ETV Bharat / state

ରତ୍ନପଥର ସଂଗ୍ରହ ବେଳେ ଚାଲିଗଲା ଜୀବନ, ଅଘଟଣ ସମ୍ପର୍କରେ ବଖାଣିଲେ ସମ୍ପର୍କୀୟ - YOUTH DIED IN BOUDH

Youth Died During Collecting Of Gemstones: ମରଣଯନ୍ତା ପାଲଟିଛି ମହାନଦୀର ଶଯ୍ୟାର ରତ୍ନ ପଥର ଖଣି । ରତ୍ନ ପଥର ସଂଗ୍ରହ ବେଳେ ପଥର ତଳେ ଚାପି ହୋଇ ଜଣେ ଯୁବକ ମୃତ । ଘଟଣା ବଖାଣିଲେ ମୃତ ଯୁବକଙ୍କ ସମ୍ପର୍କୀୟ । ଅଧିକ ପଢନ୍ତୁ

Youth Died During Collecting Of Gemstones

author img

By ETV Bharat Odisha Team

Published : Apr 1, 2024, 1:45 PM IST

Youth Died During Collecting Of Gemstones

ବୌଦ୍ଧ: ରତ୍ନ ପଥର ସଂଗ୍ରହ ବେଳେ ଅଘଟଣ । ସମ୍ପୂର୍ଣ୍ଣ ଘଟଣା ବଖାଣିଲେ ମୃତ ଯୁବକଙ୍କ ସମ୍ପର୍କୀୟ । ସେପଟେ ଶ୍ରମିକଙ୍କୁ ଏଭଳି ବିପଦପୂର୍ଣ୍ଣ ବେଆଇନ କାର୍ଯ୍ୟରେ ନିୟୋଜିତ କରିଥିବା ରତ୍ନ ପଥର ମାଫିଆର ଏପର୍ଯ୍ୟନ୍ତ ପୋଲିସ କୌଣସି ସୁରାକ ପାଇନି ।

ମାଫିଆଙ୍କ କବ୍ଜାରେ ମହାନଦୀ । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀରୁ ଗତ ୪୦ ବର୍ଷ ଧରି ଚାଲିଛି ରତ୍ନ ପଥର ଲୁଟ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଜଗତୀ ନିକଟବର୍ତ୍ତୀ ଅଞ୍ଚଳରୁ ନେଇ କରଡ଼ି ପର୍ଯ୍ୟନ୍ତ ମହାନଦୀର ପ୍ରାକୃତିକ ପଥର ଶଯ୍ୟା ଯୋଗୁଁ ଅନେକ ରତ୍ନ ପଥର ମିଳିଆସୁଛି । ମହାନଦୀ ଗର୍ଭରେ ବିରାଟକାୟ ପଥର ସନ୍ଧିରେ ଏଭଳି ରତ୍ନ ପଥର ପୋତି ହୋଇ ରହିଥିବା ବେଳେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ରତ୍ନ ପଥର ମାଫିଆଙ୍କ ନଜର ଏହା ଉପରେ ରହିଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ବର୍ଷ ବର୍ଷ ଧରି ମହାନଦୀରୁ ଏଭଳି ବେଆଇନ ଭାବେ ରତ୍ନ ପଥର ସଂଗ୍ରହ କାର୍ଯ୍ୟ ଚାଲିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏନେଇ କୌଣସି ରୋକ ଆଜି ପର୍ଯ୍ୟନ୍ତ ଲଗାଯାଇ ନାହିଁ ।

