ETV Bharat / state

ଓଡ଼ିଶାରେ ୮୯୩ ବର୍ଗ କିମି ଜଙ୍ଗଲର ଅଭିବୃଦ୍ଧି ଘଟିଛି: ରାଜ୍ୟ ବନ ବିଭାଗ - WORLD FOREST DAY 2024

World forest day Celebrated: ଆଜି ହେଉଛି ବିଶ୍ବ ବନ ଦିବସ । ଆଜି ଜୟଦେବ ଭବନ ଠାରେ ବିଶ୍ଵ ବନ ଦିବସ ପାଳନ କରାଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂବନସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ ଦେବୀଦତ୍ତ ବିଶ୍ବାଳଙ୍କ ସମେତ ଅନ୍ୟ ଅତିଥି ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ,

ବିଶ୍ଵ ବନ ଦିବସ ୨୦୨୪
ବିଶ୍ଵ ବନ ଦିବସ ୨୦୨୪
author img

By ETV Bharat Odisha Team

Published : Mar 21, 2024, 5:52 PM IST

ବିଶ୍ଵ ବନ ଦିବସ ୨୦୨୪

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ବନ ଦିବସ । ଏହି ଅବସରରେ ଜୟଦେବ ଭବନ ଠାରେ ବିଶ୍ଵ ବନ ଦିବସ ପାଳନ କରାଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂବନସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ ଦେବୀଦତ୍ତ ବିଶ୍ବାଳଙ୍କ ସମେତ ଅନ୍ୟ ଅତିଥି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ଏବଂ ଯୋଜନା ଖସଡ଼ାର କାର୍ଯ୍ୟକଳାପକୁ ସଂକଳନ କରି "ଓଡ଼ିଶା ବନ ବିଭାଗ ୨୦୨୪ ର ହାଇଲାଇଟ୍" ଶୀର୍ଷକ ଏକ ପୁସ୍ତକ ପ୍ରକାଶ ପାଇଛି । ବନ କର୍ମଚାରୀମାନେ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ଫରେଷ୍ଟ ରେଞ୍ଜର ପଦବୀର ୪୦ ଜଣ ବନ କର୍ମଚାରୀଙ୍କୁ ବିଶ୍ବ ବନ ଦିବସ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି ।

ମୁଖ୍ୟ ଅତିଥି ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ପରିମାଣ ୫୭ ହଜାର ୧୬୦ ବର୍ଗ କିଲୋମିଟର ରହିଛି । ଯାହା ରାଜ୍ୟର ସମଗ୍ର ଭୌଗୋଳିକ ଅଞ୍ଚଳର ୩୬.୭୧ ପ୍ରତିଶତ । ଏହା ଜାତୀୟ ସ୍ତରର ହାରାହାରି ୨୪.୬୨ ପ୍ରତିଶତ ଠାରୁ ଅଧିକ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ବିବରଣୀ ୨୦୨୧ ମସିହା ଆକଳନ ଅନୁଯାୟୀ, ଗତ ଦୁଇ ମୂଲ୍ୟାଙ୍କନ ବର୍ଷରେ ଅର୍ଥାତ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କି.ମି. ଅଭିବୃଦ୍ଧି ଘଟିଛି । ରାଜ୍ୟରେ ୧୩.୮୫୬ ବର୍ଗ କିଲୋ ମିଟରରୁ ଅଧ‌ିକ ଉଜୁଡା ଜଙ୍ଗଲ ଅଞ୍ଚଳକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟରେ ୧୬୧୨୮ ଗୋଟି ବନ ସୁରକ୍ଷା ସମିତି (VSS) ଏବଂ ୫୯୦ ଗୋଟି ଇକୋ ବିକାଶ କମିଟି ଗଠନ କରାଯାଇଛି । ଆମ ଜଙ୍ଗଲ ଯୋଜନା ଅଧୀନରେ ପ୍ରାୟ ୪.୬୦୧ ବନ ସୁରକ୍ଷା ସମିତି ଏବଂ ୧୪୨୬୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (SHG) ଗୁଡିକ ବିଭିନ୍ନ ଆୟ ଉପାର୍ଜନ କାର୍ଯ୍ୟକଳାପ ସହିତ ସଂପୃକ୍ତ ଅଛନ୍ତି ।"

ଏହା ମଧ୍ୟ ପଢନ୍ତୁ.... ବିଶ୍ଵ ବନ ଦିବସ ୨୦୨୩, ରାଜ୍ୟରେ 537 ସ୍କୋୟାର କିଲୋମିଟର ବଢିଛି ଜଙ୍ଗଲ

ସେ ଆହୁରି ମଧ୍ୟ କହିଛନ୍ତି, "ସେହିଭଳି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ଅଧୀନରେ ୧୨୧୧ ଗୋଟି ବନ ସୁରକ୍ଷା ସମିତି (VSS) ଏବଂ ୪୪୦୬ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ (SHG), ଅବକ୍ଷୟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ତଥା ଆୟ ଉପାର୍ଜନ କାର୍ଯ୍ୟକଳାପ ମାଧ୍ୟମରେ ଜୀବିକା ନିର୍ବାହ କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି ।" ଅନ୍ୟପଟେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ ଦେବୀଦତ୍ତ ବିଶ୍ବାଳ କହିଛନ୍ତି, ‘‘ଆଜି ବିଶ୍ବ ବନଦିବସ ପାଳନ ହୋଇଛି । ଚଳିତ ବର୍ଷର ବିଷୟ ବସ୍ତୁ 'ଜଙ୍ଗଲ ଓ ଅଭିନବୀ କରଣ' । ରାଜ୍ୟରେ ଜଙ୍ଗଲ ବଢିଛି । ୨୦୧୯ଠାରୁ ୨୦୨୧ ମସିହା ମଧ୍ୟରେ ୫୩୭ ସ୍କୋୟାର କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଛି । ରାଜ୍ୟରେ ଜଙ୍ଗଲ ଭୌଗୋଳିକ ପ୍ରତିଶତ ହେଉଛି ୩୩.୫ ପ୍ରତିଶତ । ରାଜ୍ୟରେ ଜଙ୍ଗଲ ବୃଦ୍ଧି ଘଟିବା ଦେଶରେ ତୃତୀୟ ସର୍ବବୃହତ । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.