ETV Bharat / state

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ରେଜଲ୍ଟକୁ ଦେଢମାସ ପରେ ବି ଚୁପ ବସିଛି ଦଳ ! 22ରୁ ବିଧାନସଭା ଆରମ୍ଭ, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା - congress legislative party leader

author img

By ETV Bharat Odisha Team

Published : Jul 19, 2024, 1:01 PM IST

Updated : Jul 19, 2024, 2:23 PM IST

who will be the congress legislative party leader in odisha assembly: ନିର୍ବାଚନ ଫଳାଫଳକୁ ୧ ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇ ସାରିଥିଲେ ହେଁ ଏଯାଏଁ କଂଗ୍ରେସ ଦୋଛକିରେ ରହିଛି । କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା ଯାହା ଦର୍ଶାଉଛି ବାଟବଣା ହେଉଛି AICC । କଂଗ୍ରେସ ବିଧାୟକ ଦଳର ନେତା ନିଷ୍ପତ୍ତି ଘୋଷଣାରେ ହେଉଛି ଅହେତୁକ ବିଳମ୍ବ । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

ଭୁବନେଶ୍ବର: ଚଳିତ ମାସ 22 ରୁ ଆରମ୍ଭ ହେବ ବିଧାନସଭା ର ବଜେଟ ଅଧିବେଶନ । ସପ୍ତଦଶ ବିଧାନସଭା ର ମୌସୁମୀ ଅଧିବେଶନରେ ପାରିତ ହେବ 2024-25 ଆର୍ଥିକ ବର୍ଷର ବଜେଟ।ବିଧାନସଭାର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ପୂର୍ବରୁ କଂଗ୍ରେସର ବିଧାୟକ ଦଳ ନେତା କିଏ ହେବ ତାକୁ ନେଇ ଆଶା ଆଉ ଆଶଙ୍କାରେ ବିଧାୟକ ମାନେ । ଦଳର ବରିଷ୍ଠତା ଭିତ୍ତିରେ ବିଧାୟକ ଦଳ ନେତା ଚୟନ ହେବ ନା ଲବି ଆଧାରରେ ହେବ ନେତା ଚୟନ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ନେତା ଚୟନ ହୋଇପାରି ନଥିବାରୁ ବଜେଟ ଅଧିବେଶନରେ ଦଳ ପକ୍ଷରୁ କି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନେଇ ମଧ୍ୟ ସ୍ପଷ୍ଟତା ଆସି ପାରୁନାହିଁ ।

କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା (ETV Bharat Odisha)

