ETV Bharat / state

ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day

author img

By ETV Bharat Odisha Team

Published : Aug 12, 2024, 10:02 PM IST

World Elephant Day: ବିଶ୍ୱ ହାତୀ ଦିବସ । ହାତୀ ପାଇଁ ଦିନଟିଏ । ହାତୀ ଚଲାପଥରେ ସାଜୁଛି ଅନେକ ବାଧକ । ଏନେଇ କ'ଣ କହୁଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ । ଅଧିକ ପଢ଼ନ୍ତୁ

World Elephant Day
World Elephant Day (ETV Bharat Odisha)

ଭୁବନେଶ୍ବର: ଆଜି ବିଶ୍ୱ ହାତୀ ଦିବସ । ହାତୀ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ଭଳି ଆଜି ମଧ୍ୟ ନନ୍ଦନକାନନରେ ପାଳିତ ହୋଇଛି ବିଶ୍ଵ ହାତୀ ଦିବସ । ହାତୀ ଏଲକ୍ଲୋଜରରେ ହାତୀମାନଙ୍କୁ ତରଭୁଜ, ନଡ଼ିଆ, କଦଳୀ ଓ ଆଖୁ ଭଳି ସୁସ୍ବାଦୁ ଖାଦ୍ୟ ଖାଇବାକୁ ଦିଆଯାଇଛି । ପିସିସିଏଫ ଦେବୀଦତ୍ତ ବିଶ୍ବାଳ ହାତୀଙ୍କୁ ନିଜ ହାତରେ ଖୁଆଇଦେବା ସହ ମାହୁନ୍ତମାନଙ୍କୁ ସମ୍ମାନିତ କରିଛନ୍ତି ।

World Elephant Day (ETV Bharat Odisha)
ହାତୀ କରିଡ଼ର: ହାତୀ ଦିବସ ଅବସରରେ ପିସିସିଏଫ ଦେବୀଦତ୍ତ ବିଶ୍ବାଳ କହିଛନ୍ତି, "ରାଜ୍ୟରେ ଦିନକୁ ଦିନ ହାତୀ କରିଡ଼ର ବଦଳୁଛି । କିଛି ବର୍ଷ ପରେ କରିଡ଼ର ପରିବର୍ତ୍ତନ ହେଉଛି । ୧୦ ବର୍ଷା ତଳେ ଯେଉଁ ହାତୀ କରିଡର ଥିଲା, ବିଗତ ୪ରୁ ୫ ବର୍ଷ ହେବ ତାହା ଆଉ କାମରେ ଆସୁନି । ଯାହା ବିଶେଷ ଭାବରେ ହାତୀ ଯିବା ଆସିବା ଉପରେ କରିଡ଼ର ନିର୍ଭର କରେ । ନିର୍ଦ୍ଦିଷ୍ଟ ଗୋଟିଏ କରିଡ଼ର ବୋଲି କିଛି ନଥାଏ ।" ହାତୀ ଶିକାରକୁ ରୋକିବା ପାଇଁ ପଦକ୍ଷେପ:

ପିସିସିଏଫ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଆହିରି କହିଛନ୍ତି, "ରାଜ୍ୟରେ ଦିନକୁ ଦିନ ହାତୀଙ୍କ ଶିକାର ବଢିବାରେ ଲାଗିଛି । ଶିକାରୀମାନେ ଏତେ ବଡ଼ ଐତିହ୍ୟ ପ୍ରାଣୀକୁ ମାରି ମୂଲ୍ୟବାନ ଦାନ୍ତକୁ ଚୋରା ଚାଳନା କରୁଛନ୍ତି । ତେବେ ଏହି ଶିକାରକୁ ରୋକିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି । ଜଙ୍ଗଲରେ ଥର୍ମାଲ କ୍ୟାମେରା ବ୍ୟବହାର କରିବାକୁ ଯାଉଛି ବନ ବିଭାଗ । ଏପରିକି ଅନେକ ଜଙ୍ଗଲରେ ଟ୍ରାଏଲ ଭାବରେ କ୍ୟାମେରା ଲଗାଯାଇଛି । ଏହାସହ ଉଭୟ ଶିକାରୀ ଓ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ କଡା ନଜର ରହିବ । ଯାହାଫଳରେ ସହଜରେ ଠାବ କରିହେବ । ଏହି କ୍ୟାମେରା ଫୋଟ ଆସିବା ମାତ୍ରେ ଆଖପାଖ ଅଞ୍ଚଳ ଲୋକଙ୍କୁ ଆଗୁଆ ଏସଏମଏସ ମାଧ୍ୟମରେ ସତର୍କ ସୂଚନା ଦିଆଯାଇପାରିବ ।"

