ETV Bharat / state

ନଦୀକୁ ଡେଇଁ ପଡିଲେ ଯୁବକ, ମିଳୁନି ପତ୍ତା - କେନ୍ଦ୍ରାପଡା ପତ୍ରପୁର ପୋଲ

Youth Jumps Off Patrapur Bridge: କେନ୍ଦ୍ରାପଡା ଜିଲ୍ଲାରେ ପତ୍ରପୁର ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣଙ୍କର ପରିଚୟ ମିଳିପାରି ନଥିବା ବେଳେ ନଦୀରୁ ମିଳିନି ପତ୍ତା । ଅଧିକ ପଢନ୍ତୁ

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ , ମିଳୁନି ଯୁବକଙ୍କ ପତ୍ତା

author img

By ETV Bharat Odisha Team

Published : Feb 7, 2024, 10:10 PM IST

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ , ମିଳୁନି ଯୁବକଙ୍କ ପତ୍ତା

କେନ୍ଦ୍ରାପଡା: ନଦୀକୁ ଡେଇଁଲେ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି ଆଳି ଅଞ୍ଚଳର ପତ୍ରପୁର ପୋଲ ଠାରେ । ଆଜି ଜଣେ ଅଜଣା ଯୁବକ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଉପେ ନିର୍ମିତ ପତ୍ରପୁର ପୋଲ ଉପରୁ ନଦୀ ଗର୍ଭକୁ ଡେଇଁ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବକ ଜଣଙ୍କର ପରିଚୟ ମିଳିପାରି ନଥିବା ବେଳେ ସନ୍ଧ୍ୟା ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ ... ଜୀବନ ହାରିବା ପୂର୍ବରୁ ଯୁବକଙ୍କ ଶେଷ ଭିଡିଓ, ମୋ ମୃତ୍ୟୁ ପାଇଁ ପୋଲିସ ଓ ସ୍ତ୍ରୀ ଦାୟୀ...

ସୂଚନାନୁଯାୟୀ, ଆଜି ଅପରାହ୍ନରେ ଅଜଣା ଯୁବକ ଜଣକ କୌଣସି କାରଣରୁ ପତ୍ରପୁର ପୋଲ ଉପରକୁ ଚଢି ଯାଇଥିଲେ । ଉକ୍ତ ପତ୍ରପୁର ପୋଲ ବାଟ ଦେଇ ଜଣେ ବାଇକ ଆରୋହୀ ଏହାକୁ ଦେଖି ରୋକିବାକୁ ଉଦ୍ୟତ ହୋଇଥିଲେ । କିନ୍ତୁ ଯୁବକଙ୍କ ନିକଟରେ ପହଞ୍ଚିବା ଆଗରୁ ଯୁବକ ଜଣଙ୍କ ନଦୀ ମଧ୍ୟକୁ ଲମ୍ଫ ଦେଇ ସାରିଥିଲେ । ତେବେ ସ୍ଥାନୀୟ ଲୋକ ମାନେ ଓ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ବାଟ ଦେଇ ଯା ଆସ କରୁଥିବା ଯାତ୍ରୀ ମାନେ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ନାକେଦମ ଉଦ୍ଧାରକରୀ ଟିମ୍‌

ସେମାନେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ନଦୀରେ ଦେଶୀୟ ଡଙ୍ଗା ଚଳାଉଥିବା ନାଉରିଆ ମାନଙ୍କୁ କହିବା ପରେ ନାଉରିଆ ମାନେ ଖୋଜାଖୋଜି କରିଥିଲେ ସୁଦ୍ଧା ଯୁବକଙ୍କ ପତ୍ତା ମିଳିନଥିଲା । ପରେ ଆଳି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା । ଅନ୍ୟପଟେ ରାତି ହୋଇ ଯାଇଥିବା କାରଣରୁ ଖୋଜାଖୋଜିରେ ଅସୁବିଧା ହେବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିଲା । ବେଳେ ଯୁବକ ଜଣଙ୍କ କିଏ, କାହିଁକି ଏଠାକୁ ଆସି ନଦୀଗର୍ଭକୁ ଡେଇଁଲେ ସେନେଇ ପୋଲିସ ଅନୁସନ୍ଧାନ ଜାରି ରହିଛି । ଗତ ୬ ମାସ ମଧ୍ୟରେ ଏହିଭଳି ଘଟଣା ଚତୁର୍ଥ ଥର ହୋଇଛି । ଅନ୍ୟପଟେ ପତ୍ରପୁର ପୋଲରୁ ବାରମ୍ବାର ସାଧାରଣ ଲୋକ, କଲେଜ ଛାତ୍ର ଛାତ୍ରୀ ଡେଇଁ ଆତ୍ମହତ୍ୟା କରୁଥିବାରୁ ପୋଲ ଉପରେ ଉଚ୍ଚ ବାରିକେଡ଼ର ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.