ETV Bharat / state

ପୁରୀ ରେଳୱେ ଷ୍ଟେସନରେ ସାଙ୍ଗକୁ ଛୁରି ମାଡ କଲା ସାଙ୍ଗ - Youth Brutally Attacked - YOUTH BRUTALLY ATTACKED

Youth Brutally Attacked By Friends: ପୁରୀ ରେଳୱେ ଷ୍ଟେସନରେ ଅଭାବନୀୟ ଘଟଣା । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ପୁରୀ ରେଳୱେ ଷ୍ଟେସନରେ ଅଘଟଣା, ଛୁରାମାଡରେ ଜଣେ ଆହତ
ପୁରୀ ରେଳୱେ ଷ୍ଟେସନରେ ଅଘଟଣା, ଛୁରାମାଡରେ ଜଣେ ଆହତ (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 4:18 PM IST

ପୁରୀ: ସାଙ୍ଗକୁ ଛୁରା ମାଡ଼ କରି ସାଙ୍ଗ ଫେରାର । ପୁରୀ ରେଳ ଷ୍ଟେସନ ପରିସରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପୁରୀ ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ନିକଟରେ ଛୁରାମାଡ଼ ହୋଇଥିବା ନେଇ ଜଣାପଡିଛି । ତେବେ ଛୁରା ମାଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛି । ଆହାତ ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ରତନ ବୋଲି ଜଣାପଡିଛି । ସେପଟେ ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଚଲାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ରାତିରେ ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୨ରେ ପାର୍ଶ୍ଵରେ ଥିବା ପାର୍ସଲ ଅଫିସ ପାର୍ଶ୍ବରୁ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ଷ୍ଟେସନ ଆଡକୁ ଆସୁଥିବା କିଛି ଆରପିଏଫ ପୋଲିସ ଦେଖିବାକୁ ପାଇଥିଲେ । ଘଟଣା ଦେଖିବା କ୍ଷଣି ବ୍ୟକ୍ତିଙ୍କ ନିକଟକୁ ଯାଇ ପଚରାଉଚରା କରିବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରତନ । ରତନଙ୍କ କହିବା ଅନୁଯାୟୀ, ତାଙ୍କ ଘର ନାଗପୁର ଅଞ୍ଚଳରେ । ସେ ଓ ତାଙ୍କର ଦୁଇ ସାଙ୍ଗ ଲକ୍ଷ୍ମଣ ଓ କ୍ରିଷ୍ଣା ତାଙ୍କ ସହ ପୁରୀ ଆସି କାର୍ଯ୍ୟ କରୁଥିଲେ । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ହେବାରୁ ଉଭୟ ଲକ୍ଷ୍ମଣ ଓ କ୍ରିଷ୍ଣା ତାଙ୍କୁ ଛୁରା ମାଡ଼ କରି ଫେରାର ହୋଇଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence In Khallikote

ସେପଟେ ଆହତ ରତନକୁ ଆରପିଏଫ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ରତନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଅପରପକ୍ଷରେ ଆରପିଏଫ ପୋଲିସ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

କିଛିଦିନି ପୂର୍ବରୁ ପୁରୀ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ ବିଲ୍ଡିଂର କାମ ଚାଲିଥିଲା । ସେଠାରେ 6 ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଛାତ ପାଇଁ ଲାଗିଥିବା ସେଟ୍ରିଙ୍ଗ ଭୁଶୁଡି ପଡିଥିଲା । ଫଳରେ 6 ଶ୍ରମିକଙ୍କ ମଧ୍ୟରୁ 4 ଜଣ ଆହତ ହୋଇଥିଲେ । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଇଟିବି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.