ETV Bharat / state

କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?  କିଏ ନେବେ ପ୍ରଦୀପଙ୍କ ସ୍ଥାନ ? ରେସରେ ଏକାଧିକ ବରିଷ୍ଠ ଅଧିକାରୀ - Next Chief secretary of Odisha

author img

By ETV Bharat Odisha Team

Published : Jun 26, 2024, 11:24 AM IST

Updated : Jun 26, 2024, 11:48 AM IST

Who will Next Chief secretary of Odisha: ରାଜ୍ୟ ପ୍ରଶାସନର ପରବର୍ତ୍ତୀ ମୁଖିଆ ହେବେ କିଏ ? କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? କାହା ନେତୃତ୍ୱରେ ପରିଚାଳିତ ହେବ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ? ନୂଆ ପ୍ରାଶାସନିକ ମୁଖ୍ୟ ଭାବେ କାହାକୁ ଭରସା କରିବେ ମୋହନ ସରକାର ? ନବୀନ ସରକାରଙ୍କ ସମୟରେ ଗୁଡବୁକ୍‌ରେ ଥିବା ପ୍ରାଶାସନିକ ଅଧିକାରୀମାନେ ମୋହନ ସରକାରରେ ପ୍ରାଧାନ୍ୟ ପାଇବେ କି ନା କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅଧିକାରୀଙ୍କୁ ମିଳିବ ଗୁରୁଦାୟିତ୍ୱ ? ପଢନ୍ତୁ..

Who will Next Chief secretary of Odisha
Who will Next Chief secretary of Odisha (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବଦଳିବା ପରେ ବଦଳିବେ କି ରାଜ୍ୟ ପ୍ରଶାସନର ମୁଖ୍ୟ ? ମୋହନ ସରକାରରେ କିଏ ହେବେ ରାଜ୍ୟ ପ୍ରଶାସନର ପରବର୍ତ୍ତୀ ମୁଖ୍ୟ ? ସରିବାକୁ ଯାଉଛି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ । ତେଣୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ସେନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ଏହାମଧ୍ୟରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ମନୋଜ ଆହୁଜା କେନ୍ଦ୍ରୀୟ ଡେପ୍ୟୁଟେସନରୁ ଓଡ଼ିଶା ଫେରୁଥିବାବେଳେ ମୁଖ୍ୟ ଶାସନ ସଚିବ ରେସରେ ତାଙ୍କ ନାଁ ସର୍ବଆଗରେ ରହିଛି ।

ରାଜ୍ୟ ପ୍ରଶାସନର ପରବର୍ତ୍ତୀ ମୁଖିଆ ହେବେ କିଏ ? କିଏ ହେବ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? କାହା ନେତୃତ୍ୱରେ ପରିଚାଳିତ ହେବ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ? ନୂଆ ପ୍ରଶାସନିକ ମୁଖ୍ୟ ଭାବେ କାହାକୁ ଭରସା କରିବେ ମୋହନ ସରକାର ? ସରକାର ମୁଖ୍ୟ ଶାସନ ସଚିବ ଭାବେ ସତ୍ୟବ୍ରତ ସାହୁ, ଅନୁ ଗର୍ଗ, ନୀକୁଞ୍ଜ ବିହାରୀ ଧଳଙ୍କ ଭିତରୁ ଜଣଙ୍କୁ ବାଛିବେ ନା ଡେପୁଟେସନରୁ ଫେରିଥିବା ମନୋଜ ଆହୁଜାଙ୍କୁ ସର୍ବୋଚ୍ଚ ପଦରେ ଅବସ୍ଥାପିତ କରିବେ ? ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ମିଳିବ କି ଆଉ ଗୋଟିଏ କାର୍ଯ୍ୟ ବୃଦ୍ଧି ନିର୍ଦ୍ଦେଶ ? ଏଭଳି ଅନେକ ପ୍ରଶ୍ନ ଜନସାଧାରଣ, ପାୱାର କରିଡର ଓ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ରେସରେ କେଉଁ ଅଧିକାରୀ:

Manoj Ahuja
Manoj Ahuja (ETV Bharat Odisha)

1. ଆଇଏଏସ ମନୋଜ ଆହୁଜା: ଏହି ରେସରେ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ ମଧ୍ୟ ମନୋଜ ଆହୁଜାଙ୍କ ନାଁ ଏବେ ସର୍ବଆଗରେ ରହିଛି । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର IAS ମନୋଜ ଆହୁଜା । ବର୍ତ୍ତମାନ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ପଦରେ ଅଛନ୍ତି । ଆହୁଜା ଓଡ଼ିଶା ଫେରିବା ନେଇ କ୍ୟାବିନେଟ ମଞ୍ଜୁରୀ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଞ୍ଜୁରୀ ଦେଇଛି କ୍ୟାବିନେଟ । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ମନୋଜଙ୍କ କେନ୍ଦ୍ରୀୟ ନିଯୁକ୍ତି ବାତିଲ ହୋଇଛି । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ତତ୍କାଳ ଓଡିଶା ଫେରିବାକୁ କୁହାଯାଇଛି । ଜୁନ ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ମନୋଜ ଆହୁଜାଙ୍କୁ ଏହି ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ ବୋଲି ଆକଳନ କରାଯାଉଛି । ମୋହନ ସରକାରରେ ମନୋଜ ମୁଖ୍ୟ ଶାସନ ସଚିବ ହେବା ନେଇ କୁହାଯାଉଛି । ମୁଖ୍ୟ ଶାସନ ସଚିବ ନହେଲେ ମଧ୍ୟ CMOରେ ଏକ ବଡ ଦାୟିତ୍ଵ ମିଳିପାରେ ।

