ETV Bharat / state

ସହିପାରିଲେନି ବିରହ ! ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ - Woman Attempts To Kill Herself

author img

By ETV Bharat Odisha Team

Published : Jul 11, 2024, 10:31 PM IST

Woman Attempts To Kill Herself: ପ୍ରେମିକର ଜୀବନ ଯିବା ପରେ ମହାନଦୀକୁ ଡେଇଁ ପଡିଲେ ଯୁବତୀ । ବିରହ ସହିନପାରି ସେ ଏପରି କରିଥିବା କହିଛନ୍ତି ଗ୍ରାମବାସୀ । ପୂରା ଖବର ପଢନ୍ତୁ

Woman Attempts To Kill Herself
Woman Attempts To Kill Herself (ETV Bharat Odisha)

ଜଗତସିଂହପୁର: ବିରହ ବେଦନା ସହିନପାରି ଜୀବନ ହାରିବାକୁ ଉଦ୍ୟମ କଲେ ଯୁବତୀ । ମହାନଦୀକୁ ଡେଇଁ ଯୁବତୀ ନିଖୋଜ ଥିବା ଜଣାପଡିଛି । ଜଗତସିଂହପୁର ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ତିର୍ତ୍ତୋଲ ଥାନା ଅଧୀନ ତାରତୋଲ ନିକଟ ବ୍ରିଜ ଉପରୁ ଯୁବତୀ ଜଣଙ୍କ ଡେଇଁ ପଡିଥିବାବେଳେ ତାଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ତିର୍ତ୍ତୋଲ ଅଗ୍ନିଶମ ବିଭାଗର ୬ ଜଣିଆ ଟିମ ବୋଟ ସାହାଯ୍ୟରେ ଖୋଜାଖୋଜି କରୁଥିବାବେଳେ ଯୁବତୀଙ୍କ ସନ୍ଧାନ ମିଳିପାରିନାହିଁ । ଯୁବତୀ ଜଣକ ନଦୀକୁ ଡେଇଁବାର କାରଣ ମଧ୍ୟ ଅସ୍ପଷ୍ଟ ଥିବାବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାରତୋଳ ନିକଟରେ ଜଣେ ଯୁବତୀ ମହାନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜାଣିବାକୁ ମିଳିଥିଲା । ତେବେ ମହାନଦୀକୁ ଡେଇଁ ପଡିବା ପରେ ସେ ନିଖୋଜ ଅଛନ୍ତି । ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା କଥା ଯେ, ସମ୍ପୃକ୍ତ ଯୁବତୀ ଜଣଙ୍କ ଚାରତୋଳ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଗତକାଲି (ବୁଧବାର) ପ୍ରେମିକ ଜଣଙ୍କ କୌଣସି କାରଣକୁ ନେଇ ଜୀବନ ହାରିଥିବା ଜଣାପଡିଥିଲା । ଫଳରେ ପ୍ରେମିକର ବିରହକୁ ନେଇ ଯୁବତୀ ଜଣଙ୍କ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଆଉ ଆଜି ଯୁବତୀ ଜଣଙ୍କ ନଦୀକୁ ଡେଇଁ ନିଖୋଜ ହେବା ଘଟଣା ସାମନାକୁ ଆସିଛି ।

ଏହା ବି ପଢନ୍ତୁ...ଭାଙ୍ଗିଗଲା ବାହାଘର, ଶେଷ ରଜରେ ଜୀବନ ହାରିଲେ ଯୁବତୀ - Young Woman Died

ଏହା ବି ପଢନ୍ତୁ...ଅଡୁଆ କଲା ପ୍ରେମିକାର ସାନ ଭଉଣୀ, ଗାଡି ଧକ୍କା କରି ହତ୍ୟା ଉଦ୍ୟମରେ ପ୍ରେମିକ ଗିରଫ - Attempt To Murder

ଏହା ବି ପଢନ୍ତୁ...ପୁଅ ବାହାଘର ଦେଖିପାରିଲେନି ବାପା, ମାଡିଗଲା ବରଯାତ୍ରୀ ଗାଡି

ଆଜି ଯୁବତୀ ଜଣଙ୍କ ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡିଥିବା ଜଣାପଡ଼ିଛି । ପ୍ରେମିକର ବିଚ୍ଛେଦ ସହିନପାରି ସେ ଏପରି କରିଥିବା ଚର୍ଚ୍ଚା ହେଉଛି । ଯୁବକ ଜଣଙ୍କର ମୃତ୍ୟୁର ଠିକ ଦିନକ ପରେ ତାଙ୍କ ପ୍ରେମିକା ମହାନଦୀକୁ ଡେଇଁବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ବିରହ ସହିନପାରି ସେ ଏପରି କରିଥିବା ଗ୍ରାମବାସୀମାନେ କହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପକ୍ଷରୁ ନିଖୋଜ ଯୁବତୀଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଜାରି ରହିଛି । ଅପରାହ୍ନ ୪ଟା ସୁଦ୍ଧା ଯୁବତୀଙ୍କ ପତ୍ତା ମିଳିପାରିନଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ତଦନ୍ତ ପରେ ଘଟଣା ପଛର ସତ ଜଣାପଡ଼ିବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.