ETV Bharat / state

ସ୍କୁଲ ଛାତ୍ର ଛାତ୍ରୀ ହେବେ ନନ୍ଦନକାନନ ଆମ୍ବାସାଡର, ଡିସେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା - ZOO AMBASSADOR PROGRAMME

ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଆମ୍ବାସାଡର ଭାବେ ଚୟନ ହେବେ ସ୍କୁଲ ଛାତ୍ର ଛାତ୍ରୀ । ଡିସେମ୍ବରରେ ପରୀକ୍ଷା ଦେବେ ପିଲା । ନନ୍ଦନକାନନ କର୍ତ୍ତୃପକ୍ଷ ଚୟନ କରିବେ ଆମ୍ବାସାଡର ।

Nandanakanan Zoo ambassador
Nandanakanan Zoo ambassador (ETV Bharat Odisha)
author img

By ETV Bharat Odisha Team

Published : Nov 23, 2024, 7:29 PM IST

Updated : Nov 23, 2024, 7:51 PM IST

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ‘ଜୁ ଆମ୍ବାସାଡର ପ୍ରୋଗ୍ରାମ’ ବା ଚିଡିଆଖାନା ଆମ୍ବାସାଡର କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ସହ ଯୋଡ଼ି ହେବ ପ୍ରାଣୀ ଉଦ୍ୟାନ । ଏହି କାର୍ଯ୍ୟକ୍ରମରେ ପ୍ରତି ବିଦ୍ୟାଳୟରୁ ଜଣେ ଲେଖାଏଁ ଚିଡ଼ିଆଖାନା ଆମ୍ବାସାଡର ମନୋନୀତ ହେବେ ।

Nandanakanan Zoo ambassador
Nandanakanan Zoo ambassador (ETV Bharat Odisha)

କେଉଁ ଶ୍ରେଣୀର ପିଲାମାଣଙ୍କ ପାଇଁ ସୁଯୋଗ-
ବିଶେଷ ଭାବରେ ୭ମ ଶ୍ରେଣୀ, ୮ମ ଶ୍ରେଣୀ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ‘ଜୁ ଆମ୍ବାସାଡର’ ପାଇଁ ଆବେଦନ କରିପାରିବେ। ବିଦ୍ୟାଳୟ ଗୁଡ଼ିକ ଆଗ୍ରହୀ ସର୍ବାଧିକ ୧୫ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନନ୍ଦନକାନନ ୱେବସାଇଟ୍ https://www.nandankanan.org/Zoo-Ambassador-Programme.php ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ଷ୍ଟଡି ମ୍ୟାଟେରିଆଲ୍‌ (ଅଧ୍ୟୟନ ସାମଗ୍ରୀ) ପଠାଯିବ।

ଡିସେମ୍ବର ପ୍ରଥମ ସପ୍ତାହରେ ସମସ୍ତ ବିଦ୍ୟାଳୟରେ ଏକ ପରୀକ୍ଷା କରାଯିବ । ପରୀକ୍ଷା ଶେଷ ହେବା କ୍ଷଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ପରୀକ୍ଷାରେ ଶୀର୍ଷରେ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପାଇଁ ନନ୍ଦନକାନନର ‘ଜୁ ଆମ୍ବାସାଡର’ ଭାବେ ମନୋନୟନ କରାଯିବ ।

ଏହା ବି ପଢନ୍ତୁ- ଜୀବଜନ୍ତୁ ଅଦଳବଦଳ; ନନ୍ଦନକାନନରୁ ରାଞ୍ଚିକୁ ଯିବେ 53, ଆସିବେ 21 - Nandankanan to get new Animal

ଏହା ବି ପଢନ୍ତୁ- ନନ୍ଦନକାନନ-ଶିମିଳିପାଳରେ ‘ଦାନା’ ଭୟ; ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ, କଣ୍ଟ୍ରୋଲ୍ ରୁମ୍, 3 ଦିନ ଦର୍ଶକଙ୍କୁ ମନା

ଏକ ବର୍ଷ ପାଇଁ ରହିବେ ଜୁ ଆମ୍ବାସାଡର-
ପ୍ରତି ବିଦ୍ୟାଳୟରୁ କେବଳ ଜଣେ ଯୋଗ୍ୟ ବିବେଚିତ ହେବେ । ବିଶେଷ ଭାବରେ ପିଲାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୫ ଜାନୁଆରୀ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିବ ।

