525 ମିମି ଥିବାବେଳେ ଏହାର ହ୍ବିଲ ବେସ୍ 2450 ମିମି ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ 163 ମିମି । ଏହାର ପେଟ୍ରୋଲ୍ ଭାରିଏଣ୍ଟରେ 382 ଲିଟରର ବୁଟ୍ ସ୍ପେସ୍ ମିଳିବ । ଗେଲେ ଏହାର CNG ବିକଳ୍ପ ଉପଲବ୍ଧ ହେବା ପରେ ଏହାର ବୁଟ୍ ସ୍ପେସ୍ ହ୍ରାସ ପାଇପାରେ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ
  1. ମାରୁତି ସୁଜୁକିର ଏହି କାରକୁ 5-ଷ୍ଟାର ସେଫ୍ଟି ରେଟିଂ ଦେଲା Global NCAP; ଦେଖନ୍ତୁ ଭିଡିଓ
  2. 2024 Maruti Dzire ବୁକିଂ ଆରମ୍ଭ; ଏହି ତାରିଖରେ ହେବ ଲଞ୍ଚ

2024 Maruti Dzireର ଡିଜାଇନ:-

ମାରୁତି ଡିଜାୟାରର 4ଟି ଭାରିଏଣ୍ଟ ଯଥାକ୍ରମେ LXI, VXI, ZXI ଏବଂ ZXI +ରେ ଉପଲବ୍ଧ । ଏହା ବ୍ୟତୀତ ଗାଲାଣ୍ଟ ରେଡ୍ ଏବଂ ଆଲୁରିଙ୍ଗ୍ ବ୍ଲୁ ସହିତ ମୋଟ 7ଟି କଲର ଅପସନ ଦିଆଯାଇଛି । ଏହାର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ନୂଆ ପିଢିର ମାରୁତି ସ୍ବିଫ୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି । ଭାରତରେ ବିକ୍ରି ହୋଇଥିବା ଡିଜାୟାରର ପୂର୍ବ ତିନି ପିଢି ତୁଳନାରେ ଏଥର ଏହାର ଡିଜାଇନରେ ବହୁତ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ।

2024 Maruti Dzire
ଭାରତରେ ଲଞ୍ଚ୍‌ ହେଲା 2024 Maruti Dzire (Credit- Maruti Suzuki)

ନୂତନ ମାରୁତି ଡିଜାୟାରର ଡିଜାଇନ୍ ବହୁତ ସୁନ୍ଦର ଦେଖାଯାଏ, ଯେଉଁଥିପାଇଁ ଏହା ହୋଣ୍ଡା ଆମେଜ୍‌ ସହିତ ବହୁତ ସମାନ ଦେଖାଯାଉଛି । ମାରୁତି ସୁଜୁକି ନୂତନ ମାରୁତି ଡିଜାୟାର ସେଡାନକୁ ଏହାର ପୁରୁଣା ମଡେଲ ଅପେକ୍ଷା ଅଧିକ ପ୍ରିମିୟମ ଫିଚର ସହିତ ସଜାଯାଇଛି । ଏହାର ଇଣ୍ଟେରିଅର ଲାଟେଷ୍ଟ ଜେନେରେସନ ସ୍ବିଫ୍ଟ ସହିତ ସମାନ । କମ୍ପାନୀ ଏହି କାରରେ ନୂଆ ଅନୁଭବ ଦେବା ପାଇଁ ହାଲୁକା ରଙ୍ଗର ସାମଗ୍ରୀ ବ୍ୟବହାର କରିଛି ।