Anu Garg
Anu Garg (ETV Bharat Odisha)

2. ଅନୁ ଗର୍ଗ: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନାଁ ମଧ୍ୟ ଏହି ରେସରେ ରହିଛି । ରାଜ୍ୟରେ ଥିବା ଅଧିକାରୀଙ୍କ ମଧ୍ୟରୁ 1991 ବ୍ୟାଚର ଉନ୍ନୟନ କମିଶନର ଥିବା ଅନୁ ଗର୍ଗ ବରିଷ୍ଠତା ଦୃଷ୍ଟିରୁ ଆଗରେ ଅଛନ୍ତି । ପୂର୍ବ ସରକାରଙ୍କ ଗୁଡ୍‌ବୁକରେ ଥିଲେ ଅନୁ । ବିଜେଡି ସରକାର ଆସିଥିଲେ ଅନୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହେବାର ଯଥେଷ୍ଟ ସମ୍ଭାବନା ଥିଲା । ନୂଆ ସରକାରରେ ତାଙ୍କର ଗ୍ରହଣୀୟତା ନେଇ ସନ୍ଦେହ ରହିଛି ।

Satyabrata sahu
Satyabrata sahu (ETV Bharat Odisha)

3. ସତ୍ୟବ୍ରତ ସାହୁ: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ । ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ସହ ମୁଖ୍ୟ ରିଲିଫ କମିଶନର ଦାୟିତ୍ୱରେ ରହିଛନ୍ତି । 1991 ବ୍ୟାଚ୍‌ର ଆଇଏସ ସତ୍ୟବ୍ରତ ଗତ ରେଳ ଦୁର୍ଘଟଣାକୁ ଭଲ ଭାବେ ପରିଚାଳନା କରିଛନ୍ତି । ତେଣୁ ସେ ମଧ୍ୟ ଏହି ରେସରେ ରହିଛନ୍ତି ।

Nikunja Bihari Dhal
Nikunja Bihari Dhal (ETV Bharat Odisha)

4. ନିକୁଞ୍ଜ ବିହାରୀ ଧଳ: 1993 ବ୍ୟାଚ୍‌ର ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳ । ବର୍ତ୍ତମାନ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ନିକଟରେ ଶେଷ ହୋଇଥିବା ନିର୍ବାଚନକୁ ବେଶ ସଫଳତାର ଭାବେ ଶେଷ କରିଥିଲେ ନିକୁଞ୍ଜ । ତେଣୁ ସ୍ୱାଭାବିକ ଭାବେ ଏମାନେ ମଧ୍ୟ ରେସକୁ ଆସିଛନ୍ତି ।

Pradeep Kumar Jena
Pradeep Kumar Jena (ETV Bharat Odisha)

5.ପ୍ରଦୀପ କୁମାର ଜେନା: ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିଛନ୍ତି ପ୍ରଦୀପ କୁମାର ଜେନା । 1989 ବ୍ୟାଚର ଆଇଏଏସ୍‌ ଅଧିକାରୀ ପ୍ରଦୀପ କୁମାର ଜେନା ନବୀନ ସରକାରଙ୍କ ସମୟରେ ବେଶ ଗ୍ରହଣୀୟତା ଥିଲେ । କାର୍ଯ୍ୟକାଳ ସରିବା ପରେ ଜାନୁଆରୀରୁ ତାଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ପୁଣି ତାଙ୍କ କାର୍ଯ୍ୟକାଳ ବଢାଯାଇପାରେ ବୋଲି ଆଲୋଚନା ହେଉଛି ।

ନବୀନ ସରକାରଙ୍କ ସମୟରେ ଗୁଡବୁକ୍‌ରେ ଥିବା ପ୍ରଶାସନିକ ଅଧିକାରୀମାନେ ମୋହନ ସରକାରରେ ପ୍ରାଧାନ୍ୟ ପାଇବେ କି ? ନା କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅଧିକାରୀଙ୍କୁ ଗୁରୁଦାୟିତ୍ୱ ମିଳିବ ତାହା ଉପରେ ସମସ୍ତଙ୍କ ନଜର ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଶା ଫେରୁଛନ୍ତି ମନୋଜ ଆହୁଜା, ଓଡ଼ିଶାକୁ ମିଳିବେ ନୂଆ ମୁଖ୍ୟ ଶାସନ ସଚିବ ! - Next chief secretary of Odisha

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 26, 2024, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.