ଜୁ ଆମ୍ବାସାଡରର ମୁଖ୍ୟ ଉଦ୍ଦେଶ୍ୟ କଣ-ବିଶେଷ ଭାବରେ ବନ୍ୟଜନ୍ତୁ ସମ୍ପର୍କରେ ସଚେତନତା ପାଇଁ ବିଦ୍ୟାଳୟରୁ ନନ୍ଦନକାନନ ଆମ୍ବାସାଡର ମନୋନୟନ କରିବା ଏହାର ମୁଖ୍ୟଉଦ୍ଦେଶ୍ୟ। ସେମାନଙ୍କୁ ଏକ ସାର୍ଟିଫିକେଟ୍ ସହ ବ୍ୟାଜ୍ ଦିଆଯିବ । ‘ଜୁ ଆମ୍ବାସଡାର’ ନିଜ ପରିବାର ସଦସ୍ୟଙ୍କ ସହ ବର୍ଷକ ମଧ୍ୟରେ ଦୁଇ ଥର ମାଗଣାରେ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ଏହ‌ାବ୍ୟତୀତ ନିଜ କାର୍ଯ୍ୟକାଳ ସମୟରେ ମାଗଣାରେ ନନ୍ଦନକାନନ ବୁଲିପାରିବେ । ତାଙ୍କ କାର୍ଯ୍ୟକାଳ ସଫଳତାର ସହ ଶେଷ ହେବା ପରେ ଏକ ପ୍ରମାଣପତ୍ର ପାଇବେ ।

ଗତବର୍ଷ କେଉଁ ଜିଲାରୁ କେତେ ଛାତ୍ର ଛାତ୍ରୀ ନନ୍ଦନକାନନର ଆମ୍ବାସାଡର ଭାବରେ ଚୟନ ହୋଇଥିଲେ-
ଗତବର୍ଷ ୫୩ ଟି ବିଦ୍ୟାଳୟରେ ପ୍ରାଣୀ ଉଦ୍ୟାନର ନନ୍ଦନକାନନର ଆମ୍ବାସାଡର ଚୟନ ପରୀକ୍ଷା କରାଯାଇଥିଲା। ମୋଟ ୬୩୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୮୩ ଜଣ ଛାତ୍ର ଇଂରାଜୀରେ ଏବଂ ୪୫୫ ଜଣ ଛାତ୍ର ଓଡିଆରେ ପରୀକ୍ଷା ଦେଇଥିଲେ। ଖୋର୍ଦ୍ଧା, କଟକ, ରାୟଗଡା, ଅନୁଗୁଳ , ବରଗଡ, ଗଞ୍ଜାମ, ବଲାଙ୍ଗୀର, ପୁରୀ, ଢେଙ୍କାନାଳ, କେନ୍ଦୁଝର , ମୟୂରଭଞ୍ଜ ଏବଂ ଯାଜପୁର ଆଦି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ପ୍ରାଣୀ ଉଦ୍ୟାନର ନନ୍ଦନକାନନର ଆମ୍ବାସାଡର ପରୀକ୍ଷାରେ ଭାଗ ନେଇଥିଲେ ।

ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୧୩ ଟି ଜିଲ୍ଲାର ୪୩ ଜଣଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆମ୍ବାସାଡରମାନଙ୍କ ଚୟନ କରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ଖୋର୍ଦ୍ଧାର ୧୧ ଜଣ ରହିଥିବା ବେଳେ କଟକ ଜିଲ୍ଲାର ୧୦ ଜଣ, କେନ୍ଦୁଝରର ୬, ପୁରୀ ୩, ବରଗଡ 3, ଗଞ୍ଜାମ 2, ଢେଙ୍କାନାଳ 2, ବଲାଙ୍ଗୀର, ମୟୂରଭଞ୍ଜ, ମାଲକାନଗିରି, ଯାଜପୁର ଅନୁଗୁଳ ଏବଂ ବାଲାସୋର ୧ ଜଣ ଛାତ୍ର ଛାତ୍ରୀ ନନ୍ଦନକାନନର ଆମ୍ବାସାଡର ଭାବରେ ଚୟନ ହୋଇଥିଲେ।

ଆବେଦନ ସମୟରେ କଣ ରହିବ ତଥ୍ୟ:-
୧. ଛାତ୍ର ଛାତ୍ରୀଙ୍କ ସ୍କୁଲର ନାମ
୨. ସ୍କୁଲର ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ ଙ୍କ ନାମ
୩. ସମନ୍ୱୟ ବ୍ୟକ୍ତିଙ୍କ ନାମ
୪. ସମନ୍ୱୟ ବ୍ୟକ୍ତିଙ୍କ ଇମେଲ ଆଇଡି
୫. ଛାତ୍ର ଛାତ୍ରୀଙ୍କ ନାମ । ଛାତ୍ର ଛାତ୍ରୀଙ୍କ ଯୋଗାଯୋଗ ନମ୍ବର । ଛାତ୍ର ଛାତ୍ରୀଙ୍କ ଇମେଲ ଆଇଡି । ଶ୍ରେଣୀର ନାମ । କେଉଁ ଭାଷାରେ ପରୀକ୍ଷା ଦେବେ (ଇଂରାଜି ଏବ ଓଡିଆ)।
୬. ସବମିଟ କରିବେ

Last Updated : Nov 23, 2024, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.