ଓଲଟା ଅନେକ ମାଫିଆଙ୍କ ସହିତ କେତେକ ସରକାରୀ କର୍ମଚାରୀ ଓ ଅଧିକାରୀ ଏହି ରତ୍ନ ପଥର କିଣାବିକାରେ ସାମିଲ ରହୁଥିବା ଦେଖିବାକୁ ମିଳୁଛି । ତେବେ ଗତ ଶୁକ୍ରବାର ଏଭଳି ବେଆଇନ ଭାବେ ରତ୍ନ ପଥର ସଂଗ୍ରହ ବେଳେ ଘଟିଥିବା ଅଘଟଣରେ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ପରେ ବର୍ତ୍ତମାନ ଏଭଳି ରତ୍ନ ପଥର ସଂଗ୍ରହ ଉପରେ ରୋକ ଲଗାଇବାକୁ ଦାବି ଉଠିଛି ।

ଏହା ମଧ୍ୟ ପଢନ୍ତୁ-ରତ୍ନ ପଥର ସଂଗ୍ରହ ହେଲା କାଳ, ପଥର ତଳେ ଗଲା ଜୀବନ

ଗତ ଶୁକ୍ରବାର ସବୁଦିନ ଭଳି ମହାନଦୀର ଅପର ପାର୍ଶ୍ୱରେ ଥିବା ବରଡାକଟା ଗ୍ରାମର କିଛି ଶ୍ରମିକ ମାନେ ମର୍ଜାକୁଦ ଦ୍ବୀପାଞ୍ଚଳର ନିକଟସ୍ଥ କୁଲାରୀକୁଦ ନିକଟରେ ରତ୍ନ ପଥର ସଂଗ୍ରହ କାର୍ଯ୍ୟ କରୁଥିଲେ । ଅପରାହ୍ନରେ ଖାଦ୍ୟ ପାଇଁ କିଛି ଶ୍ରମିକ ସଂଗ୍ରହ ହେଉଥିବା ସ୍ଥାନର ଉପରକୁ ଆସିଥିଲେ । କିଛି ସମୟ ପରେ ଖନନ ହେଉଥିବା ସ୍ଥାନ ନିକଟରେ ଥିବା ବିଶାଳକାୟ ପଥର ଗଡି ଆସିଥିଲା । ଫଳରେ ଉକ୍ତ ଖନନ ଜଣେ ଯୁବ ଶ୍ରମିକ ଆଉ ବାହାରି ପାରିନଥିଲେ । ଘଟଣାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥିଲେ ମଧ୍ୟ କୌଣସି ଉପାୟ ନପାଇ ଶେଷରେ ଶ୍ରମିକ ମାନେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେଇଥିଲେ । ବୌଦ୍ଧରୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ବେ ସଂଧ୍ୟା ହୋଇଯିବାରୁ ଶୁକ୍ରବାର ଆଉ ଖୋଜାଖୋଜି ସମ୍ଭବ ହୋଇ ନଥିଲା ।

ଶନିବାର ଘଟଣା ସମ୍ପର୍କରେ ବୌଦ୍ଧ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସଂଧ୍ୟା ବେଳକୁ ଉକ୍ତ ଯୁବକଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲା । ଶେଷରେ ରବିବାର ସକାଳେ ମୃତ ଶରୀରର ବ୍ୟବଚ୍ଛେଦ ପରେ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଶ୍ରମିକ ଜଣକ ଗତ କିଛି ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କ ଚାରି ମାସର କୁନି ଝିଅ ଟିଏ ଅଛି । କିନ୍ତୁ ବର୍ତ୍ତମାନ ତାଙ୍କ ଅସହାୟ ପରିବାରକୁ ଆହା ପଦେ କହିବାକୁ କେହି ନାହାନ୍ତି । ଯେଉଁ ରତ୍ନ ପଥର ମାଫିଆଙ୍କ ଇଙ୍ଗିତରେ ଏସବୁ ବେଆଇନ କାର୍ଯ୍ୟ ହେଉଥିଲା ବର୍ତ୍ତମାନ ସେ ମଧ୍ୟ ଆଇନ ଜାଲରେ ଫସିବାର ଭୟରେ ଆଗକୁ ଆସୁନାହିଁ କିମ୍ବା ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଉ ନାହିଁ । ବୌଦ୍ଧ ପୋଲିସ ବର୍ତ୍ତମାନ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.