ETV Bharat / state

ବିଲୁପ୍ତ ପ୍ରାଣୀଙ୍କ କଙ୍କାଳରେ ଅଳଙ୍କାର ବିକ୍ରି, ଭୁବନେଶ୍ବର ଏକ ଦୋକାନରେ DRI ରେଡ୍ - Wildlife products seized

author img

By ETV Bharat Odisha Team

Published : Sep 1, 2024, 9:55 PM IST

WILDLIFE ORNAMENT SEIZED IN BHUBANESWAR: ରାଜଧାନୀର ଏକ ଦୋକାନରୁ ବିପୁଳ ପରିମାଣର ପ୍ରାଣୀଙ୍କ କଙ୍କାଳରେ ପ୍ରସ୍ତୁତ ଅଳଙ୍କାର ଜବତ ହୋଇଛି । ବନ୍ୟପ୍ରାଣୀଙ୍କ କଙ୍କାଳ ବା କାତିରୁ ଏପରି ଅଳଙ୍କାର ତିଆରି କରି ବିଭିନ୍ନ ଗଳାବାଟରେ ବିଦେଶକୁ ରପ୍ତାନି କରାଯାଏ । ଅଧିକ ପଢନ୍ତୁ

WILDLIFE ORNAMENT SEIZED IN BHUBANESWAR
WILDLIFE ORNAMENT SEIZED IN BHUBANESWAR (ETV Bharat Odisha)

ଭୁବନେଶ୍ବର: ବିଲୁପ୍ତ ପ୍ରାଣୀଙ୍କ କଙ୍କାଳରେ ପ୍ରସ୍ତୁତ ଅଳଙ୍କାର ବିକ୍ରି । ଭୁବନେଶ୍ବରର ଏକ ଫାନସି ଗହଣା ଦୋକାନରେ ରେଡ । ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ (DRI)ର ରେଡ୍ । ବିପୁଳ ପରିମାଣର ପ୍ରାଣୀ କଙ୍କାଳ ଓ ସେଥିରେ‌ ପ୍ରସ୍ତୁତ ଅଳଙ୍କାର ଜବତ କରିଛି ଡିଆର ଆଇ ଟିମ୍ । ଏନେଇ DRI ପକ୍ଷରୁ ସୂଚନା ଦିଆଯାଇଛି ।

କଙ୍କାଳରେ ପ୍ରସ୍ତୁତ ସୋଉଖିନ ଅଳଙ୍କାର ଠାବ:

ଦିଆଯାଇଥିବା ସୂଚନା ଅନୁସାରେ ପାଙ୍ଗୋଲିନ ବଜ୍ରକାପ୍ତା ଓ ବିଭିନ୍ନ ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ କଙ୍କାଳରେ ବିଭିନ୍ନ ପ୍ରକାର ଅଳଙ୍କାର ବିକ୍ରି ହେଉଥିବାର ଖବର ପାଇଥିଲା DRI ।ଏନେଇ ଭୁବନେଶ୍ୱର ଏକ ଦୋକାନରେ ରେଡ୍ ବେଳେ ବିପୁଳ ପରିମାଣର ପ୍ରାଣୀଙ୍କ କଙ୍କାଳରେ ପ୍ରସ୍ତୁତ ସୋଉଖିନ ଅଳଙ୍କାର ଠାବ ହୋଇଛି । ଯେଉଁଥିରେ ପାଙ୍ଗୋଲିନ ଛାଲରେ‌ ପ୍ରସ୍ତୁତ ଅଳଙ୍କାର ସହ କିଛି ଛାଲ ବା କାତି ଓ ଗୋଧି କଙ୍କାଳ ସହ,କସ୍ତୁରୀ ହରିଣ ନାଭି ଓ ସମୁଦ୍ର ପଙ୍ଖା ଭଳି କିଛି ଦୁର୍ଲଭ ସାମୁଦ୍ରିକ ସାମଗ୍ରୀ ଜବତ ହୋଇଛି ।

କ'ଣ କହିଲେ ଭୁବନେଶ୍ୱର ସିଟି DFO ?

ଏନେଇ ଭୁବନେଶ୍ୱର ସିଟି DFO ଅଜିତ କୁମାର ଶତପଥି କହିଛନ୍ତି,"ଗତ କାଲି DRI ବିଭିନ୍ନ ପ୍ରାଣୀଙ୍କ କଙ୍କାଳରେ ପ୍ରସ୍ତୁତ ଅଳଙ୍କାର ଜବତ କରିଛି । ତାକୁ ଆମେ ଚିହ୍ନଟ ପାଇଁ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ପଠାଇଛୁ । ସେଠାରୁ ରିପୋର୍ଟ ଆସିଲା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନବୁ । "

ଆନ୍ତର୍ଜାତିକ ବଜାରରେ ରହିଛି ଚାହିଦା:

