ETV Bharat / state

ନିଚ୍ଛକ ପ୍ରେମ କାହାଣୀ; ମହେଶ୍ୱରଙ୍କ ମଣିଷ ପଣିଆ, ବାକ୍‌ବାଧିତ ଯୁବତୀଙ୍କ ଧରିଲେ ହାତ

author img

By ETV Bharat Odisha Team

Published : Feb 5, 2024, 9:45 PM IST

Unique Marriage: ଯୁବତୀ ଜଣଙ୍କ ବାକବାଧିତ ହୋଇଥିଲେ ମଧ୍ୟ ସେ ତାଙ୍କୁ ନିସ୍ୱାର୍ଥପର ଭାବେ ପ୍ରେମ କରି ବିବାହ କରିଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ଅଧିକ ପଢନ୍ତୁ

Unique Marriage
Unique Marriage
ମହେଶ୍ୱରଙ୍କ ମଣିଷ ପଣିଆ, ବାକ୍‌ବାଧିତ ଯୁବତୀଙ୍କ ଧରିଲେ ହାତ

ବାଲେଶ୍ୱର: ନିଚ୍ଛକ ପ୍ରେମର ଉଦାହରଣ ସାଜିଛନ୍ତି ବାଲେଶ୍ୱରର ପ୍ରେମୀ ଯୁଗଳ । ଯୁବତୀ ଜଣଙ୍କ ବାକବାଧିତ ହୋଇଥିଲେ ମଧ୍ୟ ସେ ତାଙ୍କୁ ନିସ୍ୱାର୍ଥପର ଭାବେ ପ୍ରେମ କରି ଏହାକୁ ବିବାହ ରୂପ ଦେଇଛନ୍ତି ଜଣେ ଯୁବକ । ବାଲେଶ୍ଵର ଜିଲ୍ଲା ବାହାନଗାଠାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରେ ହୋଇଛି ଏହି ନିଆରା ବିବାହ । ଯାହାକି ସମାଜ ପାଇଁ ଉଦାହରଣ ସାଜିଛି ।

ମନର ପରିଭାଷା ବୁଝିବାକୁ ମୁହଁ ଖୋଲିବା କହିବାର ଆବଶ୍ୟକତା ନାହିଁ, କାରଣ ହୃଦୟର ପରିଭାଷା ହିଁ ଯଥେଷ୍ଟ ବୋଲି ପ୍ରମାଣ କରି ଦେଖାଇଛନ୍ତି ଏହି ପ୍ରେମୀ ଯୁଗଳ । ବର ସାଜଥିବା ମହେଶ୍ବର ହେଲେ କସବାଜୟପୁର ପଞ୍ଚାୟତ ଜିରିତାଳ ଗ୍ରାମର ବୁଦ୍ଧିଆ ମଲ୍ଲିକଙ୍କ ପୁଅ । କନ୍ୟା ଜଣକ ହେୁଛନ୍ତି କୋଚିଆକୋଇଲି ଗ୍ରାମର ବାବୁ ମଲ୍ଲିକଙ୍କ ଝିଅ ରୁକ୍ମିଣୀ । ମହେଶ୍ବର ନିଜର ସମ୍ପର୍କୀୟଙ୍କ ଘରକୁ ଯିବା ଆସିବା କରୁଥିବାବେଳେ ତାଙ୍କର ରୁକ୍ମିଣୀଙ୍କ ସହ ଦେଖା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ରୁକ୍ମଣୀ ଜନ୍ମରୁ ବାକଶକ୍ତି ହରାଇଥିଲେ । ରୁକ୍ମଣୀ କଥା କହିପାରୁନଥିବା ଜାଣି ସୁଦ୍ଧା ମହେଶ୍ବର ରୁକ୍ମଣୀଙ୍କୁ ଜୀବନ ସାଥି ଭାବେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ ।

ମହେଶ୍ବର ଡିପ୍ଲୋମା ପାସ୍ କରିବା ପରେ ଏକ ରେଷ୍ଟୁରାଣ୍ଟରେ କାମ କରିବା ପାଇଁ ଚେନ୍ନାଇ ଚାଲିଯାଇଥିଲେ । କିନ୍ତୁ ଦୂରତା ସେମାନଙ୍କୁ ଅଲଗା କରିପାରିନଥିଲା । ସେମାନେ ମୋବାଇଲ ଦ୍ବାରା ପରସ୍ପର ଯୋଗାଯୋଗରେ ରହିଆସିଥିଲେ । ଆଉ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ରୁକ୍ମଣୀ ଭିନ୍ନକ୍ଷମ ଥିବାରୁ ଏହି ବିବାହ ପ୍ରସ୍ତାବରେ ପ୍ରଥମେ ପ୍ରଥମେ ରାଜି ହୋଇନଥିଲେ ମହେଶ୍ବରଙ୍କ ପରିବାର । ମାତ୍ର ପ୍ରେମୀ ଯୁଗଳ ନିଜ ନିଷ୍ପତ୍ତିରେ ଅଟଳ ରହି ପରିବାରଲୋକଙ୍କ ଭରସା ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ...ଗ୍ରାମବାସୀଙ୍କ ସହଯୋଗରେ ହାତକୁ ଦିହାତ ହେଲେ ଦୁଇ ଦିବ୍ୟାଙ୍ଗ

ଉଭୟଙ୍କ ଅନାବିଳ ପ୍ରେମ ଆଗରେ ସମସ୍ତେ ହାର ମାନି ବିବାହ ପାଇଁ ରାଜି ହୋଇଥିଲେ। ଏ ନିଆରା ପ୍ରେମକୁ ସ୍ୱୀକୃତି ମିଳିବା ପରେ ମହେଶ୍ୱର ଆଉ ରୁକ୍ମିଣୀ ସାରା ଜୀବନ ପାଇଁ ହୋଇଛନ୍ତି ଜୀବନସାଥୀ । ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିବାବେଳେ ଉଭୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏନେଇ ମହେଶ୍ବର କହିଛନ୍ତି, ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ହାତ ଛାଡିବି ନାହିଁ । ସ୍ବଳ୍ପ ରୋଜଗାର କରିଲେ ମଧ୍ୟ ତାଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିବି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.