ETV Bharat / state

ରାତିରେ ପୁଅର ଫୋନ ଆସିଲା: ଆମେ ଜଲ୍‌ଦି ଫେରିଯିବୁ, ହେଲେ ସକାଳକୁ ସବୁ ଶେଷ ହୋଇଗଲା - Odia doctor Swadhin Panda

author img

By ETV Bharat Odisha Team

Published : Aug 3, 2024, 7:44 PM IST

Odia doctor missing in landslide: ବ୍ୟାସନଗରର ଅଞ୍ଚଳର ଡାକ୍ତର ସ୍ୱାଧୀନ ପଣ୍ଡା କେରଳ ଭୂସ୍ଖଳନରେ ନିଖୋଜ ଘଟଣାକୁ ୪ ଦିନ ବିତିଲାଣି । ହେଲେ ଏ ଯାଏଁ ଡାକ୍ତରଙ୍କ ପତ୍ତା ମିଳିନି । ଏଣେ ପୁଅର ଫେରିବା ବାଟକୁ ଅନେଇ ବସିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ

Odia doctor missing in landslide
Odia doctor missing in landslide (ETV Bharat Odisha)

ଯାଜପୁର: କେରଳ ୱାୟନାଡ ଟ୍ରାଜେଡିକୁ ୫ ଦିନ ପୁରିଲାଣି, ଏବେ ବି ନିଖୋଜ ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡା । ତାଙ୍କର ବନ୍ଧୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବାବେଳେ ସ୍ବାଧୀନଙ୍କ କିନ୍ତୁ କିଛି ପତ୍ତା ମିଳୁନି । ଯାହାକୁ ନେଇ ଏବେ ଆଶା ଆଶଙ୍କାରେ ଅଛନ୍ତି ଡାକ୍ତରଙ୍କ ପରିବାର । ୫ ଦିନ ହେଲା ପୁଅର ଫେରିବା ବାଟକୁ ସେମାନେ ଅନାଇ ବସିଛନ୍ତି । କିଛି ଖୋଜଖବର ନ ମିଳିବାରୁ ସ୍ବାଧୀନଙ୍କ ଭାଇ-ଭଉଣୀ ଯାଇ ୱାୟନାଡର ବିଭିନ୍ନ ହସ୍ପିଟାଲରେ ବୁଲି ବୁଲି ଭାଇକୁ ଖୋଜୁଛନ୍ତି ।

ରାତିରେ ଫୋନ ଆସିଲା, ସକାଳକୁ ପୁଅ ନଥିଲା:

ଏନେଇ ସ୍ବାଧୀନଙ୍କ ବଡବାପା କହିଛନ୍ତି, ''ସ୍ବାଧୀନ ତାଙ୍କର ଆଉ ୩ ଜଣ ସାଙ୍ଗ ସହ ୱାୟନାଡ ବୁଲିବାକୁ ଯାଇଥିଲେ । ଭୂସ୍ଖଳନ ପୂର୍ବରୁ ସେହିଦିନ ରାତିରେ ପୁଅ ଫୋନ କରି କହିଥିଲା, ପ୍ରବଳ ବର୍ଷା ହେଉଛି ଆମେ ସକାଳୁ ଏଠୁ ଫେରିଯିବୁ । ହେଲେ ସକାଳ ହେଲା ବେଳକୁ ପୁଅର ଆଉ ପତ୍ତା ମିଳିନଥିଲା । ପରିବାର ଲୋକେ ୱାୟନାଡ ଯାଇ ବିଭିନ୍ନ ହସ୍ପିଟାଲରେ ଖୋଜାଖୋଜି କରୁଛନ୍ତି । କିନ୍ତୁ ଏ ଯାଏଁ କିଛି ଖୋଜଖବର ମିଳିପାରିନି । ୫ ଦିନ ହେଲା ପୁରା ପରିବାର ଭଗବାନଙ୍କ ଭରସାରେ ଅଛୁ ।''

5 ଦିନ ହେଲା କେରଳରେ ନିଖୋଜ ଡାକ୍ତର
5 ଦିନ ହେଲା କେରଳରେ ନିଖୋଜ ଡାକ୍ତର (ETV Bharat Odisha)

୫ ଦିନ ହେଲା ନିଖୋଜ ଓଡ଼ିଆ ଡାକ୍ତର:

