ETV Bharat / state

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ, ମହଣ ମହଣ ଘିଅରେ ଜଳୁଛି ଝାଡ଼ଦୀପ - ଯୋରନ୍ଦା ମେଳା

Dhenkanal Joranda Magha Mela: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ । ଅଧିକ ପଢନ୍ତୁ

ଜୋରନ୍ଦା ମାଘ ମେଳା
ଜୋରନ୍ଦା ମାଘ ମେଳା
author img

By ETV Bharat Odisha Team

Published : Feb 23, 2024, 7:59 AM IST

Updated : Feb 23, 2024, 8:24 AM IST

ଜୋରନ୍ଦା ମାଘ ମେଳା

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଗତକାଲି (ଗୁରୁବାର) ଠାରୁ ଆରମ୍ଭ ହୋଇଛି । ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ ସାରା ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସନ୍ଧ୍ୟା ପରେ ଗାଦି ମନ୍ଦିର ଚାରିଦ୍ୱାରରେ ପ୍ରଜ୍ବଳିତ ଝାଡବତୀରେ ମହଣ ମହଣ ଘୃତହୁତି କରି ଜଗତ ଭକ୍ତଙ୍କ କଲ୍ୟାଣ ମନାସୁଛନ୍ତି ମହିମା ସାଧୁ । ଏହାସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ଢେଙ୍କାନାଳର ମହିମା ଗାଦି ।

ମାଘ ଶୁକ୍ଳ ଚତୁର୍ଦଶୀ ଅବସରରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ମହିମା ପରମ୍ପରା ମୁତାବକ ଚଳିତ ବର୍ଷ ମହିମା ସାଧୁମାନେ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ଏହି ମେଳାରେ ପ୍ରଭୁ ଶୂନ୍ୟଦେହୀଙ୍କ ଉପଲକ୍ଷେ ଗତକାଲି(ଗୁରୁବାର) ପ୍ରଭୁ ପୂର୍ଣ୍ଣିମା ପାଳନ କରିଥିବା ବେଳେ ଆଜି ଦେଶ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରୁଛନ୍ତି ମହିମା ସାଧୁ । ପ୍ରାତଃ ସମୟରୁ ମହିମା ନୀତିକାନ୍ତିର ମହିମା ସାଧୁମାନେ ପ୍ରଭୁ ଅଲେଖ ସ୍ୱାମୀଙ୍କ ସେବା ଲାଗିପଡିଛନ୍ତି । ମୁଖ୍ୟ ଗାଦି ମନ୍ଦିର ଚତୁଃର୍ପାର୍ଶ୍ଵ ଚାରି ଦ୍ୱାରରେ ସ୍ୱତନ୍ତ୍ର ନୀତି ସେବକମାନେ ଧୁନି ସ୍ଥାପନ କରିଛନ୍ତି । ପରମ୍ପରା ଅନୁଯାୟୀ, ମହିମା ସତ୍ୟ ସମାଜ ଓ ସାଧୁ ସମାବେଶ ନିଷ୍ପତ୍ତି ମୁତାବକ ଅପର ସନ୍ୟାସୀ ଭାବେ ୩୩ଜଣଙ୍କୁ କୌପନି ଓ ପର ସନ୍ୟାସୀ ଭାବେ ୧୩ ଜଣଙ୍କୁ ବକଳ ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ସୂର୍ଯ୍ୟଙ୍କ ତେଜ ପ୍ରଖର ହେବାରେ ଲାଗିଥିଲେ ମଧ୍ୟ ଖରାକୁ ଖାତିର ନକରି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହୋଇଛି । ମହିମା ଧର୍ମର ଏହି ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦିରେ ସାରା ବିଶ୍ୱର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି । ମହିମଗାଦିର ଅଖଣ୍ଡ ବତୀ ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶି ହାତିଆ ମନ୍ଦିର ସାଙ୍ଗକୁ ସାଧୁମାନଙ୍କ ବିଭିନ୍ନ ଆଶ୍ରମ ମଣ୍ଡଳରେ ଭକ୍ତମାନଙ୍କ ଖଚାଖଚ ଭିଡ଼ ଲାଗିରହିଛି । ଏହା ମଧ୍ୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ଅଖଣ୍ଡ ଧୁନିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ଭୋଗ ଅର୍ପଣ କରି ନିଜ ପରିବାର ତଥା ଜଗତବାସୀଙ୍କ କଲ୍ୟାଣ ପାଇଁ ପ୍ରଭୁ ଶୁନ୍ୟଦେହୀଙ୍କ ସରଣାଗାମୀ ହେଉଛନ୍ତି ।

