ETV Bharat / state

ବିଜେପି-ବିଜେଡ଼ି ବାହାଘରରେ ନାଚିଲେ କଂଗ୍ରେସ କର୍ମୀ - BJD BJP Wedding Ceremony

Wedding ceremony of BJP and BJD: ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଥିବା ସମ୍ପର୍କକୁ ନେଇ ତେଜିଲା ବିବାଦ । ରାଜ୍ୟସଭା ପାର୍ଥୀ ଘୋଷଣା ପରେ ଉଭୟଙ୍କୁ ଘେରିଛି କଂଗ୍ରେସ । ବୌଦ୍ଧରେ ବିଜେପି-ବିଜେଡ଼ି ବାହାଘର କଲା ଦଳ । ଅଧିକ ପଢନ୍ତୁ

ବିଜେପି-ବିଜେଡ଼ି ବାହାଘରରେ ନାଚିଲେ କଂଗ୍ରେସ କର୍ମୀ

author img

By ETV Bharat Odisha Team

Published : Feb 14, 2024, 7:41 PM IST

ବିଜେପି-ବିଜେଡ଼ି ବାହାଘରରେ ନାଚିଲେ କଂଗ୍ରେସ କର୍ମୀ

ବୌଦ୍ଧ: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା କଂଗ୍ରେସ । ବିଜେପି ଓ ବିଜେଡ଼ି ବିବାହ କଲା ଦଳ । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏଭଳି ନିଆରା ବିବାହ ଉତ୍ସବର ଆୟୋଜନ କରାଯାଇଛି । କେନ୍ଦ୍ରର ବିଜେପି ତଥା ରାଜ୍ୟର ବିଜେଡ଼ି ଶାସନରେ ବ୍ୟାପକ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ ଆଣି, ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି ।

ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ସବୁଆଡ଼େ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହାଛଡା ଆଜି ବିଭିନ୍ନ ସ୍ଥାନରେ ଭାଲେନଟାଇନ୍ସ ଦିବସ ମଧ୍ୟ ପାଳନ କରାଯାଇଛି । ସେହିଭଳି ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡ଼ି ବିବାହ ଉତ୍ସବ ଆୟୋଜନ କରାଯାଇଛି । ବିଜେପି ଓ ବିଜେଡ଼ି ସରକାରଙ୍କ ଭିତିରି ସମ୍ପର୍କକୁ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ବାଣ, ବାଜା, ରୋଷଣୀ ମଧ୍ୟରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବରଯାତ୍ରୀ ଆସିବା ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବୌଦ୍ଧର ମ୍ୟୁଜିୟମ ଠାରୁ ବରଯାତ୍ରୀ ବାହାରି ଥିବାବେଳେ ସ୍ଥାନୀୟ କଚେରୀ ଛକ ଠାରେ ବିବାହ ମଣ୍ଡପ ପ୍ରସ୍ତୁତ କରାଯାଇଥିଲା ।

ସେପଟେ ଦଳ ଅଭିଯୋଗ କରିଛି ଉଭୟ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଦୁର୍ନୀତିର ସମ୍ପର୍କ ରହିଥିବାବେଳେ କେବଳ ଭୋଟରଙ୍କୁ ଭକୁଆ କରିବାକୁ ଉଭୟ ଦଳ କାଦୁଅ ଫୋପାଡିବାର ଅଭିନୟ କରୁଛନ୍ତି । ସେହିଭଳି ଆଜି ରାଜ୍ୟସଭା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନାମକୁ ରାଜ୍ୟ ବିଜେଡ଼ି ସମର୍ଥନ ଜଣାଇବାକୁ ନେଇ କଂଗ୍ରେସ କଟାକ୍ଷ କରିଛି । ଆଜି କଂଗ୍ରେସ ଦଳର ଏଭଳି ଅଭିନବ ଶୈଳୀରେ ବିବାହ ଉତ୍ସବ ବେଶ ଆଲୋଚନାର ଖୋରାକ ଯୋଗାଇଥିଲା ।

ଏହା ମଧ୍ୟ ପଢନ୍ତୁ .....କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର, ବରଯାତ୍ରୀ ହୋଇ ନାଚିଲେ ପ୍ରଭାରୀଙ୍କ ସହ ନେତା ଓ କର୍ମୀ

ସେପଟେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର କହିଛନ୍ତି," ୨୦୦୦ମସିହାରୁ ୨୦୦୯ଯାଏଁ ମିଶିକି ସରକାର କରିଲେ ବିଜେପି ଏବଂ ବିଜେଡ଼ି । ସେହିପର ୨୦୧୪ରୁ କେନ୍ଦ୍ରରେ ବିଜେପି ସରକାର ରହିଛି ଏବଂ ରାଜ୍ୟରେ ବିଜେଡ଼ି ସରକାର ଅଛି । ସରକାର ଅଲଗା ଅଲଗା ରହିଥିଲେ ମଧ୍ୟ ମିଳିଭଗତରେ ସରକାର ଚଳାଇଛନ୍ତି । ଦେଶରେ ଯେତେ ବଡ଼ ବଡ଼ ମୁଦା ବେଆଇନ ହେଲେ ମଧ୍ୟ ବିଜେଡ଼ି ବିଜେପିକୁ ସମର୍ଥନ କରୁଛି । ସେମାନଙ୍କ ଭିତରେ ସମ୍ପର୍କ ରହିଛି ଏବଂ ରାଜ୍ୟବାସୀଙ୍କୁ ଭକୁଆ ବନାଉଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.