ETV Bharat / state

ଅଶାନ୍ତ ଗଞ୍ଜାମ: ବ୍ରହ୍ମପୁର ହାଉସିଂ ବୋର୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା, ତଦନ୍ତ ଜାରି - Ganjam Murder

author img

By ETV Bharat Odisha Team

Published : May 29, 2024, 8:08 AM IST

Ganjam Murder: ବ୍ରହ୍ମପୁର ହାଉସିଂ ବୋର୍ଡରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣରେ ହତ୍ୟା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Ganjam Murder
Ganjam Murder (ETV Bharat Odisha)

ବ୍ରହ୍ମପୁର: ପୁଣି ଅଶାନ୍ତ ହେଲା ବ୍ରହ୍ମପୁର । ହାଉସିଂ ବୋର୍ଡରେ ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା ଅଭିଯୋଗ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ହତ୍ୟାକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାର ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Ganjam Murder (ETV Bharat Odisha)

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହାଉସିଂବୋର୍ଡ ସ୍ଥିତ ପ୍ରଥମପାର୍କ ନିକଟରୁ ମଙ୍ଗଳବାର ରାତିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସୂଚନା ରହିଛି । ଏନେଇ ପୋଲିସ ଖବର ପାଇବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୃତ ଯୁବକଜଣକ ବ୍ରହ୍ମପୁର ସହରର ଖଲାସି ସାହିର ଟୁନା ଦାସ ବୋଲି ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବେଳେ ତେବେ କାହିଁକି ଟୁନା ହାଉସିଙ୍ଗ୍ ବୋର୍ଡ ଅଞ୍ଚଳକୁ ଆସିଥିଲେ ତାହା ଜଣାପଡିନାହିଁ । ଏବେସୁଦ୍ଧା ହତ୍ୟା କାରଣ ମଧ୍ୟ ଜଣାପଡିନାହିଁ । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଏଥିରେ ଅନ୍ୟ କିଛି କାରଣ ଯଦି ରହିଥାଏ ତେବେ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ରାଜନୈତିକ ହିଂସା ରୋକିବାକୁ ଗଞ୍ଜାମ ପୋଲିସର ନୂଆ କଟକଣା, ଜୁନ ୪ ଯାଏଁ ରାତିରେ ଖୋଲିବନି ହୋଟେଲ, ଢାବା ଓ ଚା’ ଦୋକାନ - Security Arrangements For Counting

ଟୁନା ହାଉସିଂ ବୋର୍ଡ ଅଞ୍ଚଳକୁ ଆସିଥିବା ବେଳେ ତାର ଗତିବିଧିକୁ ଅନୁଧ୍ୟାନ କରି କିଛି ଯୁବକ ଆସି ଏଭଳି ଆକ୍ରମଣ କରିଥିବା କୁହାଯାଇଛି । ସେପଟେ ଏହି ଘଟଣାକୁ ନେଇ ବ୍ରହ୍ମପୁର ପୋଲିସର ଏକ ଟିମ୍ ଏବଂ ଗୋଷାଣୀ ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ କାର୍ଯ୍ୟ । ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରି ଏଠାରେ ହତ୍ୟା, ଚୋରୀ ଭଳି ଅପରାଧିକ ମାମଲା ଘଟିଚାଲିଛି । ଅପରାଧରେ ରୋକ ଲଗାଇବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.