ETV Bharat / state

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି, କହିଲେ ଜନ୍ମମାଟି ପାଇଁ ଆଜି ମୁଁ ମହାମହିମ - President In Mayurbhanj

President In Mayurbhanj: ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୟୂରଭଞ୍ଜକୁ ବାରମ୍ବାର ଆସିବା ପଛର କାରଣ କ'ଣ? ଏମିତି ପ୍ରଶ୍ନର କ'ଣ ଉତ୍ତର ଦେଇଛନ୍ତି ରାଷ୍ଟ୍ରପତି ଜାଣନ୍ତୁ

ମୟୂରଭଞ୍ଜରେ ରାଷ୍ଟ୍ରପତି
ମୟୂରଭଞ୍ଜରେ ରାଷ୍ଟ୍ରପତି
author img

By ETV Bharat Odisha Team

Published : Feb 28, 2024, 9:44 PM IST

ମୟୂରଭଞ୍ଜରେ ରାଷ୍ଟ୍ରପତି

ରାଇରଙ୍ଗପୁର : ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଖିଚିଂ ସ୍ଥିତ ଐତିହାସିକ ମା' କୀଚକେଶ୍ବରୀଙ୍କ ଦର୍ଶନ ପରେ ରାଇରଙ୍ଗପୁରରେ ଅବତରଣ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡ୍ ଯୋଗେ ଆସି କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ଥ‌ିବା କେନ୍ଦ୍ର ସରକାରଙ୍କ ହଲିଡେ ହୋମ୍ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମହାମହିମ। ରାଇରଙ୍ଗପୁର ପହଞ୍ଚିବା ପରେ ଅଞ୍ଚଳବାସୀ ମହାମହିମଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। 'ଭାରତ ମାତା କି ଜୟ ଧ୍ବନି'ରେ କମ୍ପି ଉଠିଥିଲା ଅଞ୍ଚଳ ।

  • " class="align-text-top noRightClick twitterSection" data="">

ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଭର୍ଚୁଆଲ ମାଧ୍ଯମରେ ବାଇଦାପୋଷି ସ୍ଥିତ କମ୍ପ୍ଲେକ୍ସ, ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇ ଲେନ ବିଶିଷ୍ଟ ବାଇପାସ୍ ରୋଡ଼ ନିର୍ମାଣ, ରାଇରଙ୍ଗପୁରରୁ ଯଶିପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଷ୍ଟ୍ରେଚ୍ ମଜବୁତ ସହ ପ୍ରଶସ୍ତିକରଣ ଓ ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି ମହାମହିମ। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ...ଜନ୍ମମାଟିରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ମା' କୀଚକେଶ୍ବରୀ ମନ୍ଦିରରେ ରାଷ୍ଟ୍ରପତି

ସର୍ବପ୍ରଥମେ ମହାମହିମ 'ଜୟ ଜଗନ୍ନାଥ' କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। ଏହି ଉଦଘାଟନ କାର୍ଯ୍ୟକ୍ରମ ତାଙ୍କ ଦ୍ବାରା ହୋଇଥିବାରୁ ସେ ଖୁବ ଖୁସି ଓ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି। ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "କୀଚକେଶ୍ବରୀ ମନ୍ଦିରରେ ବିଶ୍ବବାସୀଙ୍କ କଲ୍ୟାଣ କାମନା କରିଛି । କୀଚକେଶ୍ବରୀ ମନ୍ଦିରକୁ ଭାରତ ସରକାରଙ୍କ ଦ୍ୱାରା ପ୍ରସାଦ ଯୋଜନାରେ ସାମିଲ କରାଯାଇଛି। କୀଚକେଶ୍ବରୀ ମନ୍ଦିର ଆମ ଭଞ୍ଜ ମାଟିକୁ ସ୍ବତନ୍ତ୍ର ପରିଚୟ ଦେଇଛି। ମୟୂରଭଞ୍ଜକୁ ବାରମ୍ବାର ଆସିବା ପଛର କାରଣ କ'ଣ ବୋଲି ସାମ୍ବାଦିକ ବନ୍ଧୁ ପଚାରିଥିଲେ । ଏ ମାଟିର ଜନସାଧାରଣଙ୍କ ସ୍ନେହ ଶ୍ରଦ୍ଧା ପାଇ ପାଇଁ ଆଜି ମୁଁ ମହାମହିମ । ତେଣୁ ଏ ମାଟିକୁ କିପରି ଭୁଲି ପାରିବି?" କାର୍ଯ୍ୟକ୍ରମ ଶେଷ ହେବା ପରେ ମହାମହିମ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ପ୍ରସ୍ଥାନ କରିଥିଲେ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.