ETV Bharat / state

ବିଭିନ୍ନ ଜିଲ୍ଲାରେ ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା - Savitri Brata Rituals Celebration

author img

By ETV Bharat Odisha Team

Published : Jun 6, 2024, 4:35 PM IST

Savitri Brata Rituals Celebration: ଆଜି ପବିତ୍ର ସାବିତ୍ରୀ ବ୍ରତ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା । ଏହି ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ସଧବା ମହିଳାମାନେ । ଅଧିକ ପଢନ୍ତୁ

ବିଭିନ୍ନ ଜିଲ୍ଲାରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା
ବିଭିନ୍ନ ଜିଲ୍ଲାରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ, ସ୍ୱାମୀଙ୍କ ଦୀର୍ଘାୟୁ ମନାସିଲେ ସଧବା (ETV Bharat Odisha)

ଭୁବନେଶ୍ୱର/ଭବାନୀପାଟଣା/ବୌଦ୍ଧ: ଆଜି ପବିତ୍ର ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହ ମଙ୍ଗଳମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ପୁରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଆଜି ମହିଳାଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ ।

ଭୁବନେଶ୍ୱରରେ ସାବିତ୍ରୀ ବ୍ରତ ପାଳନ

ରାଜଧାନୀର ବିଭିନ୍ନ ମନ୍ଦିରରେ ବ୍ରତଧାରୀଙ୍କ ଭିଡ ଲାଗିଥିବା ବେଳେ ୟୁନିଟ ୯ ସ୍ଥିତ ସାବିତ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ପୁରାଣରେ ଅଛି, ସାବିତ୍ରୀ ଯମ ରାଜଙ୍କ ଠାରୁ ନିଜ ନିଷ୍ଠା ଓ ଭକ୍ତି ବଳରେ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ଆଉ ଏହି ବିଶ୍ୱାସକୁ ନେଇ ପ୍ରତି ଓଡ଼ିଆ ଘରେ ଏହି ବ୍ରତକୁ ସଧବା ସ୍ତ୍ରୀମାନେ ଏକ ପବିତ୍ର ବ୍ରତ କରିଆସିଛନ୍ତି । ଏହି ଅବସରରେ ନୂଆ ଶାଢ଼ୀ, ସିନ୍ଦୁର, ଶଙ୍ଖ, ଫଳ ଓ ପୂଜାସାମଗ୍ରୀ ହାତରେ ଧରି ସାବିତ୍ରୀ ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି ରାଜଧାନୀର ମହିଳା ।

କଳାହାଣ୍ଡିରେ ସାବିତ୍ରୀ ବ୍ରତ ପାଳନ

ଆଜି ସାବିତ୍ରୀ ବ୍ରତ । ପ୍ରତ୍ୟେକଟି ଓଡ଼ିଆଣୀଙ୍କ ପାଇଁ ଉତ୍ସବର ଦିନ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀ । ସାବିତ୍ରୀ ଅମାବାସ୍ୟା ପାଳନ କରିବା ପାଇଁ ଆଜି ସମସ୍ତ ମନ୍ଦିରରେ ଓ ଘରେ ଘରେ ଭିଡ଼ ଦେଖିବାକୁ ମିଳିଛି । ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ସ୍ବାମୀ ଓ ପରିବାରର ମଙ୍ଗଳ କାମନା କରି ବ୍ରତ ପାଳନ କରିଛନ୍ତି ମହିଳା ମାନେ ।

ବୌଦ୍ଧରେ ସାବିତ୍ରୀ ବ୍ରତ ପାଳନ

ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ବୌଦ୍ଧ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ସଧବା ନାରୀମାନେ ନିଜ ସ୍ବାମୀଙ୍କ ମଙ୍ଗଳ କାମନା ତଥା ଦୀର୍ଘାୟୁ କାମନା କରି ବର ପିପ୍ପଳ ବୃକ୍ଷରେ ବ୍ରତ ବାନ୍ଧି ଉପବାସ ବ୍ରତ ପାଳନ କରିଛନ୍ତି । ବୌଦ୍ଧ ଜିଲ୍ଲା ଜେଲ ପରିସରରେ ଥିବା ମହିଳା ଅନ୍ତେବାସୀଙ୍କ ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ରତ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ସ୍ବାମୀଙ୍କ ପାଇଁ ବ୍ରତ ପାଳନ କରାଯାଇଛି । ସେହିପରି ବୌଦ୍ଧ ସହର ସମେତ ହରଭଙ୍ଗା,ଚାରିଛକ, ପୁରୁଣା କଟକ, ବୀରନରସିଂହପୁର, ବଘିଆପଡା,ଶଗଡା, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ,ଘଣ୍ଟାପଡା ଭଳି ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀଙ୍କ ପୀଠରେ ସଧବା ନାରୀମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ ସଧବା ନାରୀ

ଭୁବନେଶ୍ୱର, କଳାହାଣ୍ଡି, ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.