ETV Bharat / state

ପିପିଲିରେ ସରଗରମ ରାଜନୀତି, କ'ଣ ରହିଛି ଭୋଟରଙ୍କ ମୁଡ୍ ? - voters mood in Pipili - VOTERS MOOD IN PIPILI

Voters Mood In Pipili: ପିପିଲି ନିର୍ବାଚନ ମଣ୍ଡଳୀରେ ହେବ ତ୍ରିମୁଖୀ ଲଢେଇ । ପୁଣି ରୁଦ୍ର ନାଁ ଆଉ କିଏ ? ଭୋଟର କାହାକୁ ନିଜର ମୂଲ୍ୟବାନ ଭୋଟ ଦେଇ ନିର୍ବାଚିତ କରିବେ ସେନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ଅଧିକ ପଢନ୍ତୁ

ପିପିଲିରେ ସରଗରମ ରାଜନୀତି, କ'ଣ ରହିଛି ଭୋଟରଙ୍କ ମୁଡ୍ ?

author img

By ETV Bharat Odisha Team

Published : Apr 3, 2024, 8:45 PM IST

ପିପିଲିରେ ସରଗରମ ରାଜନୀତି, କ'ଣ ରହିଛି ଭୋଟରଙ୍କ ମୁଡ୍ ?

ନିମାପଡ଼ା: ନିର୍ବାଚନୀ ବିଗୁଲ ବାଜି ସାରିଲାଣି । ପିପିଲି ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ମଧ୍ୟରେ ହେବ ଜୋରଦାର ଲଢେଇ । ବିକାଶକୁ ମୁଦ୍ଦା କରି ଭୋଟଙ୍କ ପାଖରେ ପହଞ୍ଚିବାକୁ ଚାଲିଛି ରାଜନୈତିକ ଦଳର ସ୍ବତନ୍ତ୍ର ରଣକୈାଶଳ । ସେପଟେ ନିର୍ବାଚନ ମଇଦାନରେ ଭୋଟର କାହାକୁ ନିଜର ମୂଲ୍ୟବାନ ଭୋଟ ଦେଇ ନିର୍ବାଚିତ କରିବେ ସେ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ପିପିଲି ଭୋଟର କିଭଳି ପ୍ରାର୍ଥୀକୁ ଭୋଟ ଦେଇ ବିଧାନସଭାକୁ ପଠାଇବେ ଓ ସେମାନଙ୍କ ଠାରୁ କ'ଣ ସବୁ ଆଶା ରଖିବେ, ସେ ନେଇ ଆସନ୍ତୁ ଜାଣିବା କ'ଣ ରହିଛି ଭୋଟରଙ୍କ ମୁଡ୍ ।

ରାଜ୍ୟ ରାଜନିତୀରେ ବେଶ୍ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ପିପିଲି, ରାଜଧାନୀ ନିକଟବର୍ତ୍ତୀ ରହିଥିବା ଏହି ନିର୍ବାଚନୀ ମଣ୍ଡଳୀରେ ଅନେକ ନେତା ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମାତ୍ର ଏବେ ମଧ୍ୟ ଏହି ନିର୍ବାଚନୀ ମଣ୍ଡଳୀରେ ଅନେକ ସମସ୍ୟା ରହିଛି । ସେପଟେ ଚଳିତ ନିର୍ବାଚନରେ ପିପିଲିରେ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ବିଜେଡ଼ିରୁ ରୁଦ୍ର ପ୍ରତାପ ମହାରଥୀଙ୍କୁ ଟିକେଟ ମିଳିଥିଲା ବେଳେ ବିଜେପିରୁ ପୁଣି ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇ ସାରିଛି । ପିପିଲି-ଡେଲାଙ୍ଗ ଓ ପିପିଲି ଏନଏସିକୁ ନେଇ ଗଠିତ ପିପିଲି ନିର୍ବାଚନୀ ମଣ୍ଡଳୀ ।

ପ୍ରତ୍ୟେକ ଦଳ ଏହି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖୁଥିବା ବେଳେ ଅଧିକାଁଶ ସମୟ ଶାସକ ବିଜେଡି ଦଖଲରେ ରହି ଆସିଥିଲା ଏହି ପିପିଲି । ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ସାତ ସାତ ଥର ଏହି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ଆସ୍ଥା ଭାଜନ ହୋଇ ଏହାକୁ ଦଖଲ କରି ଆସୁଥଲେ । ମହାରଥୀଙ୍କ ସମୟରେ ଥରେ ମାତ୍ର 1990 ରୁ 1995 ଯାଏଁ ପିପିଲିକୁ କଂଗ୍ରେସ ଦଖଲ କରିଥିବା ବେଳେ ଏହାପର ଠାରୁ ଦୀର୍ଘ ବର୍ଷ ଧରି ଏହା ବିଜେଡି ଦଖଲରେ ରହି ଆସିଥିଲା । ପ୍ରତ୍ୟେକ ନିର୍ବାଚନରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କୁ ଭୋଟର ଭୋଟ ଦେଇ ବିଜୟ ଲାଭ କରି ଆସୁଥିଲେ । ପ୍ରଦୀପଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନରେ ପୁଣି ଥରେ ବିଜେଡି ସପକ୍ଷରେ ଭୋଟର ଭୋଟ ଦେଇ ନିର୍ବାଚନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ......ଡେରିରେ ଆସିଲା କଂଗ୍ରେସ ତାଲିକା, ନିରାଶ ହେଲେ ହାତକୁ ଟାଣ କରିଥିବା ଅନେକ ନେତା ! - Cangress Candidate List

ସେପଟେ ଅନେକ ସମୟରେ ପ୍ରତିଶୃତି ଦିଆଯାଇ ପିପିଲି ଜନସାଧାରଣଙ୍କୁ ପ୍ରତାରଣା କରାଯାଉଥିବା କହିଛନ୍ତି ପିପିଲି ଭୋଟର । ପିପିଲିରେ ରାସ୍ତାଘାଟଠୁ ଆରମ୍ଭ କରି ପାନୀୟ ଜଳ ଅନେକ ସମସ୍ୟା ରହିଛି । ପିପିଲି ଅନେକ ନେତାଙ୍କୁ ଦେଖିଥିବା ବେଳେ ତାଙ୍କ ଠାରୁ କେବଳ ପ୍ରତିଶୃତି ପାଇଛି । ଆସନ୍ତା ଦିନରେ ପିପିଲିରେ ଯିଏ ନିର୍ବାଚିତ ହୁଅନ୍ତୁ ଶିକ୍ଷା, ସ୍ଵାସ୍ଥ, ଚାଷ ଓ ଚ।ଷୀ ସମସ୍ୟା ଏବଂ ନାରୀ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ସହିତ ଜନସାଧାରଣଙ୍କ ସାଧାରଣ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଭୋଟର ଓ ବୁଦ୍ଧିଜୀବୀ ମତ ରଖିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.