ETV Bharat / state

ପାଣି ସମସ୍ୟାରେ ଯୁଝି ହେଉଛି ହିରଲୀ, ଗରା ରଖି ମହିଳାଙ୍କ ରାସ୍ତାରୋକ - Hirli village Water problem - HIRLI VILLAGE WATER PROBLEM

Water problem in Hirli village: ଦୀର୍ଘ ୩୦ ବର୍ଷ ହେଲା ପାନୀୟ ଜଳ ସମସ୍ୟାରେ ଯୁଝି ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ହିରଲୀ ଗ୍ରାମବାସୀ । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଦାବି ପୂରଣ ନ ହେବାରୁ ଶେଷରେ ରାସ୍ତା ରୋକ କରିଛନ୍ତି ଗ୍ରାମର ମହିଳାମାନେ । ଅଧିକ ପଢନ୍ତୁ

Nabarangpur Water problem
Nabarangpur Water problem (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 3:45 PM IST

Water problem in Hirli village (ETV Bharat Odisha)

ନବରଙ୍ଗପୁର: ପାଣି ପାଇଁ ରାସ୍ତାରୋକ । ଡହଡହ ଖରାକୁ ଉତ୍କଟ ପାନୀୟ ଜଳ ସମସ୍ୟା । ପ୍ରତିବାଦରେ ଗରା, ବାଲଟି, ହାଣ୍ଡି ରଖି ମହିଳାମାନଙ୍କ ରାସ୍ତା ରୋକ୍ । ନବରଙ୍ଗପୁର ସହର ହିରଲୀ ଗ୍ରାମର ମହିଳା ମାନେ ପାଣି ପାଇଁ ଶୁକ୍ରବାର ଦିନ ରାସ୍ତାରୋକ କରିଥିଲେ । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଏଭଳି ଜଳ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି ଲୋକେ । ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ଉପରେ ବସିଥିବା କହିଛନ୍ତି ମହିଳାମାନେ ।

ଦୀପ ତଳ ଅନ୍ଧାର ଭଳି ନବରଙ୍ଗପୁର ସହରକୁ ପାଣି ଯୋଗାଉଥିବା ହୀରଲୀ ଡ଼ଙ୍ଗରି ଅଞ୍ଚଳ ହିଁ ପାନୀୟ ଜଳ ସମସ୍ୟାରେ ବୁଡି ରହିଛି । ଗ୍ରାମରେ ତିନି ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଦୁଇଟି ମାତ୍ର ନଳକୂପ ରହିଛି । କିନ୍ତୁ ସେହି ନଳକୂପରୁ ମଧ୍ୟ ଗୋଳିଆ ପାଣି ବାହାରୁଛି । ଯାହାଫଳରେ ଛୋଟ ଛୁଆଙ୍କ ଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ଗୋଳିଆ ପାଣି ପିଇ ରୋଗରେ ପଡୁଛନ୍ତି ।

ଅନ୍ୟପକ୍ଷରେ ଗ୍ରାମର ପାହାଡ଼ ଉପରେ ପାଣି ଟାଙ୍କି କରାଯାଇ ନବରଙ୍ଗପୁର ସହରକୁ ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ପ୍ରତି କାହାରି ନିଘା ନ ଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି କିନ୍ତୁ ପ୍ରତିଥର ସମସ୍ତଙ୍କ ନିକଟରୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳୁଛି କିନ୍ତୁ ତାହାର ସମାଧାନ ହୋଇପାରୁନାହିଁ । ତେଣୁ ସମସ୍ୟାର ସମାଧାନ ନ ହେବା ଯାଏଁ ରାସ୍ତାରୋକରୁ ନ ହଟିବା ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ ।

ଏହାମଧ୍ୟ ପଢନ୍ତୁ.. ଫେଲ ମାରିଛି ବସୁଧା: ପାଣି ଟାଙ୍କି ଅଛି ଟ୍ୟାପ ଲାଗିଛି, ମିଳୁନି ବିଶୁଦ୍ଧ ଜଳ - Basudha Scheme Fails

ଅନ୍ୟପଟେ ଖରା ଦିନରେ ଜଳସ୍ତର ତଳକୁ ଚାଲିଯାଇଥିବାରୁ ନଳକୂପରୁ ଏଭଳି ସମସ୍ୟା ଉପୁଜିଛି ଏବଂ ସମସ୍ୟାର ସମାଧାନ ନେଇ ସ୍ଥାନୀୟ ସରପଞ୍ଚଙ୍କ ସ୍ତରରେ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ପାନୀୟ ଜଳ ବିଭାଗୀୟ ଅଧିକାରୀ କହିଛନ୍ତି । ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ଯାଏଁ ବର୍ତ୍ତମାନ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅଧିକାରୀ । ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.