ETV Bharat / state

ରାଜ୍ୟସଭା ଯିବେ ଦେବାଶିଷ, ବାରବାଟୀରେ ବିଜେଡିକୁ ମିଳିବ କି ଫାଇଦା ?

author img

By ETV Bharat Odisha Team

Published : Feb 13, 2024, 7:41 PM IST

Updated : Feb 13, 2024, 8:29 PM IST

Barabati Cuttack Assembly constituency: ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହେବା ପରେ ରାଜନିତୀ ସମୀକ୍ଷକ ଓଁକାର ରାଉତ କହିଛନ୍ତି ଦେବାଶିଷଙ୍କୁ ଦଳ ରାଜ୍ୟସଭା ପଠାଇବା ଦଳ ପାଇଁ ଶୁଭଙ୍କର । କାରଣ ଦେବାଶିଷ ପୁନର୍ବାର ବାରବାଟୀରେ ନିର୍ବାଚନ ଲଢ଼ିଥିଲେ, ଦଳ ଜିତିବା କଷ୍ଟ କର ହୋଇପଡ଼ିଥାନ୍ତା । ଅଧିକ ପଢନ୍ତୁ

ରାଜ୍ୟସଭା ଯିବେ ଦେବାଶିଷ, ବାରବାଟୀରେ ବିଜେଡିକୁ ମିଳିବ କି ଫାଇଦା
ରାଜ୍ୟସଭା ଯିବେ ଦେବାଶିଷ, ବାରବାଟୀରେ ବିଜେଡିକୁ ମିଳିବ କି ଫାଇଦା

ରାଜ୍ୟସଭା ଯିବେ ଦେବାଶିଷ, ବାରବାଟୀରେ ବିଜେଡିକୁ ମିଳିବ କି ଫାଇଦା ?

କଟକ: ପୁଣି ଚର୍ଚ୍ଚାରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ । ବିଶେଷକରି ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପାଇଁ ପ୍ରାର୍ଥି ହେବା ପରେ ଏହି ଚର୍ଚ୍ଚା ବଢ଼ିବାରେ ଲାଗିଛି । ଯଦିଓ ଦେବାଶିଷ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ନିଜର ସଙ୍ଗଠନ ଜୋରଦାର କରୁଥିଲେ ମାତ୍ର ଦଳର ନିଷ୍ପତ୍ତିକୁ ନେଇ ସବୁ ଆକଳନକୁ ଭୁଲ ପ୍ରମାଣିତ ହୋଇଛି । ସେହିପରି ଅନେକ ନେତା ଏବଂ କର୍ମୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । କାରଣ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଦେବାଶିଷ ହିଁ ଲଢ଼ିବେ ବୋଲି ପ୍ରାୟ ସମସ୍ତେ ଭାବି ନେଇଥିଲେ । ନିଜେ ଦେବାଶିଷ ମଧ୍ୟ ଏନେଇ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିଲେ । ଚା' ଖଟିଠାରୁ ଆରମ୍ଭ କରି ଘରେ ଘରେ ଶଙ୍ଖ ଷ୍ଟିକର ଲଗାଇ ଅନେକ କାର୍ଯ୍ୟକ୍ରମରେ ନିଜେ ସାମିଲ ରହି ସଙ୍ଗଠନକୁ ସୁଦୃଢ କରୁଥିଲେ ।

ଅଧିକ ପଢନ୍ତୁ- ମୋ ଉପରେ ବିଶ୍ବାସ ରଖି ରାଜ୍ୟସଭା ପଠାଉଛନ୍ତି ମୁଖ୍ୟମନ୍ତ୍ରୀ: ଦେବାଶିଷ ସାମନ୍ତରାୟ

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହେବା ପରେ ରାଜନୀତି ସମୀକ୍ଷକ ଓଁକାର ରାଉତ କହିଛନ୍ତି, "ଦେବାଶିଷଙ୍କୁ ଦଳ ରାଜ୍ୟସଭା ପଠାଇବା ଦଳ ପାଇଁ ଶୁଭଙ୍କର । କାରଣ ଦେବାଶିଷ ପୁନର୍ବାର ବାରବାଟୀରେ ନିର୍ବାଚନ ଲଢ଼ିଥିଲେ, ଦଳ ଜିତିବା କଷ୍ଟ କର ହୋଇପଡ଼ିଥାନ୍ତା । ଦେବାଶିଷ ଏହି ନିର୍ବାଚନ ମଣ୍ଡଳୀରୁ ଜିତିବା ସମ୍ଭବ ହୋଇନଥାନ୍ତା । ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ତାଙ୍କୁ ଅଡୁଆରେ ପକାଇଥାନ୍ତା । କେବଳ ଦେବାଶିଷ ନୁହଁନ୍ତି ବରଂ ସୁବାସ ସିଂଙ୍କ ପାଇଁ ମଧ୍ୟ ଅଡୁଆ ହୋଇଥାନ୍ତା । ଏଭଳି ସ୍ଥିତିରେ ମୁଖିଆଙ୍କ ଏହି ନିଷ୍ପତ୍ତି ବାରବାଟୀରେ ଦଳ ପାଇଁ ବେଶ ଶୁଭଙ୍କର ହେବ । ବର୍ତ୍ତମାନର ବିଧାୟକ ତଥା କଂଗ୍ରେସ ବିଧାୟକ ମୋକିମଙ୍କ ପାଇଁ ଏବେ ଅଡୁଆ ହୋଇପାରେ ।"

ସେହିପରି ଓଁକାର ରାଉତ କହିଛନ୍ତି ଯେ ମୋକିମଙ୍କ ପାଇଁ ଏବେ ଅନେକ ଚାଲେଞ୍ଜ ସୃଷ୍ଟି କରିବ । କାରଣ ବିଜେଡିର ଏବେ ଯିଏ ନୂଆ ପ୍ରାର୍ଥୀ ହେବେ ସେ ସମସ୍ତଙ୍କୁ ନେଇ ନିର୍ବାଚନ ଲଢ଼ିବେ । ଯାହାକି କଂଗ୍ରେସ ପାଇଁ ଅର୍ଥାତ ମୋକିମଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ବିଜେଡି ଏଣିକି ସମସ୍ତ କୌଶଳ ଲଗାଇ ଏହି ନିର୍ବାଚନ ମଣ୍ଡଳୀ ଜିତିବାକୁ ଚେଷ୍ଟା କରିବ।

ସୂଚନାଯୋଗ୍ୟଯେ ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓ ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କ ନା ଘୋଷଣା କରିଛନ୍ତି । ଏବେ ତୃତୀୟ ଆସନରେ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚା ଲାଗି ରହିଛି ।

ଇଟିଭି ଭାରତ, କଟକ

Last Updated : Feb 13, 2024, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.