ETV Bharat / state

ରଥଯାତ୍ରା 2025: ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କର ଆଜ୍ଞାମାଳ- Ratha yatra - RATHA YATRA 2025

ଶ୍ରୀମନ୍ଦିର ପ୍ରତିନିଧି ଟିମକୁ ସ୍ବାଗତ ସହ ଆଜ୍ଞାମାଳ ଗ୍ରହଣ କଲେ ‘ଡିଏଫଓ’ । ପରମ୍ପରା ଅନୁସାରେ ଆରମ୍ଭ ହେବ କାଠ କଟା । ଏଥର ଆବଶ୍ୟକ ୮୬୫ ଖଣ୍ଡ ।

ରଥଯାତ୍ରା 2025: ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କର ଆଜ୍ଞାମାଳ- Ratha yatra
ରଥଯାତ୍ରା 2025: ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କର ଆଜ୍ଞାମାଳ- Ratha yatra (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ନୟାଗଡ: ଆସନ୍ତାବର୍ଷ (୨୦୨୫) ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । କାଠ ସଂଗ୍ରହ ପାଇଁ ଶ୍ରୀମନ୍ଦିରରୁ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ପୁରୀରୁ ଯାଇଥିବା ଟିମ୍‌ ସ୍ଥାନୀୟ ‘ଡିଏଫଓ’ଙ୍କୁ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରିଛନ୍ତି । ଜିଲ୍ଲା ବନ ବିଭାଗ ଏବେଠାରୁ କାଠ ଚିହ୍ନଟ ଓ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବ । ସରସ୍ବତୀ ପୂଜା ପୂର୍ବରୁ ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚାଯିବ ବୋଲି ‘ଡିଏଫଓ’ କ୍ଷମା ଷଡଙ୍ଗୀ କହିଛନ୍ତି । ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ରଥକାଠ ଅନୁକୂଳ ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆରମ୍ଭ ହୁଏ । ଏହା ପୂର୍ବରୁ ଆବଶ୍ୟକତା ଅନୁସାରେ ନୟାଗଡ ଜିଲ୍ଲାର ଦଶପଲ୍ଲା ଓ ପାର୍ଶ୍ବବର୍ତ୍ତୀ ଜଙ୍ଗଲରୁ ପୁରୀକୁ କାଠ ଯୋଗାଯାଏ ।

  • ଶ୍ରୀମନ୍ଦିର ପ୍ରତିନିଧି ଟିମକୁ ସ୍ବାଗତ କଲେ ‘ଡିଏଫଓ’

ଗତକାଲି (ସୋମବାର) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡମୂଳସ୍ଥିତ ବଡରାଉଳ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ରାକେଶ ରାୟ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ, ମହାର୍ଘ ନେଇ ନୟାଗଡ଼ ଅଭିମୁଖେ ବାହାରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଗତକାଲି (ସୋମବାର) ସଂଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଆଜ୍ଞାମାଳ ପ୍ରଦାନ କରିଛନ୍ତି ।

ରଥଯାତ୍ରା 2025: ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କର ଆଜ୍ଞାମାଳ (ETV Bharat Odisha)
ରଥଯାତ୍ରା 2025: ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କର ଆଜ୍ଞାମାଳ

ଏହା ମଧ୍ୟ ପଢନ୍ତୁ:- ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ରଥକାଠ ଚିହ୍ନଟ ପାଇଁ ପୁରୀରୁ ଗଲେ ଟିମ୍ - RATH YATRA PREPARATION

ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ - Sabara Shrikhetra Koraput

ଏହା ବି ପଢନ୍ତୁ...ଘୋଷଯାତ୍ରା ପ୍ରସ୍ତୁତି, ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ - Rath Yatra 2024

ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଏହି ୪ଜଣିଆ ଦଳକୁ ସ୍ଵାଗତ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସିଥିବା ଏହି ଟିମ୍‌ ସୋମବାର ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାତ୍ରିଯାପନ କରିବା ପରେ ଆଜି ମଙ୍ଗଳବାର ସକାଳୁ ବଡ଼ମୂଳ ଅଭିମୁଖେ ଗସ୍ତ କରିଛନ୍ତି । ପ୍ରଥମେ ବେଠିଆସାହି ଦଧିବାମନ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ରଥ କାଠ କଟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

  • ଏବର୍ଷ ଆବଶ୍ୟକ ୮୬୫ ଖଣ୍ଡ କାଠ

ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ରହିଥ‌ିବା ବେଳେ ଗତ ବର୍ଷର ୫୧ ଖଣ୍ଡ ରଥକାଠ ରଥଖଳାରେ ଗଛିତ ରହିଛି । ରଥ କାଠ କଟାଯିବା ପରେ ଜାନୁଆରୀ ମାସ ଶେଷ ସପ୍ତାହ ସୁଦ୍ଧା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଇବ ବୋଲି ଜଣାପଡ଼ିଛି । ବହୁ ପୂର୍ବରୁ ନୟାଗଡ ଜଙ୍ଗଲରୁ ସଂଗୃହିତ କାଠରୁ ମହାପ୍ରଭୁଙ୍କ ରଥ ନିର୍ମାଣ କରାଯାଇ ଆସୁଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.