ରାତିରେ ପୁଅର ଫୋନ ଆସିଲା
ରାତିରେ ପୁଅର ଫୋନ ଆସିଲା (ETV Bharat Odisha)

ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଘର ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ଗଣେଶ ବଜାର ଅଞ୍ଚଳରେ । ତାଙ୍କ ବାପାଙ୍କ ନାଁ ହିମାଂଶୁ ପଣ୍ଡା । ସେ ଭୁବନେଶ୍ୱରରେ ଦୀର୍ଘ ଦିନ ହେବ ରହୁଥିଲେ l ଗତ ୨୬ ତାରିଖ ଡାକ୍ତର ସ୍ବାଧୀନ ଝାରସୁଗୁଡା ଜିଲ୍ଲାର ନିଜ ବାନ୍ଧବୀ ସ୍ଵୀକୃତି ମହାପାତ୍ରଙ୍କ ସହ ବେଙ୍ଗାଲୁରୁ ଯାଇଥିଲେ । ଗତ ୨୭ ତାରିଖ ଦିନ ଉଭୟଙ୍କ ଜନ୍ମଦିନ ଥିବାରୁ ବେଙ୍ଗାଲୁରୁରେ ଅନ୍ୟ ଡାକ୍ତର ବନ୍ଧୁ ପ୍ରିୟଦର୍ଶିନୀ ପାଲ ଓ ବିଷ୍ଣୁ ପ୍ରସାଦ ଚିନାରାଙ୍କ ସହ ପାଳନ କରିଥିଲେ l ଏହାର ପରଦିନ ସମସ୍ତେ ମିଶି କେରଳର ୱାୟନାଡ଼ ବୁଲିବାକୁ ଯାଇଥିଲେ l ୱାୟନାଡ଼ରେ ପହଞ୍ଚିବା ପରେ ସେଠାରେ ଏକ ହୋଟେଲରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: କେରଳରୁ ଫେରିପାରିନି ଓଡ଼ିଆ ଡାକ୍ତରଙ୍କ ମୃତଦେହ, ପୁଅକୁ ଶେଷ ଥର ଟିକିଏ ଦେଖିବାକୁ ଚାହିଁ ବସିଛନ୍ତି ପରିବାର - Wayanad Landslide Tragedy

ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଛି ପରିବାର:

ସେହିଦିନ ରାତିରେ ୱାୟନାଡ଼ରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ସ୍ୱାଧୀନ, ସ୍ଵୀକୃତି ଓ ତାଙ୍କର ଅନ୍ୟ ଦୁଇଜଣ ଡାକ୍ତରୀ ବନ୍ଧୁ ଭାସି ଯାଇଥିଲେ l ଏଥିରେ ଡାକ୍ତର ଚିନାରାଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ଵୀକୃତି ଓ ପ୍ରିୟଦର୍ଶିନୀ ଉଦ୍ଧାର ହୋଇ ଚିକିତ୍ସାଧୀନ ଅଛନ୍ତି । ହେଲେ ଏବେ ବି ସ୍ୱାଧୀନଙ୍କ ପତ୍ତା ମିଳିପାରିନି, ଏହାକୁ ନେଇ ତାଙ୍କର ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି । ବର୍ତ୍ତମାନ ତାଙ୍କର ଭାଇ-ଭଉଣୀ କେରଳରେ ପହଞ୍ଚି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ଏବଂ ମୃତଦେହ ସଂରକ୍ଷିତ ସ୍ଥାନରେ ଡାକ୍ତର ସ୍ବାଧୀନଙ୍କୁ ଖୋଜାଖୋଜି କରୁଛନ୍ତି । ଆଉ ଏପଟେ ଭଗବାନଙ୍କ ଉପରେ ବିଶ୍ୱାସ ରଖି ପୁଅର ଫେରିବା ବାଟକୁ ଚାତକ ପରି ଅନେଇ ବସିଛନ୍ତି ପୁରା ପରିବାର l

୪ ଦିନ ହେଲା କେରଳରେ ନିଖୋଜ ଡାକ୍ତର
୪ ଦିନ ହେଲା କେରଳରେ ନିଖୋଜ ଡାକ୍ତର (ETV Bharat Odisha)

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.