ହାତୀ ମଣିଷ ଲଢେଇରେ ସଚେତନତା ଆବଶ୍ୟକ:

"ମଣିଷକୁ ଭଗବାନ ପ୍ରଚୁର ବୁଦ୍ଧି ଦେଇଛନ୍ତି । ଯେତେବେଳେ ହାତୀ ଜନବସତୀ ମୁହାଁ ହେଉଛନ୍ତି ସେହି ସମୟରେ ଆମକୁ ବନ ବିଭାଗକୁ ସହଯୋଗ କରିବା ଆବଶ୍ୟକ । ମଣିଷ ଓ ହାତୀ ଆମନା ସାମ୍ନା ହେବା ଅନେକ ସମୟରେ ଉଭୟଙ୍କ ମୃତ୍ୟୁ ହେବାର ନଜିର ରହିଛି । ବିଶେଷ କରି ବଣୁଆ ହାତୀକୁ ଟେକା ପଥର ନ ମାରିବା, ହଇରାଣ ନ କରିବା, ଜଙ୍ଗଲୀ ହାତୀଙ୍କ ସମ୍ମୁଖରେ ସେଲ୍ଫି ନ ନେବା ତାହାଲେ କିଛି ଅସୁବିଧା ନାହିଁ । ଏପରିକି ହାତୀଙ୍କୁ ଦେଖି ଲୋକମାନେ ଚିତ୍କାର କରିବା ସହ ହାତୀଙ୍କୁ ଘଉଡାଇବା ଭଳି ପରିସ୍ଥିତି ସୃଷ୍ଟି କଲେ ହାତୀ ଓ ମଣିଷଙ୍କ ମଧ୍ୟରେ ସମସ୍ୟା ହେବାର ସମ୍ଭାବନା ରହିଛି"

ହାତୀ ଚଲାପଥରେ ସାଜୁଛି ଅନେକ ବାଧକ:

"ହାତୀର କରିଡ଼ର ଦୀର୍ଘସ୍ଥାୟୀତ୍ବ ନ ଥାଏ । ଗୋଟିଏ ହାତୀ କରିଡ଼ର ୨ ବର୍ଷ କି ୩ ବର୍ଷ ବା ୧୦ ବର୍ଷ ଵି ହୋଇପାରେ । ହାତୀ ଯେଉଁ ବାଟ ଦେଇ ଯିବା ଆସିବା କରେ ତାକୁ ଯେପରେ କୌଣସି ଅସୁବିଧା ନ ହୁଏ ତାହା ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଯେପରି ହାତୀଙ୍କ ଚଲାବାଟରେ ରେଳ ଲାଇନ ଆସିବା, କିଛି ଇଣ୍ଡଷ୍ଟ୍ରି ବା କିଛି ଅତ୍ୟାଧୁନିକ ମେସିନ ଦ୍ବାରା କାର୍ଯ୍ୟ କରାଯାଉଥିଲେ ହାତୀ ସେହି ଚଲାପଥକୁ ବଦଲାଇ ଦେଇଥାନ୍ତି ।"

ରାଜ୍ୟରେ କେତେଟା ହାତୀ କରିଡ଼ର ରହିଛି କହିବା ଅସମ୍ଭବ:

