ETV Bharat / state

ବାଘ ଆଣିବା ପାଇଁ ଅଣ୍ଟା ଭିଡୁଛି ବନବିଭାଗ, ଅଭୟାରଣ୍ୟରେ ଚାରଣ ଭୂମି ଉନ୍ନତି ପାଇଁ ପ୍ରଶିକ୍ଷଣ - Satkosia tiger reserve

Workshop on grassland management for Satkosia wildlife division: ସାତକୋଶିଆରେ ଘାସ ଜମି ପୁନରୁଦ୍ଧାର ଓ ଏହାର ଉନ୍ନତି ସମ୍ପର୍କରେ ଏକ ଜାତୀୟ ସ୍ତରର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Satkosia wildlife division
Satkosia wildlife division
author img

By ETV Bharat Odisha Team

Published : Mar 17, 2024, 5:52 PM IST

Satkosia wildlife division

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରେ ହେବ ଚାରଣ ଭୂମିର ଉନ୍ନତିକରଣ । ବଢିବ ଗ୍ରାସଲ୍ୟାଣ୍ଡ । କିଭଳି ଅଧିକରୁ ଅଧିକ ଘାସ କ୍ଷେତ୍ର ପ୍ରସ୍ତୁତ ହେବ ସେଥିପାଇଁ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ । ବାହାର ରାଜ୍ୟରୁ ଚାରଣ ଭୂମିର ଉନ୍ନତିକରଣ ପାଇଁ କିଭଳି ପଦକ୍ଷେପ ନେଇ ହେବ ସେ ନେଇ ବିଭାଗୀୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛି ବନବିଭାଗ । ଏନେଇ ଅନୁଗୋଳରେ 2 ଦିନିଆ ଜାତୀୟ ସ୍ତରୀୟ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି ।

ସାତକୋଶିଆରେ ଘାସ ଜମି ପୁନରୁଦ୍ଧାର ଓ ଏହାର ଉନ୍ନତି ସମ୍ପର୍କରେ ଏକ ଜାତୀୟ ସ୍ତରର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ମହାରାଷ୍ଟ୍ରର ବିଶେଷଜ୍ଞ ଡ଼.ମୁରତ କର ଯୋଗ ଦେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଘାସ ଜମିର ଆବଶ୍ୟକତା ନେଇ ଆଲୋକପାତ କରିବା ସହ କିଭଳି ଘାସ ଜମିର ଉନ୍ନତି କରାଯାଇ ପାରିବ ସେନେଇ ପରାମର୍ଶ ଦେଇଥିଲେ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ନିହାତି ଆବଶ୍ୟକ ଓ ସେଥିପାଇଁ ସେମାନଙ୍କୁ ପ୍ରଚୁର ଖାଦ୍ୟ ଦରକାର ବୋଲି କହିଛନ୍ତି ବିଶେଷଜ୍ଞ ମୁରତ କର । ସେ ଆଉ ମଧ୍ୟ କହିଛନ୍ତି ଯେ, ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ନ ବଢ଼ିଲେ ବାଘ ବଞ୍ଚିବା କଷ୍ଟକର ଅଟେ । ଆଉମଧ୍ୟ ଖାଦ୍ୟ ଶୃଙ୍ଖଳା ମଧ୍ୟ ରହିବ ନାହିଁ । ତେଣୁ ସବୁ ଅଭୟାରଣ୍ୟରେ ଘାସ ଜମିର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।

ଏହାମଧ୍ୟ ପଢନ୍ତୁ.. ଶିମିଳିପାଳରେ ପୁଣି ସକ୍ରିୟ ଶିକାରୀ: ୨୩ଟି ଦେଶୀ ବନ୍ଧୁକ ଜବତ, ୮ ଗିରଫ

ଏହି କର୍ମଶାଳାରେ ବନ୍ୟପ୍ରାଣୀ ମୁଖ୍ୟ ବନ ସଂରକ୍ଷକ ଡ଼.ମନୋଜ ଭି ନୟାର, ଶିମିଳିପାଳ ଫିଲ୍ଡ଼ ଡାଇରେକ୍ଟର ଡ଼.ପ୍ରକାଶ ଗୁଗେନି, ଡେପୁଟି ଡାଇରେକ୍ଟର ଡ଼.ସମ୍ରାଟ ଗୌଡ଼, ସାତକୋଶିଆ ଫିଲଡ଼ ଡାଇରେକ୍ଟର ସୁଧାଂଶୁ ଖୋରା ଏବଂ ସାତକୋଶିଆ ଡିଏଫଓ ସରୋଜ ପଣ୍ଡାଙ୍କ ସମେତ କେନ୍ଦୁଝର, ଦେବରିଗଡ଼, ମହାନଦୀ ଆଦି ରାଜ୍ୟର ଅଧିକାଂଶ ବନଖଣ୍ଡର ଡିଏଫଓ, ଏସିଏଫ, ରେଞ୍ଜ ଅଫିସର ଓ ଫରେଷ୍ଟର ମାନେ ଯୋଗ ଦେଇଥିଲେ ।

ଆଗାମୀ ଦିନରେ ଅଭୟାରଣ୍ୟ ପାଇଁ ପୁଣି ଥରେ ବାଘ ଆଣିବାର ପ୍ରଚେଷ୍ଟା ଆରମ୍ଭ କରିଛି ବନ ବିଭାଗ । ଯେଉଁଥିପାଇଁ ଏଭଳି କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଘାସ କ୍ଷେତ ବା ତୃଣ ଭୋଜିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କଲେ ସେମାନଙ୍କ ସଂଖ୍ୟା ବଢିବ ଓ ପରବର୍ତ୍ତୀ ସମୟରେ ବ୍ୟାଘ୍ର ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ କରାଯିବା ନେଇ ଯୋଜନା ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.