ETV Bharat / state

ଉପର ମୁହାଁ ପାରଦ: ଆଉ 5 ଦିନ ହିଟୱେଭ, 13 ଜିଲ୍ଲାକୁ ରେଡ ଆଲର୍ଟ - HEAT WAVE IN ODISHA

author img

By ETV Bharat Odisha Team

Published : Apr 27, 2024, 2:22 PM IST

Updated : Apr 27, 2024, 5:10 PM IST

Severe Heatwave in Odisha: କଲବଲ କରୁଛି ଖରା ତାତି । ଆସନ୍ତାକାଲି ଆହୁରି ଜାଳିବ । 13 ଜିଲ୍ଲାକୁ ରେଡ ଆଲର୍ଟ ଓ 15 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଅଧିକ ପଢ଼ନ୍ତୁ

ଉପର ମୁହାଁ ପାରଦ: ଆଉ 5 ଦିନ ହିଟ୍ ୱେଭ, 13 ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଖରା ଓ ଗରମରେ ଲୋକେ ସନ୍ତୁଳିତ ହେଉଥିବା ବେଳେ ଏହି ସ୍ଥିତି ଆହୁରି 5 ଦିନ ପର୍ଯ୍ୟନ୍ତ ଲାଗି ରହିବ । ଆସନ୍ତାକାଲି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆହୁରି ବୃଦ୍ଧି ହେବାକୁ ଥିବା ବେଳେ ୧୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରି କାରଯାଇଛି ।ସେହିପରି ୪୪.୬ ଡିଗ୍ରୀ ତାପମାତ୍ରା ସହ ଆଜି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

Odisha likely to experience severe heat wave condition for next 4 days

ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କ୍ରମାଗତ ଭାବେ 13 ଦିନ ଧରି ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ରହିଥିବା ବେଳେ ଏଭଳି ସ୍ଥିତି ଆହୁରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ । ଆସନ୍ତାକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେଉଥିବାରୁ ୧୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ତାପମାତ୍ରା ଅଧିକ ରହିବ । ଏନେଇ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଵାହକୁ ନେଇ ୩୦ଟି ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ତତଲା କଡେଇରେ ବୌଦ୍ଧ ଜିଲ୍ଲା, ଚିନ୍ତା ଦ୍ବିଗୁଣିତ କରୁଛି ଜଳ ସମସ୍ୟା - Heat Wave In Boudh

ସେପଟେ ୨୯ ତାରିଖ ପରେ ସାମାନ୍ୟ ତାତି କମିବ । ଦକ୍ଷିଣ ଉପକୂଳବର୍ତ୍ତୀ ଓଡିଶା ଓ ପାଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସାମୁଦ୍ରିକ ବାୟୁ ପ୍ରବାହର ସମ୍ଭାବନା ରହୁଛି । ଯଦିଓ ତାପମାତ୍ରା କମିବ ନାହିଁ କିନ୍ତୁ ତାତିର ଅନୁଭୂତି କମିବାର ସମ୍ଭାବନା ରହୁଛି । କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ତାତିର ଏହି ପ୍ରକୋପରୁ ବଞ୍ଚିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ନଥିଲେ ଦିନ 11ଟାରୁ 3ଟା ପିକ୍‌ ସମୟ ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ ମହିଳା, ହୃଦ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତିଙ୍କୁ ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ସତର୍କ ଜାରି କରିଛି । ଚାଷୀମାନଙ୍କୁ ଚାଷ ଜମିରେ ପାଣି ସିଞ୍ଚନ ପାଇଁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଆଜି ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା
ଭୁବନେଶ୍ୱର୪୪.୬°C
ଝାରସୁଗୁଡା୪୩.୬°C
ରାଉରକେଲା୪୨.୫°C
ଚାନ୍ଦବାଲି୪୨.୪°C
ସମ୍ବଲପୁର୪୨.୧°C
ହୀରାକୁଦ୪୧.୮°C
ବାଲେଶ୍ୱର୪୧.୭°C
କେନ୍ଦୁଝର୪୧.୫°C
ଗୋପାଳପୁର୩୫.୪°C
ପୁରୀ୩୪.୭°C
ପାରାଦ୍ବୀପ୩୩.୬°C

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 27, 2024, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.