ETV Bharat / state

ଓ୍ବାଟକୋର ଅବହେଳା, ପାଣି ଚାମ୍ବରରେ ପଡ଼ି କର୍ମଚାରୀ ମୃତ - Watco Employee Dies - WATCO EMPLOYEE DIES

Watco Employee Dies: ପାଣି ଚାମ୍ବରରେ ପଡି ଶ୍ରମିକ ମୃତ । ଓ୍ବାଟକୋର ଅବହେଳା କହିଲେ ପରିବାର ଲୋକେ । ଅଧକ ପଢନ୍ତୁ

Watco Employee Dies
Watco Employee Dies
author img

By ETV Bharat Odisha Team

Published : Apr 12, 2024, 6:07 PM IST

Watco Employee Dies

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଡ୍ୟୁଟିରେ ଥିବା ସମୟରେ ପାଣି ଚାମ୍ବରରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ । ନୟାପଲ୍ଲୀ ଥାନା ସିଆରପି ଛକ CRPF କ୍ୟାମ୍ପସ କଡ଼ରେ ଘଟିଛି ଘଟଣା । ମୃତ କର୍ମଚାରୀ ହେଉଛନ୍ତି ବଳରାମ ଗୌଡ । ଖବରପାଇ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟପଟେ ବଳରାମଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ ।

ତେବେ ପରିବାର ଲୋକଙ୍କ କହିବା ଅନୁସାରେ, "ଗତକାଲି(ଗୁରୁବାର) ଅପରାହ୍ନରେ ବଳରାମ ଡ୍ଯୁଟିକୁ ଯାଇଥିଲେ । ପ୍ରତିଦିନ ପରି ସାଇକେଲରେ ଯାଇ CRPF କ୍ୟାମ୍ପସ ପାଖ ପାଣି ଚାମ୍ବର ଖୋଲିବାକୁ ଯାଇ ଆଉ ଫେରି ନଥିଲେ । ତେବେ ବଳରାମ ଘରକୁ ଯାଇଛନ୍ତି କି ନାହଁ ବୋଲି ଅଫିସରୁ ଘରକୁ କଲ୍ ଆସିଥିଲା । ଏନେଇ ପରିବାର ଲୋକେ ଜଣେ ସମ୍ପର୍କିତ ଜରିଆରେ ଉକ୍ତ ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ। ପରେ CRPf କ୍ୟାମ୍ପସ ପାଖରେ ଥିବା ପାଣି ଚାମ୍ବର ପାଖରେ ତାଙ୍କର ସାଇକେଲ ପଡ଼ିଥିବ ଦେଖିବାକୁ ପାଇଥିଲେ। ତେବେ ସନ୍ଦେହ କରି ଚାମ୍ବରକୁ ଦେଖିବା ବେଳେକୁ ତାଙ୍କ ମୃତଦେହ ପଡିଥିଲା । " ଏନେଇ‌ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ମୃତଦେହ ଜବତ ହୋଇଥିଲା। ମୃତଦେହ ନିକଟରୁ ଏକ ମୋବାଇଲ ଅଫିସିଆଲ୍ ରେଞ୍ଚି ଓ ସାଇକେଲ ଜବତ କରାଯାଇଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ଅଚିହ୍ନା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଉଦ୍ଧାର କଲା ପାହାଳ ଥାନା ପୋଲିସ - suspicious death of young man

ଏନେଇ‌ ପରିବାର ଲୋକେ ସାଙ଼ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ବଡ଼ଭାଇ ଉପେନ୍ଦ୍ର ଗୌଡ କହିଛନ୍ତି, "ମାସେ ହେବ ଦରମା ଦେଉ ନଥିଲେ ଓ୍ବାଟକୋ। ଏନେଇ ବିଭାଗିୟ ଇଞ୍ଜିନିୟର ସବୁ ଜାଣି ମଧ୍ୟ ଅଜଣା ହେଉଛନ୍ତି । ଡ୍ୟୁଟିରେ ଥାଇ ମୃତ୍ୟୁ ହେବା ପରେ ମଧ୍ୟ ଓ୍ବାଟକୋର ଏକଜିକ୍ୟୁଟିଭ ଇଞ୍ଜିନିୟର ଆମ କର୍ମଚାରୀ ନୁହେଁ ବୋଲି କହିଛନ୍ତି । ମୃତ୍ୟୁ ପରେ ମୁଣ୍ଡରୁ ଦୋଷ ବାହାର କରିବା ପାଇଁ ଏଭଳି କରିଛନ୍ତି । ମୋ ଭାଇକୁ ଓ୍ବାଟକୋ କର୍ମଚାରୀ ହତ୍ୟା କରିଛନ୍ତି । ମାନସିକ ଏବଂ ଶାରୀରିକ ଅତ୍ୟାଚାର କରାଯାଇଛି । ତେବେ ଏନେଇ ଆମେ ଓ୍ବାଟକୋ ବିରୋଧରେ ଅଭିଯୋଗ କରିବୁ ।"
ତେବେ ଡ୍ୟୁଟିରେ ଥାଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମୃତ୍ୟୁ ହେବା ପରେ ଏବେ ଏଭଳି ବିଭାଗ ହାତଟେକି ଦେବା ଏନେଇ ଶ୍ରମ ବିଭାଗ ପ୍ରତି ଅଙ୍ଗୁଳି ଉଠିଛି । ଅନ୍ୟପଟେ ପୁଅକୁ ହରାଇ ବେସାହାରା ହୋଇପଡିଛନ୍ତି ବଳରାମଙ୍କ ମା' । ଏନେଇ‌ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି ସମ୍ପର୍କିତ ଓ ଗ୍ରାମବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.