ETV Bharat / state

ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ମହିଳାଙ୍କ ଗୁହାରୀ, ନୂଆବେତଣ୍ତାରେ ଛାତିଏ ପାଣିରେ ଯାଇଥିଲା ମୃତଦେହ - ପୋଲ ନିର୍ମାଣ ପାଇଁ ଦାବି

Women Demanding Bridge: ନିକଟରେ ନୂଆବେତଣ୍ଡା ଗ୍ରାମରେ ଛାତିଏ ପାଣିରେ ଗ୍ରାମବାସୀ ମୃତଦେହ ନେଉଥିବା ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ନୂଆ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମର ମହିଳା । ଅଧିକ ପଢନ୍ତୁ

ପୋଲ ନିର୍ମାଣ ପାଇଁ ଦାବି
ପୋଲ ନିର୍ମାଣ ପାଇଁ ଦାବି
author img

By ETV Bharat Odisha Team

Published : Feb 5, 2024, 4:36 PM IST

Updated : Feb 5, 2024, 5:20 PM IST

ପୋଲ ନିର୍ମାଣ ପାଇଁ ଦାବି

ନିଆଳି: ଆଜି(ସୋମବାର) କଟକ ଜିଲ୍ଲା ନିଆଳି ବ୍ଳକ ପରିସରରେ ଚାଲିଥିଲା ଜିଲ୍ଲାପାଳଙ୍କ ଜନଶୁଣାଣି । ଏହି ଜନଶୁଣାଣି ଶିବିରରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । କେନାଲ ଉପରେ ବ୍ରିଜ ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ରୋଗୀ କିମ୍ବା ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବାଧା ଉପୁଜୁଛି । ସେହିପରି ବିଦ୍ଯାଳୟକୁ ଯିବାରେ ଛାତ୍ରଛାତ୍ରୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିକଟରେ ଛାତିଏ ପାଣିରେ ଗ୍ରାମବାସୀ ମୃତଦେହ ନେଉଥିବା ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତର ନୂଆବେତଣ୍ତା ଗ୍ରାମର ୨୧ ନମ୍ବର ୱାର୍ଡର ମହିଳାମାନେ ଏନେଇ ଏକ ଅଭିଯୋଗପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

'ଆମକୁ ବ୍ରିଜ ଏବଂ ରାସ୍ତା ଦିଅ' ବୋଲି ଗୁହାରି କରାଯାଇଛି । କଟକ ଜିଲ୍ଲାପାଳ ଭିନେଟ ଭରଦ୍ୱାଜ ଅଭିଯୋଗ ପାଇବା ପରେ ନୂଆବେତଣ୍ତା ଗ୍ରାମର ମହିଳାମାନଙ୍କ ସମସ୍ତ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସୂଚନା ଅନୁସାରେ, ଗତ ୧ ତାରିଖ ଦିନ ନୂଆବେତଣ୍ତା ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ଯୁ ପରେ ଛାତିଏ ପାଣିରେ ମୃତଦେହକୁ କାନ୍ଧରେ ନେଇ କେନାଲ ପାର ହେବା ଘଟଣା ନଜରକୁ ଆସିଥିଲା । ଏନେଇ ଖବର ପ୍ରସାରଣ ମଧ୍ୟ ହୋଇଥିଲା। ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାପରେ ନିଆଳି ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ବ୍ରିଜ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବର୍ଷ ବର୍ଷ ଧରି ନୂଆବେତଣ୍ତା ଗ୍ରାମବାସୀଙ୍କ ସମସ୍ୟା ସମାଧାନ ହେଉନଥିବା ଯୋଗୁଁ ନିକଟରେ ଥିବା କାକଟପୁର ବ୍ରାଞ୍ଚ କେନାଲ ପାର ହେବା ପାଇଁ ଛାତିଏ ପାଣିରେ ପଶିବାକୁ ପଡିଥାଏ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହା ବି ପଢନ୍ତୁ...ଛାତିଏ ପାଣିରେ ଶ୍ମଶାନ ଗଲା ମୃତଦେହ: ଖବର ବାଜିଲା, ପ୍ରଶାସନ ନିଦରୁ ଉଠିଲା

କେବଳ ଗୋଟିଏ ମୃତଦେହ ନୁହେଁ, ପୂର୍ବରୁ ଅନେକ ମୃତଦେହକୁ କେନାଲ ପାଣିରେ ପାର କରି ନେବାକୁ ପଡିଥାଏ ବୋଲି ଅଭିଯୋଗ ଆଣିଛନ୍ତି ନୂଆବେତଣ୍ତା ଗ୍ରାମବାସୀ । ଏପରିକି ରୋଗୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ କେନାଲ ପାର ହେଉଛନ୍ତି। ପାଖରେ ଏକ ଭଙ୍ଗା ଦଦରା ବାଉଁଶ ବ୍ରିଜ ରହିଛି, ଯାହାର ଅବସ୍ଥା ଭଲ ନଥିବାରୁ ଯାତାୟାତ ସମ୍ଭବ ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଆଜି ନୂଆ ବେତଣ୍ତା ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଅଭିଯୋଗ କରିବା ସହ ବ୍ରିଜ ଏବଂ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳ ଏହି ଅଭିଯୋଗ ସମ୍ପର୍କରେ କହିଛନ୍ତି, "ଲୋକଙ୍କ ଯିବା ଆସିବା ପାଇଁ ଯାହା ସମ୍ଭବ ଖୁବଶୀଘ୍ର ତା'ର ବ୍ୟବସ୍ଥା କରାଯିବ। ଘଟଣାର ତଦନ୍ତ କରାଯିବ ଏବଂ କେତେ ଟଙ୍କା ଖର୍ଚ୍ଚ କରାଯିବ ସେନେଇ ଆଲୋଚନା ପରେ ପଦକ୍ଷେପ ନିଆଯିବ।‌"

ଇଟିଭି ଭାରତ, ନିଆଳି

Last Updated : Feb 5, 2024, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.