2024 ସାଧାରଣ ନିର୍ବାଚନରେ କଂଗ୍ରେସ 14 ଟି ବିଧାନସଭା ଆସନ ଜିତିଛି ଏବଂ ଗୋଟିଏ ଲୋକସଭା ଆସନ ହାତେଇଛି।ଅଭିଜ୍ଞତା ଏବଂ ବରିଷ୍ଠତା ଭିତ୍ତିରେ ଜୟପୁର ବିଧାୟକ ତାରା ବାହିନୀପତି 5 ଥରର ବିଧାୟକ ଅଛନ୍ତି ।ସେହିଭଳି ତାରା ଙ୍କ ପଛରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି । ରମେଶ ଜେନା, ଦାସରଥୀ ଗମାଙ୍ଗ, ସି ରାଜେନ ଏକ୍କା ଦୁଇ ତ୍ବର ହେବ ବିଧାୟକ ଆସନରେ ବସିଛନ୍ତି । ଅନ୍ୟ 7 ଜଣ ପ୍ରଥମକରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତାରା ଏବଂ ରାମଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ହେଉଛି । ତାରାଙ୍କ ସପକ୍ଷରେ 6 ଜଣ ବିଧାୟକ ଥିବାବେଳେ ସାଂସଦ ସପ୍ତଗିରି ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପାଇଁ ଲବି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସପ୍ତଗିରି କୁଆଡେ 6 ଜଣ ବିଧାୟକଙ୍କ କୁ ନେଇ ଦିଲ୍ଲୀରେ AICCରେ ଭେଟ କରାଇଛନ୍ତି । ସପ୍ତଗିରି ଚାହୁଁଛନ୍ତି ବିଜେପିର ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେକେ କଂଗ୍ରେସ ମଧ୍ୟ ବିଧାୟକ ଦଳ ନେତା ମଧ୍ୟ ଜଣେ ଆଦିବାସୀ ବିଧାୟକ ହୁଅନ୍ତୁ ତାହେଲେ ଯାଇଁ ସରକାର ଙ୍କୁ ଘେରିବାକୁ ସୁବିଧା ହେବ ବୋଲି ଚର୍ଚ୍ଚା ହେଉଛି।ତେବେ ମୌସୁମୀ ଅଧିବେଶନ 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏପର୍ଯ୍ୟନ୍ତ ବିଧାୟକ ଦଳ ନେତା ନାଁ ଚୁଡାନ୍ତ ହୋଇପାରିଲା ନାହିଁ। କଂଗ୍ରେସ ଏକ ଶୃଙ୍ଖଳିତ ଦଳ AICC ପକ୍ଷରୁ ନାଁ ଘୋଷଣା ହେବ ,ଠିକ ସମୟରେ ଘୋଷଣା କରାଯିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ବିଧାୟକ ଦଳ ନେତା ଚୟନ ପାଇଁ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକ ଥିଲେ । ପ୍ରଭାରୀ ଅଜୟ କୁମାର ଏବଂ ପର୍ଯ୍ୟବେକ୍ଷକ ଦଳର ସମସ୍ତ ବିଧାୟକ ମାନଙ୍କ ସହ ଆଲୋଚନା କରିଛନ୍ତି। ନିଷ୍ପତ୍ତି ଶୁଣାଇବା ବାକି ରହିଛି । 14 ଜଣ ବିଧାୟକ ଏକତ୍ରିତ ହୋଇ କାର୍ଯ୍ୟ କରିବେ କାରଣ ବିଜେଡି ଅପେକ୍ଷା କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଜୟଦେବ ଜେନା। ତେବେ ଯିଏ ବି ହେଉ ଦଳ ପାଇଁ କାର୍ଯ୍ୟ କରିବ । ବିଧାୟକ ଦଳ ନେତା ଘୋଷଣା ହେବା ପରେ ହିଁ ସ୍ପଷ୍ଟ ହେବ କଂଗ୍ରେସ କି ଆଭିମୁଖ୍ୟ ଗ୍ରହଣ କରିବ ।

ଏହା ପଢନ୍ତୁ - ବିରୋଧୀ ଦଳ ନେତା ଚୟନକୁ ନେଇ ଛକାପଞ୍ଝା, ବାଟବଣା AICC - AICC YET TO SELECT LOP

ରେଜଲ୍ଟକୁ ଦେଢମାସ ପରେ ବି ଚୁପ ବିସିଛି ଦଳ-

ନିର୍ବାଚନ ଫଳାଫଳକୁ ୧ ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇ ସାରିଥିଲେ ହେଁ ଏଯାଏଁ କଂଗ୍ରେସ ଦୋଛକିରେ ରହିଛି । କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା ଯାହା ଦର୍ଶାଉଛି ବାଟବଣା ହେଉଛି AICC । କଂଗ୍ରେସ ବିଧାୟକ ଦଳର ନେତା ନିଷ୍ପତ୍ତି ଘୋଷଣାରେ ହେଉଛି ଅହେତୁକ ବିଳମ୍ବ । ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ପ୍ରାୟ ଦେଢ଼ ମାସ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ 2024-25 ଆର୍ଥିକ ବର୍ଷର ବଜେଟ ପାରିତ ହେବ ।

ଏହା ମଧ୍ୟ ପଢନ୍ତୁ ... ତେଜୁଛି ଅସନ୍ତୋଷ; କଂଗ୍ରେସ ଭବନ ସମ୍ମୁଖରେ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ - Odisha Congress inter conflict

ଆସନ୍ତା 21ରେ ଓଡିଶା ବିଧାନସଭାର ସର୍ବଦଳୀୟ ବୈଠକ-

ଆସନ୍ତା 21ରେ ବସିବଓଡିଶା ବିଧାନସଭାର ସର୍ବଦଳୀୟ ବୈଠକ । ପୂର୍ବାହ୍ନ 11 ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆସନ୍ତା ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡିବେ ବାଚସ୍ପତି । ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ । ସେହିପରି ଆସନ୍ତା 23 ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ । ସେହିଦିନ 12 ଟା ସୁଦ୍ଧା ନାମାଙ୍କନ ଦାଖଲ । 24 ରେ ଫଳାଫଳ ଘୋଷଣା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 19, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.