2024 New Maruti Dzire Interior
2024 New Maruti Dzire Interior (Credit- Maruti Suzuki)

2024 ମାରୁତି ଡିଜାୟାରର ଇଣ୍ଟେରିଅର:-

ନୂତନ ମାରୁତି ଡିଜାୟାରର ଭିତର ଭାଗ ଅତ୍ୟାଧୁନିକ ସ୍ହିଫ୍ଟ ସହିତ ସମାନ । ତେଣୁ ସେଠାରେ ଏକ 9-ଇଞ୍ଚ୍ ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସ୍କ୍ରିନ ଅଛି ଯାହା ୱେୟାରଲେସ ଆପଲ୍ କାରପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋକୁ ସମର୍ଥନ କରେ । କାର ଭିତରେ ଆପଣ ସ୍ବୟଂଚାଳିତ ଜଳବାୟୁ ନିୟନ୍ତ୍ରଣ, ପଛ ଏସି ଭେଣ୍ଟସ, ୱେୟାରଲେ ଚାର୍ଜର, 360-ଡିଗ୍ରୀ କ୍ୟାମେରା ପାଇପାରିବେ । ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଏଥିରେ ଏକ ଇଲେକ୍‌ଟ୍ରିକ୍‌ ସନରୁଫ୍‌ ଦିଆଯାଇଛି ।

2024 New Maruti Dzire Price
2024 New Maruti Dzire Price (Credit- Maruti Suzuki)

2024 Maruti Dzireର ପାୱାରଟ୍ରେନ:-

ନୂତନ ମାରୁତି ସୁଜୁକି ଡିଜାୟାରରେ ସମାନ Z ସିରିଜ୍ 1.2-ଲିଟର, 3-ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ୍ ମିଳିବ, ଯାହାକି ଲାଟେଷ୍ଟ ସ୍ବିଫ୍ଟ ମଡେଲରେ ମିଳିଥାଏ । ପୂର୍ବ ପିଢିର କେ-ସିରିଜ୍, 4-ସିଲିଣ୍ଡର ଇଞ୍ଜିନ୍ ସ୍ଥାନରେ ଏହି ଇଞ୍ଜିନ୍ ଦିଆଯାଇଛି । ନୂତନ ଇଞ୍ଜିନ୍ 80 ବିଏଚପି ଏବଂ ଟର୍କ 111.7 Nmର ଶକ୍ତି ପ୍ରଦାନ କରେ । ଏହା ସହିତ ଏକ 5-ସ୍ପିଡ୍ ମାନୁଆଲ୍ କିମ୍ବା AMT ଗିଅରବକ୍ସ ରହିଛି । ପେଟ୍ରୋଲ୍ + ସିଏନଜି ଭାରିଏଣ୍ଟରେ ଏହି ଇଞ୍ଜିନ୍ 68 ବିଏଚପି ଶକ୍ତି ଏବଂ 100 Nm ପର୍ଯ୍ୟନ୍ତ ଟର୍କ ଯୋଗାଇଥାଏ ।

2024 New Maruti Dzire
2024 New Maruti Dzire (Credit- Maruti Suzuki)

2024 Maruti Dzireର ସେଫ୍ଟି ଫିଚର୍‌:-

2024 ମାରୁତି ଡିଜାଇରେ 6ଟି ଏୟାରବ୍ୟାଗ, ଇଏସସି, ସବୁ ସିଟ୍ ପାଇଁ ରିମାଇଣ୍ଡର୍ ସହିତ 3-ପଏଣ୍ଟ ସିଟ୍ ବେଲ୍ଟ, ପଛ ଆଉଟବୋର୍ଡ ସିଟ୍ ପାଇଁ ISOFIX ମାଉଣ୍ଟ ଏବଂ ଫ୍ରଣ୍ଟ ସିଟ୍ ବେଲ୍ଟ ପ୍ରିଟେନସର୍ ଏବଂ ଲୋଡ୍ ଲିମିଟର ରହିଛି । ଏହି କାର ୟୁଏନ 127 ପଥଚାରୀଙ୍କ ସୁରକ୍ଷା ନିୟମ ପାଳନ କରିଛି । ନିକଟରେ ନୂତନ ମାରୁତି ଡିଜାୟାର ଗ୍ଲୋବାଲ୍ NCAP କ୍ରାସ୍ ପରୀକ୍ଷଣରେ 5-ଷ୍ଟାର ସୁରକ୍ଷା ମୂଲ୍ୟାୟନ ହାସଲ କରିଛି ।

Last Updated : Nov 11, 2024, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.