ବାଲେଶ୍ବର: କିଛି ନୂଆ କରିବାର ମନୋବୃତ୍ତି ନେଇ ଆରମ୍ଭ କରିଥିବା ଏକ ଇଭି ବାଇକ ଆଜି ଦେଇଛି ପରିଚୟ । ଦିନକୁ ଦିନକୁ ବ୍ୟାଟେରୀ ଚାଳିତ ଯାନର ଚାହିଦା ବଢୁଥିବା ବେଳେ ଜଣେ ଯୁବକଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ପୂର୍ବରୁ ସେ ଘଣ୍ଟା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଏବେ ବ୍ୟାଟେରୀ ଚାଳିତ ଯାନ ନିର୍ମାଣ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଏଭଳି ଜଣେ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରଘୁନାଥପୁର ପଞ୍ଚାୟତ ଗଞ୍ଜ ଗ୍ରାମର ଭାରତ ଭୂଷଣ ଦାସ ।
ୟୁଟୁବରୁ ଇଲେକ୍ଟ୍ରିକ ବାଇକ୍;
ଯେତେବେଳେ ବ୍ୟାଟେରୀ ଚାଳିତ ବାଇକ କିମ୍ବା ସାଇକେଲ ବଜାର ସେତେଟା ପ୍ରବେଶ କରିନଥିଲା ସେତବେଳେ ଘଣ୍ଟା ଦୋକାନୀ ଭାରତ ଭୂଷଣ ଦାସ ୟୁଟୁବ ଦେଖି ନିଜର ଏକ ପୁରୁଣା ବାଇକରେ ବ୍ୟାଟେରୀ ଖଞ୍ଜି ତାହାକୁ ଇଲେକ୍ଟ୍ରିକ ବାଇକ ଭାବେ ରୂପାନ୍ତର କରିଥିଲେ । 2019 ଭରତ ମସିହାରେ ଭାରତ ନିଜର ବାଇକକୁ ଇଭିରେ ରୂପାନ୍ତର କରି ସେ ବେଶ ପରିଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଇଲେକ୍ଟ୍ରିକ ସାଇକେଲ ତିଆରି କରିବାକୁ ମନସ୍ଥ କରିଥିଲେ । ଗୋଟିଏ ସାଧାରଣ ସାଇକେଲକୁ ଇଲେକ୍ଟ୍ରିକ ସାଇକେଲରେ ପରିଣତ କରିବାକୁ ସର୍ବନିମ୍ନ 8ରୁ 10 ହଜାର ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ସେ । ତେବେ ଭାରତଙ୍କ ସୋର ଛତ୍ରପୁର ବଜାରରେ ଏକ ଘଣ୍ଟା ଦୋକାନ ରହିଥିବା ବେଳେ ସେଠାରେ ହିଁ ଇଲେକ୍ଟ୍ରିକ ବାଇକ ଏବଂ ସାଇକେଲ ନିର୍ମାଣ କରୁଛନ୍ତି ।
ଏମିତି କହିଲେ ଭାରତ:
ଏନେଇ ଭାରତ ଭୂଷଣ କହିଛନ୍ତି,"ଯେଉଁସବୁ ବାଇକ କିମ୍ବା ସ୍କୁଟି ପେଟ୍ରୋଲ ଥିଲା ତାକୁ ମୁଁ ଇଲେକ୍ଟ୍ରିରେ ରୂପାନ୍ତର କରୁଛି । ଗରିବ ଶ୍ରେଣୀର ଲୋକମାନେ ସାଇକେଲ ଚଲାଉଥିଲେ । ସେମାନେ କାମ କରିବା ପାଇଁ ପ୍ରତ୍ୟେକ ଦିନ 10 ରୁ 20 କିଲୋମିଟର ଯାଉଛନ୍ତି । ସେମାନଙ୍କର ଅସୁବିଧାକୁ ଦେଖି ମୁଁ ଚିନ୍ତା କଲି ଯେ କମ୍ ପଇସାରେ କେମିତି ଇଲେକ୍ଟ୍ରିକ ସାଇକେଲ ତିଆରି କରାଯାଇପାରିବ । ବଜାରରେ ଇଲେକ୍ଟ୍ରି ସାଇକେଲ କିଣିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ସେଥିପାଇଁ 8ରୁ 10 ହଜାର ଭିତରେ ଜଣେ ସାଧାରଣ ଲୋକ କେମିତି ନିଜ ସାଇକେଲକୁ ଇଲେକ୍ଟ୍ରି ସାଇକେଲ ଭାବେ ତିଆରି କରି ପାରିବ ସେହି କଥା ଭାବି ମୁଁ ଏବେ ଇଲେକ୍ଟ୍ରିକ ସାଇକେଲ ତିଆରି କରିଛି । "
ଇକେକ୍ଟ୍ରିକ କାର୍ ନିର୍ମାଣ ପାଇଁ ଲକ୍ଷ୍ୟ:
ସେ ଆହୁରି ମଧ୍ୟ କହିଛନ୍ତି," ମୁଁ ପ୍ରାୟ 40 ଜଣଙ୍କୁ ଇଲେକ୍ଟ୍ରିକ ସାଇକେଲ ତିଆରି କରିକି ଦେଲିଣି । ଏହାସହ ଯେଉଁ ବ୍ୟାଟେରୀ ଖରାପ ହେଉଛି ସେହି ବ୍ୟାଟେରୀକୁ ମଧ୍ୟ ତିଆରି କରୁଛି । ଯେଉଁ ବ୍ୟାଟେରୀ ମୋ ପାଖରେ ଅଛି ତାହା ଲିଥିଅମ ଫସଫେଟ ବ୍ୟାଟେରୀ । ଏହି ବ୍ୟାଟେରୀ 8ରୁ 10 ବର୍ଷ ଯାଏ ଖରାପ ହେବନାହିଁ । 2019 ମସିହାରେ ମୁଁ ଇଲେକ୍ଟ୍ରି ବାଇକ ତିଆରି କରିଥିଲି, ସେତେବେଳେ ପୁରା ଭାରତରେ ଇଭି ଲଞ୍ଚ ହୋଇନଥିଲା । ଆଗକୁ ଇକେକ୍ଟ୍ରିକ କାର୍ ତିଆରି କରିବା ପାଇଁ ମୋର ଲକ୍ଷ୍ୟ ଅଛି ।"
'ଇଲେକ୍ଟ୍ରିକ ଗାଡିର ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବି':
ଏହି କାମ କରିବା ପାଇଁ କୌଣସି ଅନୁମତି ନେଇଛନ୍ତି କି ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି," ଯେଉଁସବୁ ବଡ଼ବଡ଼ କମ୍ପାନୀ ଅଛନ୍ତି, ମୁଁ ଯଦି ତାଙ୍କ ଦ୍ୱାରା ଇଲେକ୍ଟ୍ରିକ ଗାଡିର ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବି । ତେବେ ବହୁତ ଟଙ୍କା ଖର୍ଚ୍ଚ ହେବ । ଯାହା ମୋ ପାଖରେ ନାହିଁ । ସେଥିପାଇଁ ମୁଁ ଆଜି ଯାଏ ଆବେଦନ କରି ପାରିନାହିଁ । ହେଲେ ଆଗକୁ ମୁଁ ଆବେଦନ କରିବି । ଏହାପରେ ଲୋକମାନଙ୍କ ପେଟ୍ରୋଲ ଗାଡ଼ିକୁ ଇଲେକ୍ଟ୍ରିରେ ରୂପାନ୍ତର କରିବି । ଆରଟିଓ ନିୟମ ଅନୁସାରେ ଆପଣ ବ୍ୟାଟେରୀରେ ଚଳାନ୍ତୁ କି ପେଟ୍ରୋଲ ଗାଡ଼ି । କିନ୍ତୁ ଗାଡ଼ିର କାଗଜପତ୍ର ଠିକ ରଖିବାକୁ ହେବ । 15 ବର୍ଷ ଭିତରେ ଗାଡ଼ିର ବୀମା ମଧ୍ୟ କଭର ହୋଇପାରିବ । ମୁମ୍ବାଇ, ଦିଲ୍ଲୀ, ନୋଏଡାରେ ଯେଉଁ କମ୍ପାନୀ ଅଛି ମୁଁ ସେମାନଙ୍କ ପାଖରୁ ଏସବୁ ଜିନିଷ କିଣୁଛି ।"
ଏହା ମଧ୍ୟ ପଢନ୍ତୁ ...‘ଡିସେମ୍ବର ୨୦୨୭ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ’ ଏହା ମଧ୍ୟ ପଢନ୍ତୁ ...ଜଙ୍ଗଲ ନିଆଁ ଲିଭାଇବ ଏ.ଟି.ଭି; ୧୮ଟି ଜିଲ୍ଲାକୁ ଗଲା ୧୩୯ଟି ଅତ୍ୟାଧୁନିକ ଗାଡ଼ି |
'ଗୋଟିଏ ଥର ଚାର୍ଜ କଲେ 40ରୁ 50 କିଲୋମିଟର ଚାଲୁଛି ':
ଅନ୍ୟପଟେ ଏହି ଇଲେକ୍ଟ୍ରିକ ସାଇକେଲ ବ୍ୟବହାର କରୁଥିବା ଉପେନ୍ଦ୍ର ନାଥ କଲେଜରେ ଯୁକ୍ତ ତିନି କଳାର ଛାତ୍ର ସ୍ମୃତି ପ୍ରୀତମ ପାତ୍ର କହିଛନ୍ତି," ମୋ ଗୋଟିଏ ସାଇକେଲକୁ ସାତ ହଜାର ଟଙ୍କାରେ କିଣିଥିଲି । ମୁଁ ଯେତେବେଳେ ଅନଲାଇନ ଭିଡିଓ ଦେଖିଲି ଭାରତ ଭାଇ ବ୍ୟାଟେରୀ ସାଇକେଲ ତିଆରି କରୁଛନ୍ତି । ମୁଁ ତାଙ୍କ ସହ ଯୋଗାଯୋଗ କରିଥିଲି । ଏହାପରେ ସେ ମୋତେ କେତେ ଟଙ୍କା ଖର୍ଚ୍ଚ ହେବ କହିଥିଲେ । ତା ପରେ ମୁଁ ତାଙ୍କ ପାଖରେ ଏହି ସାଇକେଲକୁ ଇଲେକ୍ଟ୍ରିକ ସାଇକେଲରେ ରୂପାନ୍ତର କରାଇଥିଲି । ସାଇକେଲ ପଇସାକୁ ଛାଡ଼ି ମୋର ଅଧିକ 20 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଥର ଚାର୍ଜ କଲେ 40ରୁ 50 କିଲୋମିଟର ଚାଲୁଛି ।"
ଇଟିଭି ଭାରତ, ବାଲେଶ୍ବର