"ହାତୀ କରିଡର ପ୍ରତ୍ୟେକ ବର୍ଷ ମ୍ୟାପିଂ କଲେ କେତୋଟି କରିଡ଼ର ରହିଛି ଜଣାପଡିବ । କିଛି ବର୍ଷ ତଳେ ୪ଟି ନୂଆ ହାତୀ କରିଡ଼ର କରାଯାଇଥିଲା । ବର୍ତ୍ତମାନ ସମୟରେ ଏହା ବୃଦ୍ଧି ପାଇବ କି କମିବ ତାହା ବର୍ତ୍ତମାନ ସମୟରେ କହିବା ସମ୍ଭବ ନାହିଁ । ପୂର୍ବରୁ କେନ୍ଦ୍ର ସରକାର ଏନଜିଟିକୁ ୧୪ଟି ହାତୀ କରିଡ଼ର ରାଜ୍ୟରେ ଥିବା ସୂଚନା ଦିଆଯାଇଥିଲା"

ନନ୍ଦନକାନନରେ ହାତୀଙ୍କ ପାଇଁ ଦିନଟିଏ:

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ସନତ କୁମାର କହିଛନ୍ତି, "ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ହାତୀ ଏଲକ୍ଲୋଜରରେ ୨ ହାତୀ ବାସନ୍ତୀ ଓ ହୀରା ସହ ୩ ହାତୀ ଛୁଆ ଅଭି, ଆଶା ଓ ନିଶାଙ୍କୁ ତରଭୁଜ, ଆଖୁ, ନଡ଼ିଆ, କଦଳୀ, ମକା ଓ ସେଓ ଭଳି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦିଆଯାଇଛି । ପିସିସିଏଫ ତଥା ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ହାତୀଙ୍କୁ ନିଜ ହାତରେ ଖୁଆଇଦେବା ସହ ମାହୁନ୍ତମାନଙ୍କୁ ସମ୍ମାନିତ କରିଛନ୍ତି । ଏପଟେ ଏହି ତିନି ହାତୀ ଛୁଆ ଏତେ ସାରା ଖାଦ୍ୟ ଫଳ ମୂଳ ଦେଖି ଖୁସି ହୋଇପଡ଼ିଥିବା ସହ ଚାରିଆଡେ ବୁଲିଥିଲେ । ମାହୁନ୍ତଙ୍କ କଥା ଶୁଣିନଥିଲେ । ଏ ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହାତୀ ସଚେତନତା ନେଇ ହୋଇଥିବା କ୍ୱିଜ୍ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଛି ।"

ନନ୍ଦନକାନନରେ ହାତୀଙ୍କ ଏନକ୍ଲୋଜର ଉପଗ୍ରେଡ଼:

"ନନ୍ଦନକାନନରେ ବର୍ତ୍ତମାନ 2ଟି ବଡ଼ ହାତୀ ଓ ୩ଟି ଛୋଟ ହାତୀ ରହିଛନ୍ତି । ଚେନ୍ନାଇରୁ ଏକ ହାତୀ ମଧ୍ୟ ଆସିଛି । ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏପରିକି ଆହୁରି ହାତୀଙ୍କ ପାଇଁ ଏନକ୍ଲୋଜର ବୃଦ୍ଧି କରାଯିବ । ହାତୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ।"

3 ଛୁଆ ହାତୀ ପାଲଟିଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ:

ଆଜି ହାତୀ ଦିବସ ଉପଲକ୍ଷେ ସମସ୍ତ ହାତୀଙ୍କୁ ପର୍ଯ୍ୟଟକଙ୍କ ନିକଟକୁ ଅଣାଯାଇଥିଲା । ସେଠାରେ ପ୍ରଚୁର ପରିମାଣରେ ଫଳମୂଳ ସମେତ ହାତୀଙ୍କ ମନ ପସନ୍ଦର ଫଳ ରହିଥିଲା । ଫଳ ସବୁ ଦେଖି ଛୋଟ ହାତୀ ମନ ଖୁସୀରେ ଖେଳୁଥିଲେ । ତଳେ ଗାଡ଼ି ଯାଉଥିଲେ । ଏପରିକି ମାହୁନ୍ତଙ୍କ କଥା ମାନି ନଥିଲେ । ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ 3 ଛୋଟ ହାତୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.