ଭୁବନେଶ୍ବର: ଗିରଫ ହେଲେ ଅଭିନେତା ତଥା ୟୁଟ୍ୟୁବର ଚନ୍ଦନ କୁମାର କର । ତାଙ୍କ ନାଁରେ ମହିଳାଙ୍କୁ ବ୍ଳାକମେଲିଂ ଓ ଠକେଇ କରିଥିବା ଅଭିଯୋଗ ଆସିଛି । ତେବେ ଜଣେ ଲେଖିକାଙ୍କୁ ବ୍ଳାକମେଲିଂ କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା ଅଭିଯୁକ୍ତ ଚନ୍ଦନ । ତେବେ ଲେଖିକାଙ୍କ ଅଭିଯୋଗରେ ଆଧାରରେ ଚନ୍ଦନଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରଯାଇଥିବା ମହିଳା ଥାନାରୁ ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ, ଗୋଟିଏ ମ୍ୟୁଜିକ ଭିଡିଓ ପାଇଁ ଗୀତ ଲେଖିବାକୁ କହି ଲେଖିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଚନ୍ଦନ । ପ୍ରଥମେ ବାହା ହେବାର ପ୍ରତିଶୃତି ଦେଇ ତାଙ୍କ ସହ ସମ୍ପର୍କ ବଢାଇଥିଲା ଅଭିଯୁକ୍ତ । ହେଲେ ପରେ ଲେଖିକା ଜାଣିବାକୁ ପାଇଥିଲେ ଯେ, ଚନ୍ଦନ ବିବାହିତ । ପରେ ଲେଖିକା ତାଙ୍କ ସହ ଆଉ ରହିବେନି ବୋଲି କହି ତାଙ୍କ ଠାରୁ ଦୂରେଇ ଯାଇଥିଲେ । ହେଲେ ତାହାକୁ ସହି ପାରିନଥିଲେ ଚନ୍ଦନ । ଉକ୍ତ ଲେଖିକାଙ୍କ ପିଛା କରିବା ଓ ତାଙ୍କ ସହ ରହିବାକୁ ବାଧ୍ୟ ମଧ୍ୟ କରିଥିଲେ । ଏପରିକି ଲେଖିକାଙ୍କ କିଛି ଅଶ୍ଳୀଳ ଫଟୋକୁ ଭିଡିଓ ଭାଇରାଲ କରିଦେବ କହି ଧମକାଇ ଚାଲିଥିଲେ । ଏପରିକି ଯଦି ତାଙ୍କ ସହ ନରୁହନ୍ତି ତେବେ ସେ ତାଙ୍କୁ ବରବାଦ କରିଦେବେ କହି ବ୍ଳାକମେଲିଂ କରୁଥିଲା । ଆଉ ପରେ ମହିଳା ଜଣକ ସହିନପାରି ତାଙ୍କ ନାରେ ଅଭିଯୋଗ ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ଏହା ମଧ୍ୟ ପଢ଼ନ୍ତୁ.. ନ୍ୟୁଡ୍ ଭିଡିଓ ପଠାଇ ଭାଙ୍ଗୁଥିଲା ବାହାଘର, ଯୁବତୀଙ୍କୁ ବ୍ଲାକ୍ମେଲ କରି ଯୁବକ ଗିରଫ
ଏଠାରେ ସୂଚନା ଥାଉକି, ପୂର୍ବରୁ ଚନ୍ଦନଙ୍କ ନାଁରେ ବିଭିନ୍ନ ସ୍ଥାନରେ ୩ଟି ଅଭିଯୋଗ ରହିଛି । ସେଥିମଧ୍ୟରୁ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ତେବେ ଚନ୍ଦନ ପ୍ରଥମେ ଓଡ଼ିଆ ସିନେମା ଶିଳ୍ପରେ ନିଜକୁ ଏକ ସଫଳ ଅଭିନେତା ଭାବେ ପ୍ରତିପାଦିତ କରିବା ପାଇଁ ସଂଘର୍ଷ କରୁଥିଲେ । ସେହି ସମୟରେ ସଫଳତା ପାଇଁ ନିଜ ସ୍ତ୍ରୀକୁ ପ୍ରଯୋଜକଙ୍କ ସହ ରାତି କଟାଇବା ପାଇଁ ବାଧ୍ୟ କହୁଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଆଉ ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ମଧ୍ୟ ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଆଉ ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ବେଳର ଫଟୋ ଓ ଭିଡିଓ ରଖି ତାଙ୍କୁ ବ୍ଳାକମେଲିଂ କରୁଥିଲେ ଚନ୍ଦନ । ଯାହାକୁ ନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ଆଉ ଅଭିଯୋଗ କରିଥିଲେ । ତେବେ ଲେଖିକାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିବା ସହିତ ଅଧିକ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।
ଇଟିଭି ଭାରତ, ଭୁବନେଶ୍ବର