ETV Bharat / state

ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ନୂଆ ମୁଖିଆ ! AICC ପର୍ଯ୍ୟବେକ୍ଷକଙ୍କ ମାରାଥନ ବୈଠକ - CONGRESS PCC CHIEF

କିଏ ହେବେ ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି ? ଭୁବନେଶ୍ବରରେ ରାଜ୍ୟ କଂଗ୍ରେସ ବରିଷ୍ଠ ନେତାମାନଙ୍କ ସହ ମାରାଥନ ଆଲୋଚନା କରୁଛନ୍ତି AICC ପର୍ଯ୍ୟବେକ୍ଷକ ।

odisha congress bhawan
odisha congress bhawan (ETV BHARAT ODISHA)
author img

By ETV Bharat Odisha Team

Published : Nov 4, 2024, 5:32 PM IST

Updated : Nov 4, 2024, 5:54 PM IST

ଭୁବନେଶ୍ବର: ଓଡ଼ିଶାରେ କିଏ ଧରିବ କଂଗ୍ରେସ ମଙ୍ଗ ? କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ? କାହା ହାତରେ ରହିବ ଓଡ଼ିଶା କଂଗ୍ରେସର ଭାଗ୍ୟ ଭବିଷ୍ୟତ ? କେଉଁ ନେତାଙ୍କ ନାମ ଉପରେ ବାଜିବ ମୋହର ? ସେନେଇ ରାଜ୍ୟ କଂଗ୍ରେସ ଭବନରେ ଆରମ୍ଭ ହୋଇଯାଇଛି ବଡ କସରତ ବୈଠକ । ଚିନ୍ତନ ମନ୍ଥନ ପରେ ନଭେମ୍ବର ୨୩ ତାରିଖ ପରେ ଏଆଇସିସି(AICC)କୁ ସମ୍ପୂର୍ଣ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ ।

Congress Meeting (ETV Bharat Odisha)

ଖୁବଶୀଘ୍ର କଂଗ୍ରେସ ମୁଖିଆ ?

ଖୁବଶୀଘ୍ର କଂଗ୍ରେସକୁ ମିଳିବ ନୂଆ ମୁଖିଆ । ସବୁ ଚର୍ଚ୍ଚାର ଘଟିବ ଅନ୍ତ । AICC ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ବୈଠକରେ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ, ମୀନାକ୍ଷୀ ନଟରାଜନଙ୍କ ସମେତ ଷ୍ଟିୟରିଙ୍ଗ କମିଟି ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହିଛନ୍ତି। ସାଧାରଣ ନିର୍ବାଚନରେ କାହିଁକି କଂଗ୍ରେସ ଓଡ଼ିଶାରେ ଗ୍ରହଣୀୟ ହୋଇପାରିନି ସେ ନେଇ ମଧ୍ୟ ନେତାଙ୍କ ମତାମତ ନିଆଯାଉଛି ।

ସବୁ କିଛି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ :

ଓଡ଼ିଶାରେ ପହଞ୍ଚିବା ପରେ ଏଆଇସିସି ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ କହିଛନ୍ତି, '' ହାଇକମଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ଓଡି଼ଶା ଆସିଛି । ଆଗାମୀ ଦିନରେ କେଉଁଭଳି କଂଗ୍ରେସ ଦଳକୁ ଅଧିକ ମଜଭୁତ କରାଯାଇ ପାରିବ, ସେ ସମ୍ପର୍କରେ ଦଳର ପୁରୁଖା ନେତା, ପୂର୍ବତନ ପିସିସି ସଭାପତି, ସାଂସଦ, ବିଧାୟକଙ୍କ ସହ ଆଲୋଚନା କରିବି । ପିସିସି ସଭାପତି ଚୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ । ସମସ୍ତଙ୍କ ଫିଡବ୍ୟାକ ନେଇ ମୁଁ ଏଆଇସିସି(AICC)କୁ ରିପୋର୍ଟ ପ୍ରଦାନ କରିବି । ମୁଁ ବିନା ଲବିର ନେତା, ମୋ ପାଖରେ ଲବି କାମ ଦେବନାହିଁ । ସବୁ ରାଜ୍ୟରେ ପିସିସି ସଭାପତି ପୂର୍ବରୁ ଅନେକ ଆଲୋଚନା ହୋଇଥାଏ । ଓଡ଼ିଶାରେ ମଧ୍ୟ ହେଉଛି, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ନଭେମ୍ବର 23 ତାରିଖ ପରେ ମୁଁ ଏଆଇସିସିକୁ ସମ୍ପୂର୍ଣ ରିପୋର୍ଟ ପ୍ରଦାନ କରିବି ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଆସୁଛନ୍ତି କଂଗ୍ରେସର ଦୁଇ ପର୍ଯ୍ୟବେକ୍ଷକ: 4ରେ ବଡ଼ ବୈଠକ, ଖୁବଶୀଘ୍ର ନୂଆ ପିସିସି ସଭାପତି

