ETV Bharat / state

ବିବାହ ପାଇଁ ବାଧ୍ୟ କରୁଥିଲେ ମା’, ଜନ୍ମଦାତ୍ରୀକୁ ହତ୍ୟା ପରେ ଜୀବନ ହାରିଲା ପୁଅ ! - Angul Murder

author img

By ETV Bharat Odisha Team

Published : Mar 31, 2024, 9:23 AM IST

Suspicious Death Of Mother And Son: ଅନୁଗୋଳ ଜିଲାର ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମାଆକୁ ହତ୍ୟା କରି ଜୀବନ ହାରିଲା ପୁଅ । ବିବାହ ପାଇଁ କରୁଥିଲେ ବାଧ୍ୟ । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ମାଆ କୁ ହତ୍ୟା ପରେ ପୁଅର ଆତ୍ମହତ୍ୟା! ପୋଲିସର ତଦନ୍ତ ଜାରି

ଅନୁଗୋଳ: ଘରର ଗୋଟିଏ କୋଠରୀରେ ବେକ କଟା ହୋଇଥିବା ବୃଦ୍ଧାଙ୍କ ମୃତଦେହ ପଡିଥିବା ବେଳେ ଅନ୍ୟ ଏକ କୋଠରୀରେ ମିଳିଛି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକ ଦ୍ବୟ ସମ୍ପର୍କରେ ମା’ ପୁଅ ହୋଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲାର ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ । ମିଳିଥିବା ସୂଚନା ଅନୁସାରେ ବଳରାମ ପ୍ରସାଦ ଗାଁର ଭାଲୁଧରିସାହିରେ ରାମଚନ୍ଦ୍ର ସାହୁଙ୍କ ସ୍ତ୍ରୀ ଦ୍ରୌପଦୀ ଓ ସାନପୁଅ ରଂଜିତ ରହି ଆସୁଥିଲେ । ରାମଚନ୍ଦ୍ର ବହୁ ବର୍ଷ ପୂର୍ବେ ପରିବାର ଛାଡ଼ି ସନ୍ୟାସୀ ହୋଇ ଯାଇଥିଲେ । ନିଜ ଘରକୁ ମଧ୍ୟ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର - Suspicious Death Of Young Man

ତାଙ୍କ ପରିବାରର ତିନୋଟି ବଡ଼ ଝିଅ ବିବାହ କରିସାରିଥିଲେ । ଏକମାତ୍ର ପୁଅ ରଞ୍ଜିତ (୩୦) ଟାଟା ପ୍ଲାଣ୍ଟରେ ରିଗର ଫିଟର ଭାବେ କାର୍ଯ୍ୟ କରିବା ସହ ସେୟାର ମାର୍କେଟିଂ ଓ ନିଜ ଘରେ ଛତୁ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଦ୍ରୌପଦୀଙ୍କ ବୟସ ଦିନକୁ ଦିନ ବଢ଼ୁ ଥିବାରୁ ପୁଅ ରଞ୍ଜିତଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ରଞ୍ଜିତ ବିବାହ କରିବା ପାଇଁ ଇଚ୍ଛୁକ ନଥାନ୍ତି । ଫଳରେ ପୁଅକୁ ମା’ ବିବାହ କରିବାକୁ ବାରମ୍ବାର ବୁଝାଉଥାନ୍ତି । ହେଲେ ଆଧାତ୍ମିକ ଚିନ୍ତାଧାରା କରୁଥିବା ପୁଅ ବିବାହ ନ ହେବାକୁ ରୋକ୍ ଠୋକ୍ ମନା କରୁଥାନ୍ତି ।

ହେଲେ ମା’ ପୁଅଙ୍କ ମଧ୍ୟରେ କେବେ କଳି ଝଗଡ଼ା ହୋଇ ଥିବା ପାଖ ପଡୋଶୀ କେହି ଜାଣିନାହାନ୍ତି । ରଞ୍ଜିତଙ୍କ ସମ୍ପର୍କୀୟ ଭାଇ ଘର ନିକଟକୁ ଯାଇ ରଞ୍ଜିତଙ୍କୁ ଡ଼ାକିଥିଲେ । ହେଲେ ଅନ୍ଧାର ଥିବାରୁ କବାଟ ଖୋଲି ଟର୍ଚ୍ଚ ମାରି ଦେଖିବକୁ ପାଇଲେ ଫ୍ୟାନ୍‌ରେ ଏକ ପ୍ଲାଷ୍ଟିକ ଦଉଡ଼ିରେ ଝୁଲୁଥିବା ଦେଖି ପାଖପଡୋଶୀଙ୍କୁ ଜଣାଇ ବଞ୍ଚିଥିବା ଭାବି ଝୁଲନ୍ତା ଫ୍ୟାନରୁ ଅଲଗା କରିଥିଲେ । ପରେ ଦେଖିବାକୁ ପାଇଲେ ଦ୍ରୌପଦୀ ମଧ୍ୟ ଅନ୍ୟ ଏକ ଘର ଭିତରେ ରକ୍ତ ଜୁଡୁବୁଡ଼ି ଅବସ୍ଥାରେ ପଡ଼ିଥିଲେ । ରଞ୍ଜିତର ବୟସ ପ୍ରାୟ 30ରୁ ଅଧିକ ବୋଲି ଅନୁମାନ କରାଯାଉଥିବା ବେଳେ ଦ୍ରୌପଦୀଙ୍କ ବୟସ ପ୍ରାୟ 65 ରୁ 70 ବର୍ଷ ହେବ । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.