ETV Bharat / state

କେରଳରୁ ଫେରିପାରିନି ଓଡ଼ିଆ ଡାକ୍ତରଙ୍କ ମୃତଦେହ, ପୁଅକୁ ଶେଷ ଥର ଟିକିଏ ଦେଖିବାକୁ ଚାହିଁ ବସିଛନ୍ତି ପରିବାର - Wayanad Landslide Tragedy

author img

By ETV Bharat Odisha Team

Published : Aug 2, 2024, 3:19 PM IST

Wayanad Landslide Tragedy: କେରଳ ଭୂସ୍ଖଳନରେ ମୃତ ଓଡ଼ିଆ ଡ଼ାକ୍ତର ବିଷ୍ଣୁପ୍ରସାଦଙ୍କ ମୃତଦେହ ଜନ୍ମମାଟିକୁ ଫେରାଇ ଆଣିବାକୁ ଦାବି । ରାଜ୍ୟ ସରକାରଙ୍କ ନିକଟରେ ଆକୁଳ ନିବେଦନ କଲେ ପରିବାର ଓ ଗ୍ରାମବାସୀ । ଅଧିକ ପଢନ୍ତୁ

ଏ ଯାଏଁ କେରଳରୁ ଫେରିପାରିନି ଓଡ଼ିଆ ଡାକ୍ତରଙ୍କ ମୃତଦେହ
ଏ ଯାଏଁ କେରଳରୁ ଫେରିପାରିନି ଓଡ଼ିଆ ଡାକ୍ତରଙ୍କ ମୃତଦେହ (ETV Bharat Odisha)

ନିମାପଡ଼ା: କେରଳ ୱାୟନାଡରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁକୁ ୩ ଦିନ ବିତି ସାରିଲାଣି । ହେଲେ ଏ ଯାଏଁ କେରଳରୁ ତାଙ୍କର ମୃତଦେହ ଓଡ଼ିଶା ଫେରି ପାରିନାହିଁ । ଏଣେ ପୁଅକୁ ଶେଷ ଥର ପାଇଁ ଟିକିଏ ଦେଖିବାକୁ ଅନାଇ ବସିଛନ୍ତି ପରିବାର ଲୋକେ । ପୁଅର ମୃତ୍ୟୁ ଖବର ଶୁଣି ପାଇଁ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଓ ବନ୍ଧୁ ପରିଜନ ତାଙ୍କର ମରଶରୀର ଯଥାଶୀଘ୍ର କେରଳରୁ ଜନ୍ମମାଟିକୁ ଫେରାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

କେରଳରୁ ଫେରିପାରିନି ଓଡ଼ିଆ ଡାକ୍ତରଙ୍କ ମୃତଦେହ, ପୁଅକୁ ଶେଷ ଥର ଟିକିଏ ଦେଖିବାକୁ ଚାହିଁ ବସିଛନ୍ତି ପରିବାର (ETV Bharat Odisha)

ଜନ୍ମଦିନ ପାଇଁ ବୁଲିବାକୁ ଯାଇଥିଲେ ଡାକ୍ତର

ଡାକ୍ତର ବିଷ୍ଣୁପ୍ରସାଦଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗ୍ରାମରେ । ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟରତ ଥିବାବେଳେ ମେଡିସିନରେ ପିଜି କରୁଥିଲେ । ଜୁଲାଇ ୨୭ରେ ତାଙ୍କର ଜନ୍ମଦିନ ଥିଲା । ତେଣୁ ସେ ନିଜର ପତ୍ନୀ ପ୍ରିୟଦର୍ଶିନୀ, ବନ୍ଧୁ ସ୍ବାଧୀନ ଓ ଜଣେ ବାନ୍ଧବୀଙ୍କ ସହିତ ୨୬ ତାରିଖରେ କେରଳର ୱାୟନାଡ ବୁଲିବାକୁ ଯାଇଥିଲେ । ଘରୁ ଯିବାବେଳେ ବାପା ପ୍ରମୋଦ ପୁଅ ବୋହୂଙ୍କୁ ବୁଲାବୁଲି କରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । କିଏ ଜାଣିଥିଲା ପୁଅ ଆଉ ଘର ବାହୁଡିବ ନାହିଁ ବୋଲି ।

ଏହା ମଧ୍ୟ ପଢନ୍ତୁ: କେରଳ ଭୂସ୍ଖଳନ: ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମିଳିଲା ମୃତଦେହ, ଏବେ ବି ନିଖୋଜ ସ୍ଵାଧୀନ - Kerala Landslide Odia Doctor

ପୁଅକୁ ହରାଇ କାନ୍ଦୁଛି ଗାଁ:

ବିଷ୍ଣୁ ପ୍ରସାଦ ନିଜ ପତ୍ନୀ ଓ ବନ୍ଧୁ ସହ ୱାୟନାଡରେ ପହଞ୍ଚି ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଥିଲେ । ହେଲେ ଜନ୍ମଦିନ ପାଳନ ପୂର୍ବରୁ ଅର୍ଥାତ୍‌ ୨୬ ତାରିଖ ରାତିରେ ହଠାତ୍ ଭୂସ୍ଖଳନ ଘଟିଥିଲା । ଏଥିରେ ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିବାବେଳେ ପତ୍ନୀ ପ୍ରିୟଦର୍ଶିନୀ କୌଣସି ମତେ ବଞ୍ଚିଯାଇଥିବା ସୂଚନା ମିଳିଛି । ସେହିପରି ସ୍ଵାଧୀନ ଏ ପର୍ଯ୍ୟନ୍ତ ନିଖୋଜ ଥ‌ିବାବେଳେ ତାଙ୍କର ବାନ୍ଧବୀ ବଞ୍ଚିଥିବା ଜଣାପଡ଼ିଛି । ଏହି ଖବର ତାଙ୍କ ଗାଁରେ ପହଞ୍ଚିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗାଁ ଲୋକେ କୋହଭରା କଣ୍ଠରେ ବିଷ୍ଣୁଙ୍କ ମୃତଦେହ ଜନ୍ମମାଟି ପରାଳ ଗ୍ରାମକୁ ଫେରାଇ ଆଣିବାକୁ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.