ସେପଟେ ମାନସିକଧାରୀମାନେ ନିଜ ପିଲାଙ୍କ ନିରାମୟ ଓ ସୁସ୍ଥ ଜୀବନ କାମନା କରି ହଜାର ହଜାର ହଜାର ସଂଖ୍ୟାରେ ମୁଣ୍ଡନ କରାଉଥିବା ଦେଖାଯାଉଛି । ଉପାସନା ପୀଠ ଉଚ୍ଛେଦ ଯୋଗୁଁ ଅଖଣ୍ଡ ଜ୍ୟୋତି ମନ୍ଦିରରେ କୌପନି ସାଧୁ ଓ ଶ୍ରଦ୍ଧାଳୁମାନେ ଧୁନି ଜାଳୁଛନ୍ତି । ଏହି ମନ୍ଦିର ପାର୍ଶ୍ଵରେ କୌପନି ସାଧୁଙ୍କ ଭଜନ ମଣ୍ଡପରେ ଭଜନ କୀର୍ତ୍ତନରେ ବିଭୋର ହୋଇପଡୁଛନ୍ତି ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁ । ତେବେ ଲକ୍ଷ ଲକ୍ଷ ସଂଖ୍ୟାରେ ଜନ ସମାଗମକୁ ଶାନ୍ତି ଶୃଙ୍ଖଳା ଓ ମେଳାର ସୁପରିଚାଳନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ପରିଚାଳନା ନେଇ ଏକ ପାଖିଆ ଗାଡି ଚଳାଚଳ ସାଙ୍ଗକୁ ସ୍ୱତନ୍ତ୍ର କଟକଣା ଜାରି କରି ପୋଲିସ ଅଧିକାରୀମାନେ ଡେରା ପକାଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଢେଙ୍କାନାଳ ଏସପି ନିଜେ ମେଳା ପରିଚାଳନା କରୁଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସାଧୁମୟ ଖଣ୍ଡଗିରି, ଲଙ୍କା ଆହୂତିରେ ପ୍ରକମ୍ପିତ ପରିବେଶ

ଅପରପକ୍ଷରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ତଥା ମେଳା ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ପରେ ପରେ ଜନ ସମାଗମ ଅପେକ୍ଷାକୃତ ବଢୁଥିବା ବେଳେ ଝାଡ଼ବତୀର ଆଲୁଅରେ ବେଶ ଆକର୍ଷଣୀୟ ହୋଇପଡୁଛି ମୁଖ୍ୟ ଗାଦି ମନ୍ଦିର । ଗାଦି ମନ୍ଦିର ଚାରି ଦ୍ୱାରରେ ଝାଡ଼ଦୀପରେ ମହଣ ମହଣ ଘୃତହୁତି କରି ଜଗତର କଲ୍ୟାଣ ମନାସୁଛନ୍ତି ମହିମା ସାଧୁ । ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳି ଉଠୁଛି ଗାଦି ମନ୍ଦିର ପରିସର । ଆଉ ସାଧୁ ଓ ସନ୍ୟାସୀଙ୍କ ଭଜନ କୀର୍ତ୍ତନ ସାଙ୍ଗକୁ ଅଲେଖ ମହିମା ଶରଣ ଧ୍ୱନୀରେ ପ୍ରକମ୍ପିତ ହୋଇଉଠୁଛି ସମଗ୍ର ମହିମାଗାଦି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 23, 2024, 8:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.