ETV Bharat / state

କୂଳ ଲଙ୍ଘୁଛି ମହାନଦୀ ଓ ତେଲନଦୀ, ଆତଙ୍କିତ ଅବସ୍ଥାରେ ନଦୀ କୂଳିଆବାସୀ - water level increase of river

author img

By ETV Bharat Odisha Team

Published : Jul 3, 2024, 4:24 PM IST

River Water Level Increase Boudh: ବର୍ଷା ଆସିଲେ କୂଳ ଲଂଘୁଛି ମହାନଦୀ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ବୌଦ୍ଧ ଜିଲ୍ଲାର ମହାନଦୀ କୂଳିଆ ଅଧିବାସୀ । ଅଧିକ ପଢ଼ନ୍ତୁ

କୂଳ ଲଙ୍ଘୁଛି ମହାନଦୀ ଓ ତେଲନଦୀ, ଆତଙ୍କିତ ଅବସ୍ଥାରେ ନଦୀ କୂଳିଆବାସୀ
କୂଳ ଲଙ୍ଘୁଛି ମହାନଦୀ ଓ ତେଲନଦୀ, ଆତଙ୍କିତ ଅବସ୍ଥାରେ ନଦୀ କୂଳିଆବାସୀ (ETV Bharat Odisha)

ବୌଦ୍ଧ: ବର୍ତ୍ତମାନ ଜିଲ୍ଲାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି । ମୌସୁମୀର ପ୍ରଭାବରେ ବର୍ଷା ଆସିଲେ ମହାନଦୀ କୂଳିଆ ଅଧିବାସୀଙ୍କ ଚିନ୍ତା ବଢିଯାଉଛି । ଏବେ କୂଳ ଲଙ୍ଘୁଛି ମହାନଦୀ, ତେଲନଦୀ ସମେତ ଜିଲ୍ଲାର ବିଭିନ୍ନ ନଦୀନାଳ । ଫଳରେ ବର୍ଷା ଋତୁ ଆସିଗଲେ ଆତଙ୍କିତ ହୋଇ ପଡନ୍ତି ନଦୀ କୂଳିଆ ଗ୍ରାମବାସୀ । ବର୍ଷା ଋତୁରେ ନଦୀରେ ବନ୍ୟାଜଳ ଆସି ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉ ଥିବାରୁ ଚିନ୍ତାରେ ଗ୍ରାମବାସୀ । ସେପଟେ ନଦୀ ତଟ ସୁରକ୍ଷା ଦିଗରେ ଠୋସ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯିବ ବୋଲି ନବ ନିର୍ବାଚିତ ବିଧାୟକ ସୂଚନା ଦେଇଛନ୍ତି ।

ପ୍ରତ୍ୟେକ ବର୍ଷ ମହାନଦୀ ଓ ତେଲନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ନଦୀ କୂଳ ଖାଇ ଖାଇଯାଉଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀ, ବାଘନଦୀ, ସାଲୁଙ୍କି ନଦୀ ଭଳି ଅନେକ ନଦୀ ନାଳ ବର୍ଷା ଋତୁରେ ବନ୍ୟାଜଳ ଯୋଗୁଁ କୂଳ ଖାଉ ଯାଉଛି । ଫଳରେ ଏଭଳି ନଦୀ କୂଳରେ ବସବାସ କରୁଥିବା ଅଧିବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଏପରିକି ଜିଲ୍ଲାର ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ ଅନେକ ପ୍ରାଚୀନ ଜନବସତି ନଦୀ ଗର୍ଭରେ ଲୀନ ହୋଇ ସାରିଛି । ବର୍ତ୍ତମାନ ମଧ୍ୟ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ତେନ୍ତୁଳି ପାଲି,କମ୍ପରା,ଜଗତୀ, ଗୋବିନ୍ଦପୁର, କରଡ଼ି, ଖଣ୍ଡିଧଳପୁର,ଝରାସାହି,ସାକୁସିଙ୍ଗା, ହରଭଙ୍ଗା, ତିରଡ, କୁମାରୀ,ପାଣିଘରା ଭଳି ଅନେକ ନଦୀ କୁଳିଆ ଗ୍ରାମ ମହାନଦୀ କୂଳ ଲଙ୍ଘୁ ଥିବା ଯୋଗୁଁ ବିପଦରେ ରହିଛି । ମହାନଦୀ କୂଳରେ ଅବସ୍ଥିତ ମନମୁଣ୍ଡା ଓ ବାଉଁଶୁଣୀ ଭଳି ପ୍ରାଚୀନ ଜନପଦ ଗୁଡ଼ିକ ବର୍ତ୍ତମାନ ନଦୀ କୁଳରେ ଥିବା ହେତୁ ତାହା ବିପଦ ସଙ୍କୁଳ ହୋଇ ପଡ଼ିଛି ।

ଏହାଛଡା ଖୁଣ୍ଟିଗୋରା ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ତେଲନଦୀ ପ୍ରବାହିତ ହେଉଥିବା ବେଳେ ପ୍ରତ୍ୟେକ ବର୍ଷ ତେଲନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛି । ଅନେକ ନଦୀ କୁଳିଆ ଅଞ୍ଚଳରେ ବିରାଟକାୟ ଘାଇ ସୃଷ୍ଟି ହୋଇ ତାହା କେବଳ ଠିକାଦାର ପୋଷା ନୀତିରେ ମରାମତି ହେଉଛି ବୋଲି ଚର୍ଚ୍ଚା ହେଉଛି । ପରିସ୍ଥିତି ଏପରି ଯେ ଖାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା କାଲେଶ୍ବର ଘାଟରେ ଏକାଧିକବାର ମହାନଦୀରେ ଘାଇ ସୃଷ୍ଟି ହେଉଥିଲେ ମଧ୍ୟ ତାହାର କୌଣସି ସ୍ଥାୟୀ ସମାଧାନ କରାନଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: କୂଳ ଲଂଘୁଛି କନ୍ଦଳ ନଦୀ, ଚିନ୍ତାରେ ଗ୍ରାମବାସୀ

ଫଳରେ ପ୍ରତ୍ୟେକ ବର୍ଷ କୋଟି କୋଟି ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ଏ ସମ୍ପର୍କରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଉଭୟ ତେଲନଦୀ ଓ ମହାନଦୀ କୂଳର ସୁରକ୍ଷା ପାଇଁ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରି କଙ୍କ୍ରିଟ ବନ୍ଧ, ପଥର ବନ୍ଧ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ନଦୀକୂଳ ସୁରକ୍ଷା ନିମନ୍ତେ ପ୍ରଚେଷ୍ଟା କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.