ETV Bharat / state

ଗୁରୁ ଶିଷ୍ୟ ପରମ୍ପରାରେ କଳା ଦାଗ, ଛାତ୍ରଙ୍କ ସହ ଶିକ୍ଷକ ରଖିଲେ ଅପ୍ରାକୃତିକ ଯୌନ ସମ୍ପର୍କ ! - unnatural sexual abuse Nimapada

author img

By ETV Bharat Odisha Team

Published : Jul 3, 2024, 1:13 PM IST

Teacher detain for unnatural sexual abuse case in Nimapada :ଗୁରୁ ଶିଷ୍ୟ ପରମ୍ପରାରେ କଳା ଦାଗ । ନାବାଳକ ଛାତ୍ରମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ସେମାନଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ଭଳି ସାଂଘାତିକ ଅଭିଯୋଗ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Nimapada sexual abuse case
Nimapada sexual abuse case (Etv Bharat Odisha)

ନିମାପଡା: ଯୌନ ପିପାସୁ ଗୁରୁ । ଗୁରୁ ଶିଷ୍ୟ ପରମ୍ପରାରେ କଳା ଦାଗ । ନାବାଳକ ଛାତ୍ରମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ସେମାନଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଯୌନ ପିପାସୁ ଶିକ୍ଷକ ଦ୍ଵାରା ଅତ୍ୟାଚାରିତ ହୋଇଛନ୍ତି କୋମଳବତି ଶିଶୁ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ । ଅଭିଭାବକ ଓ ଛାତ୍ରମାନଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ଥାନାରେ । ଅଭିଯୋଗ ପରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୁକ୍ତ ଗୁରୁଜୀକୁ ଅଟକାଇ ପୁଲିସର ପଚରାଉଚରା ଜାରି ରଖିଛି ।

ସୂଚନା ଅନୁସାରେ, ଡେଲାଙ୍ଗ ଥାନା ଅନ୍ତର୍ଗତ ମହୁନି ମଠ ଛକ ନିକଟରେ ଯୁଗା ଜ୍ୟୋତି ଗୁରୁକୂଳ ବେଦ ପାଠଶାଳା ଆଶ୍ରମରେ କୋମଳମତି ଛାତ୍ରମାନଙ୍କୁ ବେଦ ଜ୍ଞାନ ଶିକ୍ଷା ଦିଆଯାଇ ଥାଏ । ଏହି ଆଶ୍ରମରେ ପ୍ରାୟ ୧୦ ଜଣ ୧୦ରୁ ୧୩ ବର୍ଷୀୟ ନାବାଳକ ଛାତ୍ରମାନେ ଅଧ୍ୟୟନ କରିଥାନ୍ତି । ମାତ୍ର ଉକ୍ତ ଗୁରୁକୂଳର ଶିକ୍ଷକ ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବା ସଙ୍ଗିନ ଅଭିଯୋଗ ତେଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ନେଇ ଆଲୋଡନ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ.. ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ

ଓଡିଶାର ବିଭିନ୍ନ ଜିଲ୍ଲାରୁ ଛାତ୍ରମାନେ ଆସି ପାଠ ପଢିବା ସହିତ ଆଶ୍ରମରେ ରହିଥାନ୍ତି। ମାତ୍ର ଉକ୍ତ ଗୁରୁକୂଳ ଗୁରୁଜୀ ଦୁର୍ଗା ପ୍ରସାଦ ତ୍ରିପାଠୀ ଛାତ୍ରମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରୁଥିବାର ଅଭିଭାବକ ଓ ଛାତ୍ରମାନେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଆଶ୍ରମରେ ରହୁଥିବା ପିଲାମାନଙ୍କ ସହିତ ଗୁରୁଜୀ ପ୍ରତିଦିନ ଯୌନ ସମ୍ପର୍କ ରଖୁଥିବା ଜଣେ ଅଭିଭାବକ ତେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଗୁରୁଜୀଙ୍କ ଅତ୍ୟାଚାରର ଶିକାର ଗୁରୁକୂଳର ପ୍ରାୟ ସମସ୍ତ ଛାତ୍ର ହୋଇଥିଲା ବେଳେ ଉକ୍ତ କାମରେ ଗୁରୁକୂଳ ଦୁଇ ଜଣ ଛାତ୍ର ଗୁରୁଜୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଛାତ୍ରମାନେ ଏହାର ବିରୋଧ କଲେ ପରୀକ୍ଷାରେ ଫେଲ କରିଦେବାର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଗୁରୁଜୀଙ୍କ ଯୌନ ଲାଳସା ପାଇଁ କୋମଳମତି ଛାତ୍ରମାନଙ୍କ ମାନସିକ ତଥା ଶାରୀରିକ ସ୍ତରରେ ଏହାର ଗୁରୁତର ପ୍ରଭାବ ପଡିଥିବା ବେଳେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଅନ୍ୟପଟେ ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଶିକ୍ଷକକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.