ETV Bharat / state

ଆହୁରି ୩ ଦିନ ବର୍ଷିବ; ଏହି ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ, ଲଗାଣ ବର୍ଷାରେ ବେହାଲ କଟକ - Odisha Weather News

author img

By ETV Bharat Odisha Team

Published : Aug 1, 2024, 4:40 PM IST

Updated : Aug 1, 2024, 6:03 PM IST

Odisha Weather Update: ରାଜ୍ୟରେ ୩ ତାରିଖ ଯାଏଁ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଅନୁଗୋଳ ସମେତ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେପଟେ ଅସରାଏ ବର୍ଷାରେ କଟକ ସହର ବେହାଲ ହୋଇପଡିଛି । ସହରରେ ଲହଡି ଭାଙ୍ଗୁଛି ପାଣି । ପଢନ୍ତୁ ପୁରା ଖବର

ଆହୁରି ୩ ଦିନ ବର୍ଷିବ; ଏହି ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ
ଆହୁରି ୩ ଦିନ ବର୍ଷିବ; ଏହି ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ (ETV Bharat Odisha)

ଭୁବନେଶ୍ବର/କଟକ: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି । ଏହି ସ୍ଥିତି ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅର୍ଥାତ୍ ଆହୁରି ୩ ଦିନ ଯାଏଁ ରାଜ୍ୟରେ ଛେଚିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ୫ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏଥିସହ ଆଉ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେପଟେ ବର୍ଷାରେ କଟକ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ଲହଡି ଖେଳୁଛି ପାଣି ।

ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ:

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼,ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା,ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲା ଗୁଡିକ ପାଇଁ ୟେୱୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ୬ ଜିଲ୍ଲାରେ ବର୍ଷା:

ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର । ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା ହେବାକୁ ଥିବାବେଳେ ଏହି ସମୟରେ ଯାତାୟତ କରୁଥିବାବେଳେ ରାସ୍ତାଗୁଡ଼ିକ କମ୍ ଦୃଶ୍ୟମାନ ରହିବ । ଏହାସହ ରାସ୍ତା ଜଳମଗ୍ନ ଏବଂ ତଳୁଆ ଅଞ୍ଚଳଗୁଡିକରେ ପାଣି ଜମିବାର ସମ୍ଭାବନା ରହିଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବର୍ଷା ପାଇଁ ଟ୍ରାଫିକ ଜାମ ରହିବ । ସେଥିପ୍ରତି ସଚେତନ ରହିବା ସହ ମାଟିଘରେ ରହୁଥିବା ଲୋକେ କାନ୍ଥ ପଡ଼ିବାର ଆଶଙ୍କା ରହିଥିବାରୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ୍ ୫୦୭.୦ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । କେବଳ ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବାବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ୭ ସହରରେ ଅତି ପ୍ରବଳ ଓ ୧୫ ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ବାରିପଦାରେ ସର୍ବାଧିକ ୧୫୬.୬ ମିମି ବର୍ଷା ରେକର୍ଡ ହୋଇଛି । ଝାଡ଼ଖଣ୍ଡ ଓ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଥିବାରୁ ଆହୁରି ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ: ଦବିଲା ଦୟାନଦୀ ବନ୍ଧ; ଆତଙ୍କିତ ୩ ବ୍ଲକବାସୀ, ବାଲିବସ୍ତା ପକାଇ ଚାଲିଛି ମରାମତି - Crack in Daya river embankment

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ:

ସେପଟେ ପୁଣି ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୭ ରୁ ୮ ବେଳକୁ ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେଇପାରେ । ଫଳରେ ୪, ୫ ଓ ୬ ତାରିଖରେ ବର୍ଷାର ପରିମାଣ କମ ରହିବାର ସମ୍ଭାବନା ରହିଥିବାବେଳେ ପୁଣି ୭ ତାରିଖ ପରଠାରୁ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ବର୍ଷାରେ ବେହାଲ କଟକ:

