ETV Bharat / state

ଭାଇବୋହୂକୁ ଦୁଷ୍କର୍ମ, ଲୋକଲଜ୍ଜ୍ୟା ସହି ନ ପାରି ମହିଳା ଜୀବନ ହାରିଥିବା ଅଭିଯୋଗ - Woman Raped By Brother In Law

Woman Allegedly Committed Suicide After Being Raped: ଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର । ଲୋକଲଜ୍ଜ୍ୟା ସହି ନ ପାରି ଭାଇବୋହୂ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 21, 2024, 7:14 PM IST

Etv Bharat
Etv Bharat (Etv Bharat)

ଭବାନୀପାଟଣା: କ୍ଷଣିକ ସୁଖ ପାଇଁ ସମ୍ପର୍କ ଭୁଲିଗଲା ଦେଢଶୁର । ହଜିଗଲା ମଣିଷ ପଣିଆ । ଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର । ସେପଟେ ଦୁଷ୍କର୍ମର ଶିକାର ହେବା ପରେ ଲୋକଲଜ୍ଜ୍ୟା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି ଭାଇ ବୋହୁ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଦେଢଶୁର ଫେରାର ଅଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସ୍ବାମୀ ରାଜ୍ୟ ବାହାରେ ରହି କାମ କରୁଥିଲେ । ସ୍ବାମୀ ବାହାରେ ଥିବାବେଳେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ଗତ ଦୁଇ ଦିନ ତଳେ ମହିଳାଙ୍କ ସ୍ବାମୀଙ୍କ ଜଣେ ସମ୍ପର୍କୀୟ ବଡ଼ ଭାଇ ଅରୁଣ ମାଝୀ ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ହାତଗୋଡ ବାନ୍ଧି ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହାପରେ ମହିଳା ଜଣଙ୍କ ନିଜ ବାପା ଘରକୁ ଚାଲିଯାଇ ସେଠାରେ ନିଜ ପରିବାର ଓ ନିଜ ସ୍ଵାମୀଙ୍କୁ ସବୁକଥା ଜଣାଇଥିଲେ । ପରେ ରାଜ୍ୟ ବାହାରକୁ ଯାଇଥିବା ସ୍ଵାମୀ ଫେରି ଆସି ଗତକାଲି (ସୋମବାର) ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନବବିବାହିତାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ - Newly Wed Woman Death In Mayurbhanj

ଏହା ମଧ୍ୟ ପଢ଼ନ୍ତୁ...ଚଳନ୍ତା ଟ୍ରେନ ଭିତରେ ମହିଳାଙ୍କୁ ଦୁଷ୍କର୍ମ, ମାମଲା ରୁଜୁ - Woman Raped Onboard Express Train

ସେପଟେ ଥାନାରେ ଅଭିଯୋଗ ହେବା ପରେ ମହିଳା ଜଣଙ୍କ ନିଜ ମାଆଙ୍କ ସହ ଗାଁକୁ ଫେରିଥିଲେ । କିନ୍ତୁ ଥାନାରେ ଅଭିଯୋଗ ହେବା ପରେ ଘଟଣା ପ୍ରଘଟ ହେବା ସହ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଲୋକଲଜ୍ଜ୍ୟା ସହି ନପାରି ମହିଳା ଜଣଙ୍କ ଗତ ରାତିରେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ଅଭିଯୁକ୍ତ ଅରୁଣ ମାଝୀ ବର୍ତ୍ତମାନ ଫେରାର ଥିବା ନେଇ ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.