ETV Bharat / state

ବିଶ୍ୱ ଐତିହ୍ୟ ଦିବସ: ବିନା ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଲେ ପର୍ଯ୍ୟଟକ - World Heritage Day - WORLD HERITAGE DAY

World Heritage Day: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପାଳିତ ହୋଇଛି ବିଶ୍ବ ଐତିହ୍ୟ ଦିବସ । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

World Heritage Day
World Heritage Day
author img

By ETV Bharat Odisha Team

Published : Apr 18, 2024, 2:34 PM IST

World Heritage Day

ନିମାପଡା: ଆଜି ବିଶ୍ୱ ଐତିହ୍ୟ ଦିବସ । ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପାଳିତ ହୋଇଛି ବିଶ୍ୱ ଐତିହ୍ୟ ଦିବସ । ସମସ୍ତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଏହି ଦିବସ ପାଳନ ହେଉଥିବା ବେଳେ ଏହି କ୍ରମରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପାଳିତ ହୋଇଛି । ASI ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ମନ୍ଦିରକୁ ଆଜି ପ୍ରବେଶ ଶୁଳ୍କ ସକାଳ ୬ଟା ଠାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଛାଡ଼ କରାଯାଇଛି । ପର୍ଯ୍ୟଟକମାନେ ବିନା ଟିକେଟରେ ସୂର୍ଯ୍ୟ ମନ୍ଦିର ବୁଲିବାର ସୁଯୋଗ ପାଉଛନ୍ତି ।

ବିଶ୍ୱ ଐତିହ୍ୟ ଦିବସ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧିତ ତଥ୍ୟକୁ ଫଟୋ ଗ୍ୟାଲେରୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଏହାସହ ଐତିହ୍ୟସ୍ଥଳୀ ଗୁଡ଼ିକରେ କିପରି ସୁରକ୍ଷିତ ଓ ସଂରକ୍ଷଣ ରହିବ, ସେନେଇ ସମସ୍ତେ ଦାୟିତ୍ଵବାନ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ବିଶ୍ୱ ଐତିହ୍ୟ ଦିବସ ଅବସରରେ ASI ସୁପରିଟେଣ୍ଡେଣ୍ଟ ଇଂଜିନିୟର ସି ଆର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଦିବସକୁ ଶରସ ସୁନ୍ଦର କରିବା ପାଇଁ କୋଣାର୍କ ଅଞ୍ଚଳର ସ୍କୁଲ, କଲେଜର ଛାତ୍ରଛାତ୍ରୀ, ସମାଜସେବୀ, ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଭାରତ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ ପୁରୀ ବୁଲୁଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟସ୍ଥଳର ସଂରକ୍ଷଣ ଜରୁରୀ - World Heritage Day 2024

ସେହିପରି ସୂର୍ଯ୍ୟ ମନ୍ଦିରକୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକମାନେ ବିନା ଦେୟରେ ସୂର୍ଯ୍ୟ ମନ୍ଦିର ବୁଲି ଖୁସି ହୋଇଥିଲେ । ଆଜି ଏହି ବିଶ୍ୱ ଐତିହ୍ୟ ଦିବସରେ ଯୋଗ ଦେଇଥିବା ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କିନ୍ତୁ ଦୁଃଖ ପରିତାପର ବିଷୟ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଥିବା ବେଳେ କୋଣାର୍କ ବର୍ତ୍ତମାନ ନିଜର ସ୍ଥିତି ଖୋଜୁଛି । ବର୍ଷା ଦିନରେ ପାଣି ଜମିବା ଓ ଏବେ ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳର ସୁବିଧା ନାହିଁ । ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଉଥିବା ବେଳେ ASI କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ପାନୀୟ ଜଳର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.