କଟକରେ ଲଗାଣ ବର୍ଷା ଯୋଗୁ ସହରର ହାଲ ପୁରା ଵେହାଲ । ସହରର ବିଭିନ୍ନ ପ୍ରମୁଖ ସ୍ଥାନ ଠାରୁ ଆରମ୍ଭ କରି ଗଳି କନ୍ଦି ସବୁଠି ଜଳବନ୍ଦୀ । ପାଖାପାଖି ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଏହିଭଳି ଅବସ୍ଥା ଲାଗି ରହିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସ୍ଥାୟୀ ଜଳ ନିଷ୍କାସନ ପାଇଁ ଦାବି କରିଛନ୍ତି କଟକିଆ । ଟିକିଏ ବର୍ଷା ହେବା ମାତ୍ରକେ କଟକ ସହରରେ ପାଣି ଜମା ହେବା ଘଟଣା ସବୁବେଳେ ନଜରକୁ ଆସୁଥିବା ବେଳେ ଆଜି ତିନି ଘଣ୍ଟାର ଲଗାଣ ବର୍ଷା ଅତି ଦୟନୀୟ ସ୍ଥିତି ସୃଷ୍ଟି କରିଥିଲା କଟକ ସହରରେ । ସହରର ବାଦାମ ବାଡ଼ି, ମାତୃଭବନ, ସୁତା ହାଟ, କେଶର ପୁର, ରାଉସା ପାଟଣା, ଝୋଲା ସାହି, ଶଙ୍କର ପୁର, କାଜି ବଜାର, ଚାନ୍ଦିନୀ ଚୌକ ଆଦି ଅଞ୍ଚଳରେ ଆଣ୍ଠୁଏରୁ ଊର୍ଦ୍ଧ୍ବ ଅଞ୍ଚଳର ପାଣି ଜମିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିଲା ।

ଲହଡି ଭାଙ୍ଗୁଛି ଆଣ୍ଠୁଏ ପାଣି:

ବିଶେଷ କରି କଟକର ବାଦାମ ବାଡ଼ି ଛକ ଠାରୁ ଆରମ୍ଭ କରି ପାଲା ମଣ୍ଡପ ପର୍ଯ୍ୟନ୍ତ ଦୀର୍ଘ ଏକ କିଲୋ ମିଟରରୁ ଊର୍ଦ୍ଧ୍ବ ରାସ୍ତା ରହିଥିଲା ପୁରା ପାଣି ଘେରରେ । ଜଳ ନିଷ୍କାସନ ହୋଇ ପାରି ନଥିବା କାରଣରୁ ଆଣ୍ଠୁଏରୁ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ଜମିଥିବା ଦୃଶ୍ୟମାନ ହୋଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିଭଳି ପୁରୁଣା ରାଉଶା ପାଟଣା, କେଶର ପୁର ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଏମିତିକି କିଛି ସ୍ଥାନରେ ବକ୍ସ ଡ୍ରେନ ମଧ୍ୟ ଫୁଲ ହୋଇ ରାସ୍ତାକୁ ପାଣି ବାହାରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ଜଳନିଷ୍କାସନ ପାଇଁ କଟକ ସହରରେ ୨୮୦ଟି ପାଣି ମଟର ଓ ଭଲଭୋ ମଟର ବିଭିନ୍ନ ଜଳବନ୍ଦୀ ଅଞ୍ଚଳରେ ନିୟୋଜିତ କରାଯାଇଛି । କିଛି ସ୍ଥାନରେ ବକ୍ସ ଡ୍ରେନ କାମ ଚାଲିଥିବା କାରଣରୁ ଜଳନିଷ୍କାସନ କିଛି ବାଧାପ୍ରାପ୍ତ ହେଉଥିବା ସହ ଜଳବନ୍ଦୀ ଅଞ୍ଚଳ ନିଜେ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା କଥା ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ।

ଇଟିଭି ଭାରତ, ଭୁବନେଶ୍ବର ଓ କଟକ

Last Updated : Aug 1, 2024, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.