ଏହା ମଧ୍ୟ ପଢନ୍ତୁ ...ପିସିସି ପୁନଃଗଠନ ପ୍ରକ୍ରିୟା ଆରମ୍ଭ, ଓଡ଼ିଶା ଆସୁଛନ୍ତି ଚରଣ ଦାଶ ମହନ୍ତ ଏବଂ ମିନାକ୍ଷୀ ନଟରାଜନ

ପିସିସି ସଭାପତି ରେସରେ ନାହିଁ: ନିରଞ୍ଜନ

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ''ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଆମେ ନିଜ ନିଜର ମତ ପ୍ରଦାନ କରିବୁ । କଂଗ୍ରେସ ଦଳରେ ଅନେକ ଯୋଗ୍ୟ ନେତା ଅଛନ୍ତି। ଏଭଳି ଯୋଗ୍ୟ ନେତା ଅନ୍ୟ ଦଳରେ ମଧ୍ୟ ନାହାନ୍ତି । ପିସିସି ସଭାପତି ରେସରେ ମୁଁ ନାହିଁ । ଦଳ ଯୁବକମାନଙ୍କୁ ଅଧିକ ଦୟିତ୍ବ ଦେବାର ଆବଶ୍ୟକତା ରହିଛି । ''

ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବମାନ୍ୟ: ସାଲୁଜା

ଷ୍ଟିଅରିଙ୍ଗ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ''ପ୍ରଥମ ପର୍ଯାୟରେ ଷ୍ଟିଅରିଙ୍ଗ କମିଟି ବୈଠକ ବସିବ । ଏହି ବୈଠକ ପରେ କଂଗ୍ରେସ ପୂର୍ବତନ ସାଂସଦ, ବିଧାୟକ ସାମିଲ ହୋଇଛନ୍ତି । ସମସ୍ତେ ନିଜ ନିଜର ମତାମତ ପ୍ରଦାନ କରିବେ । 2029 ନିର୍ବାଚନରେ କେଉଁ ଭଳି କଂଗ୍ରେସ ଦଳ ଭଲ ପଦର୍ଶନ କରିବ । ଯେଉଁ ନେତା ଆଗକୁ ବଢ଼ିପାରିବ ସେହିଭଳି ନେତାଙ୍କ ନା ରେ ମୋହର ମାରିବେ ଏଆଇସିସି । ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ । ମୁଁ ମଧ୍ୟ ପିସିସି ସଭାପତି ରେସରେ ନାହିଁ । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ଯେତେବେଳେ ଯେଉଁ ନିର୍ଦ୍ଦେଶ ଦେବ ମୁଁ ତାକୁ ଅନୁପାଳନ କରିବି । ''

ନେତା ଓ କର୍ମୀ ବାଛିବେ ସଭାପତି : ମୋକିମ

କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି, ''କଂଗ୍ରେସ କର୍ମୀ ଏବଂ ନେତାମାନେ ଯେଉଁ ସମୟକୁ ଅପେକ୍ଷା କରିଥିଲେ, ତାହାର ଅବସାନ ଘଟିବାକୁ ଯାଉଛି । ଦୀର୍ଘ 3 ମାସରୁ ଉର୍ଦ୍ଧ୍ବ ସମୟ ହେବ ପିସିସି କମିଟିକୁ ଭାଙ୍ଗି ଦିଆଯାଇଥିଲା । ଏଆଇସିସିର ଦୁଇ ବରିଷ୍ଠ ନେତାଙ୍କୁ ଦାଇତ୍ୱ ଦିଆଯାଇଛି । ସେମାନେ ସମସ୍ତ ନେତାଙ୍କ ସହ ଆଲୋଚନା କରିବେ । ଏହାଶହ ଗ୍ରାଉଣ୍ଡ ଜିରୋରେ କଣେ ଫିଡ଼ ବ୍ୟାକ ଅଛି ତାକୁ ମଧ୍ୟ ଅନୁଧ୍ୟାନ କରିବେ । ଏଥର କୌଣସି ନେତାଙ୍କୁ ସଭାପତି ଭାବେ ଥୋପି ଦିଆଯିବ ନାହିଁ । ନେତା ଓ କର୍ମୀମାନେ ଯାହାକୁ ପସନ୍ଦ କରିବେ ତାଙ୍କୁ ହିଁ ପିସିସି ସଭାପତି କରାଯିବ । ''

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2024, 5:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.