ବିଶେଷ କରି ଏସବୁ ବନ୍ୟ ପ୍ରାଣୀଙ୍କ କଙ୍କାଳ ବା କାତିରୁ ବ୍ୟବହୃତ ସାମଗ୍ରୀରୁ ଏପରି ଅଳଙ୍କାର ତିଆରି କରି ଏସବୁକୁ ବିଭିନ୍ନ ଗଳାବାଟରେ ବିଦେଶକୁ ରପ୍ତାନି କରାଯାଏ ।ଏହା ପଛରେ ବହୁତ ବଡ଼ ବଡ଼ ନେଟୱର୍କ ମଧ୍ୟ କାମ କରେ । ଏହିଭଳି ସୌଖିନ ଜିନିଷ ତିଆରି କରି ଏହାକୁ ବିଭିନ୍ନ ମାଧ୍ୟମରେ ଯେପରି ଜଳପଥ ବା ବିମାନ ଯୋଗେ ଏଭଳି କାରବାର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ ....ମାଡ଼ି ବସିଲା ଟ୍ରାପ୍ କ୍ୟାମେରା; ଶିମିଳିପାଳରେ ପୁଣି ଧରାପଡିଲେ ୩ ଶିକାରୀ - Poachers Arrested from Similipal
ଛୋଟ ଛୋଟ ଜିନିଷ ବହୁ ଦାମରେ ବିକ୍ରି ହୁଏ:

ଏସବୁ ଜିନିଷକୁ ବହୁ ଦରଦାମରେ ବିକ୍ରି ହୁଏ । ବିଶେଷ କରି ଚୀନ,ଇଣ୍ଡୋନେସିଆ, ଦୁବାଇ ଭଳି ତିବ୍ବତ ଓ ନେପାଳ ଭଳି ଆଦି ଦେଶକୁ ଏହାର କାରବାର ବେଶ ଅଧିକା ରହିଥାଏ । ଯେହେତୁ ଏସବୁ ବିଲୁପ୍ତ ବନ୍ୟପ୍ରାଣୀକୁ ନେଇ ବହୁ କଠୋର ଆଇନ୍ ରହିଛି ।ଏଥିପାଇଁ ଦାମ ମଧ୍ୟ ବେଶ୍ ଅଧିକା ରହିଥାଏ ।

ମାଇକ୍ରୋ ଆର୍ଟିଷ୍ଟ:

ଏସବୁ ବନ୍ୟପ୍ରାଣୀ କଙ୍କାଳରୁ ଅଳଙ୍କାର ତିଆରି କରିବା ବହୁତ କଷ୍ଟକର । ବିଶେଷ କରି ସ୍ବତନ୍ତ୍ର ମାଇକ୍ରୋ ଆର୍ଟିଷ୍ଟ ଅଛନ୍ତି ଯେଉଁମାନେ କି ଏଭଳି କାରିଗରୀ କାମ ଜାଣନ୍ତି ।ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗରେ ସାମିଲ କରି ଏପରି ଲୁଚାଛପାରେ ଏଭଳି ପ୍ରସ୍ତୁତ କରାଯାଉଛି । ଯେହେତୁ ଓଡ଼ିଶାରେ ଅନେକ ବନ୍ୟପ୍ରାଣୀ ଶିକାର ଦେଖିବାକୁ ମିଳେ ବା ଘଟଣା ସାମ୍ନାକୁ ଆସେ ।ତେବେ ଏହାର କୋୖଣସି କାରଖାନା ବା ଏସବୁ ପ୍ରସ୍ତୁତ ପାଇଁ କାରିଗର ଓଡ଼ିଶାର କେଉଁ କେଉଁ ସ୍ଥାନରେ ରହି ଏସବୁ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ସନ୍ଦେହ କରାଯାଉଛି ।

ଅକାଳରେ ବଳି ପଡ଼ୁଛନ୍ତି ନିରିହ ପ୍ରାଣୀ:

ବନ୍ୟପ୍ରାଣୀ ଆଇନରେ କଠୋରତା ସତ୍ତ୍ବେ ମଧ୍ୟ ଅବାଧରେ ଏସବୁ କାରବାର ହେଉଛି । ପୂର୍ବରୁ ଏଭଳି କାରବାର ସାମ୍ନାକୁ ଆସିନଥିଲେ ମଧ୍ୟ ଏକ ବଡ଼ କାରବାର ପଛରେ ସୁରାକ ଲଗାଇ ଶେଷରେ ଏଭଳି ସବୁ କାରବାରର ନେଟୱର୍କ ଖୁଲାସା କରାଯାଇଛି । ଏହା ପଛରେ କିଛି ହେବିୱେଟ୍ ମଧ୍ୟ ରହିଛନ୍ତି । ଇତି ମଧ୍ୟରେ ଓଡ଼ିଶା ଜଙ୍ଗଲରୁ ମଧ୍ୟ ଏକାଧିକ ବନ୍ୟ ଜନ୍ତୁ ଶିକାର ହେଉଛି । ତଥାପି ଏଦିଗରେ ରୋକ ଲଗାଇବା ବନ ବିଭାଗ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.