ETV Bharat / state

ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର କଂଗ୍ରେସର ପ୍ରସ୍ତୁତି, 'ୱାର ରୁମ'ରେ ହେବ ରଣନୀତି - War Room By Congress

author img

By ETV Bharat Odisha Team

Published : Apr 10, 2024, 10:38 PM IST

War Room By Congress: ନିର୍ବାଚନ ପରିଚାଳନା ନେଇ 'ୱାର ରୁମ'ରେ ରୋଡ୍ ମ୍ୟାପ ପ୍ରସ୍ତୁତ କରିବ କଂଗ୍ରେସ। ବିଭିନ୍ନ ଦିଗକୁ ତର୍ଜମା କରି ରଣନୀତି ପ୍ରସ୍ତୁତ କରିବ ଦଳ । ଅଧିକ ପଢନ୍ତୁ

War Room
War Room
War Room

ବ୍ରହ୍ମପୁର: ନିର୍ବାଚନ ପ୍ରସ୍ତୁତି ନେଇ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ 'ୱାର ରୁମ'ରେ ରୋଡ୍ ମ୍ୟାପ ହେବ । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପ୍ରତ୍ୟେକ ବିଧାନସଭା କ୍ଷେତ୍ରର କେଉଁ ବୁଥରେ କେତେ ଭୋଟର ରହିଛନ୍ତି ତାହାର ତର୍ଜମା କରାଯିବ । କିଭଳି ସୋସିଆଲ ମିଡିଆରେ ଦଳ ନିଜର ପ୍ରଚାର ପ୍ରସାର କରିବ ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ପ୍ରତିଦ୍ୱନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଜଣଙ୍କ କେଉଁ ନିର୍ବାଚନ ମଣ୍ଡଳୀରେ ରହିଛନ୍ତି, ପରବର୍ତ୍ତୀ କେଉଁ ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ ସେ ସମ୍ପର୍କରେ ପ୍ରସ୍ତୁତ ହେବ ରୋଡ ମ୍ୟାପ୍ । ନିର୍ବାଚନ ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଉଛି , ଦଳୀୟ କର୍ମୀ ଓ ଗଣମାଧ୍ୟମଙ୍କୁ କେଉଁ ସୂଚନା ପ୍ରଦାନ କରାଯିବ ତାହାକୁ ନେଇ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି 'ୱାର ରୁମ୍' ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛି କଂଗ୍ରେସ ।

ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଦଳର କେନ୍ଦ୍ରୀୟ କମିଟିର ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଲୋକସଭା କ୍ଷେତ୍ରରେ ଏଭଳି ପ୍ରସ୍ତୁତି କରାଯାଇଛି । ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ସହରରେ ଏହି 'ୱାର ରୁମ'ର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ସଭାପତି ଦୀପକ ପଟ୍ଟନାୟକ ଓ ଏଆଇସିସିର ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ଆର୍.ପି.ସିଂଙ୍କ ଉପସ୍ଥିତିରେ ବ୍ରହ୍ମପୁର ଲୋକସଭା ୱାର ରୁମ୍ (War Room) କାର୍ଯ୍ୟ ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ...ବ୍ରହ୍ମପୁରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ - Election 2024

ଏଥିରେ ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ ଚେୟାରମ୍ୟାନ ତତ୍ ସତ୍ ସୁବୁଦ୍ଧି, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ଅତୁଲ୍ୟ ପାଢ଼ୀ, ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ନାୟକ, ଜିଲ୍ଲା କଂଗ୍ରେସ ଉପ-ସଭାପତି ଆନନ୍ଦ ରାଓ ଆଚାରୀ , ତ୍ରିଲୋଚନ ରେଡ୍ଡୀ, ସିଦ୍ଧାନ୍ତ ସାହୁ ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ । ଏହିପରି ଲୋକସଭା କ୍ଷେତ୍ରରେ ସମସ୍ତ ବିଧାନସଭା ଆସନରେ ମଧ୍ୟ ଦଳ ପକ୍ଷରୁ ଗୋଟିଏ ଲେଖାଏଁ ୱାର ରୁମ କାର୍ଯ୍ୟକାରୀ ହେବ। ପୂର୍ବରୁ ଅନ୍ୟ ରାଜ୍ୟର ନିର୍ବାଚନ ସମୟରେ କଂଗ୍ରେସ ଦଳ ପକ୍ଷରୁ 'ୱାର ରୁମ୍' କରାଯାଇ ସଫଳତା ପାଇଥିବାବେଳେ ଦଳ ପକ୍ଷରୁ ଚଳିତ ଥର ସାଧାରଣ ନିର୍ବାଚନରେ ଏହି ରଣନୀତି କରାଯିବାକୁ ସ୍ଥିର କରାଯାଇଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.